Home >>Odisha LifeStyle and Others

Budh Shukra Yuti: ବୁଧ-ଶୁକ୍ର ମିଳନ ଆଣୁଛି ଶୁଭବେଳା, ୫ ରାଶିଙ୍କ ଫିଟିବ ଭାଗ୍ୟ !

Budh Shukra Yuti: ଜୁଲାଇ ୩୧ ତାରିଖରେ ଧନଦାତା ଶୁକ୍ର ସିଂହ ରାଶିରେ ପାଦ ରଖି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏଭଳି ସ୍ଥିତିରେ ଜୁଲାଇ ୩୧ ରେ ସିଂହ ରାଶିରେ ବୁଧ-ଶୁକ୍ରଙ୍କ ମିଳନ କେତେକ ରାଶିର ଲୋକଙ୍କୁ ବହୁତ ଲାଭ ଦେବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ରାଶି, ଯେଉଁଥିପାଇଁ ବୁଧ-ଶୁକ୍ରଙ୍କ ମିଶ୍ରଣ ଶୁଭ ରହିବାକୁ ଯାଉଛି।  

Advertisement
Budh Shukra Yuti: ବୁଧ-ଶୁକ୍ର ମିଳନ ଆଣୁଛି ଶୁଭବେଳା, ୫ ରାଶିଙ୍କ ଫିଟିବ ଭାଗ୍ୟ !
Rasmita Sahoo|Updated: Jul 21, 2024, 06:54 AM IST
Share

Budh Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୪ ଜୁଲାଇ ୧୯ ତାରିଖରେ ଗ୍ରହର ରାଜକୁମାର ବୁଧ ସିଂହ ରାଶିରେ ଅବତରଣ କରିଥିଲେ। ଆସନ୍ତା ମାସ ୨୨ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିବେ। ତେବେ ଏହି ସମୟରେ ଜୁଲାଇ ୩୧ ତାରିଖରେ ଧନଦାତା ଶୁକ୍ର ସିଂହ ରାଶିରେ ପାଦ ରଖି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏଭଳି ସ୍ଥିତିରେ ଜୁଲାଇ ୩୧ ରେ ସିଂହ ରାଶିରେ ବୁଧ-ଶୁକ୍ରଙ୍କ ମିଳନ କେତେକ ରାଶିର ଲୋକଙ୍କୁ ବହୁତ ଲାଭ ଦେବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ରାଶି, ଯେଉଁଥିପାଇଁ ବୁଧ-ଶୁକ୍ରଙ୍କ ମିଶ୍ରଣ ଶୁଭ ରହିବାକୁ ଯାଉଛି।

ମକର ରାଶି
ପାରିବାରିକ ସମ୍ପର୍କ ସୁଦୃଢ଼ ହେବ। ଯେଉଁମାନେ ଦୀର୍ଘ ଦିନ ଧରି ବେକାର ଅଛନ୍ତି ସେମାନେ ନିଜ ଇଚ୍ଛିତ କମ୍ପାନୀରେ ଚାକିରି ପାଇପାରିବେ । ଯେଉଁମାନେ ବିଦେଶ ଯାଇ ବିଦେଶରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କୁ କୌଣସି ବଡ଼ କମ୍ପାନୀରୁ ବିଦେଶରେ କାମ କରିବାର ଅଫର ମିଳିପାରେ।

ମୀନ ରାଶି
ଯଦି ଆପଣ ଗତ କିଛି ଦିନ ହେବ ଭଲ ଅନୁଭବ କରୁନାହାଁନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆଗାମୀ ଦିନରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି, ଯାହା ଦ୍ୱାରା ଆୟ ରେ ମଧ୍ୟ ବୃଦ୍ଧି ଘଟିବ ।

ମେଷ ରାଶି
ବିବାହିତ ବ୍ୟକ୍ତି ମାନେ ନିଜ ପରିବାର ସଦସ୍ୟଙ୍କ ସହ ଧାର୍ମିକ ଭ୍ରମଣରେ ଯାଇପାରନ୍ତି । ବ୍ୟବସାୟୀମାନେ କୌଣସି ପୁରୁଣା ଯନ୍ତ୍ରଣାରୁ ମୁକ୍ତି ପାଇପାରନ୍ତି। ମେଷ ରାଶିର ଲୋକମାନେ ଭାଇମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ। ଏହା ସହିତ ଜୀବନସାଥୀଙ୍କ ସହ ସମ୍ପର୍କ ମଧ୍ୟ ଭଲ ରହିବ।

ସିଂହ ରାଶି
ସିଂହ ରାଶିର ଲୋକମାନେ ବୁଧ-ଶୁକ୍ରଙ୍କ ୟୁତି ବା ମିଳନ ଦ୍ୱାରା ଅଧିକ ଲାଭବାନ ହେବେ, କାରଣ ଏହି ରାଶିରେ ଉଭୟ ଗ୍ରହଙ୍କ ସାକ୍ଷାତ ହେଉଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ଉନ୍ନତି ହେବ। ବିବାହିତ ବ୍ୟକ୍ତିଙ୍କୁ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ମିଳିବ, ଯାହା ସେମାନଙ୍କୁ ଖୁସି ଦେବ। ବ୍ୟବସାୟୀମାନେ ଧନ ଲାଭ କରିବେ। ଏହାସହ ବ୍ୟବସାୟ ଉଚ୍ଚତା ଛୁଇଁବ।

ତୁଳା ରାଶି
ଆଗାମୀ ଦିନରେ ଦୋକାନୀମାନେ ଭଲ ଲାଭ କରିବେ, ଯାହାଦ୍ୱାରା ଆପଣ ସହଜରେ ଋଣ ଟଙ୍କା ଫେରସ୍ତ କରିପାରିବେ । ବ୍ୟବସାୟୀଙ୍କ ଅଟକି ରହିଥିବା କାମ ପୂରା ହେବ। ଯେଉଁମାନେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି, ସେମାନଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ମିଳିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Mangal Nakshatra Chalan: ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!କ୍ୟାରିୟରରେ ଉନ୍ନତି ସହ ଦେଖିବେନି ଧନର ଅଭାବ

Also Read: Today Horoscope: କେମିତି କଟିବ ଆଜିର ଦିନ, ଜାଣନ୍ତୁ ରବିବାରର ରାଶିଫଳ

Read More
{}{}