Home >>Odisha LifeStyle and Others

Grah Gochar January 2024: ଜାନୁଆରୀରେ ରାଶି ବଦଳାଇବେ ତିନି ଗ୍ରହ , ଜାଣନ୍ତୁ ଫାଇଦାରେ ରହିବେ କେଉଁ ରାଶି?

Grah rashi parivartan 2024 january:  ଆସନ୍ତା ଜାନୁଆରୀରେ ବୁଧ, ଶୁକ୍ର, ସୂର୍ଯ୍ୟ ନିଜ ମୂଳ ରାଶି ଛାଡି ଅନ୍ୟ ରାଶିକୁ ଚଳନ କରିବେ (Grah Gochar January 2024) । ତେବେ, ଏହି ତିନୋଟି ଗ୍ରହର ରାଶି ପରିବର୍ତ୍ତନ ୧୨ଟି ରାଶି ଉପରେ ପ୍ରଭାବ ପକାଇବ ।  ଗୋଟିଏ ମାସରେ ତିନୋଟି ଗ୍ରହଙ୍କ ଏହି ଦୁର୍ଲଭ ଚଳନ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ସେମାନଙ୍କ ଜୀବନରେ ଧନ ସମୃଦ୍ଧି ମାଡି଼ ଯିବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି।...

Advertisement
Grah Gochar January 2024: ଜାନୁଆରୀରେ ରାଶି ବଦଳାଇବେ ତିନି ଗ୍ରହ , ଜାଣନ୍ତୁ ଫାଇଦାରେ ରହିବେ କେଉଁ ରାଶି?
Zee Odisha Desk|Updated: Dec 29, 2023, 12:55 PM IST
Share

Grah rashi parivartan 2024 january: ବର୍ଷ ୨୦୨୪ରେ କିଛି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବିଶେଷ କରି ଆସନ୍ତା ଜାନୁଆରୀରେ ବୁଧ, ଶୁକ୍ର, ସୂର୍ଯ୍ୟ ନିଜ ମୂଳ ରାଶି ଛାଡି ଅନ୍ୟ ରାଶିକୁ ଚଳନ କରିବେ (Grah Gochar January 2024) । ତେବେ, ଏହି ତିନୋଟି ଗ୍ରହର ରାଶି ପରିବର୍ତ୍ତନ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । ବୁଧ ଜାନୁଆରୀ ୭ ତାରିଖ  ସକାଳ ୯ଟା ୩୨ ମିନିଟ୍ ସମୟରେ ଧନୁକୁ ଚଳନ କରିବାକୁ ଥିବା ବେଳେ ସୂର୍ଯ୍ୟଦେବ ଜାନୁଆରୀ ୧୫, ରାତି ୨ଟା ୫୪ ମିନିଟ୍ ସମୟରେ  ଧନୁରୁ ମକରକୁ ଗମନ କରିବେ। ସେହିପରି ଜାନୁଆରୀ ୧୮ , ସକାଳ ୯ଟା ୫ ମିନିଟ୍ ସମୟରେ ଶୁକ୍ର ବି ଧନୁ ରାଶିକୁ ଚଳନ କରିବେ।  ଏହାଯୋଗୁଁ ବିଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ତେବେ, ଗୋଟିଏ ମାସରେ ତିନୋଟି ଗ୍ରହଙ୍କ ଏହି ଦୁର୍ଲଭ ଚଳନ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ସେମାନଙ୍କ ଜୀବନରେ ଧନ ସମୃଦ୍ଧି ମାଡି଼ ଯିବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି।...

ALSO READ: Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ,ନଚେତ୍ ଅଯଥା ବିବାଦରେ ଫସି ପାରନ୍ତି ଏହି ରାଶି

ଜାନୁଆରୀରେ ଧନୀ ହେବେ ଏହି ୫ ରାଶି :

ମେଷ: ବୁଧ, ଶୁକ୍ର ଓ ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବର୍ଷ ଆରମ୍ଭରୁ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଆପଣ କୌଣସି ସ୍ଥାନରେ ଟଙ୍କା ଲଗାଇଲେ ସେଥିରୁ ପ୍ରଚୁର ପରିମାଣର ଲାଭ ପାଇବେ। ବିଶେଷ କରି କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ।  କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଆୟ ବଢିବା ।  ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମୟ ଭଲ ରହିଛି।  ଏବଂ ବୈବାହିକ ଜୀବନ ସୁଖମୟ ହେବ।

ବୃଷ:  ୩ ଗ୍ରହଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସ୍ୱତନ୍ତ୍ର ଅଟେ । ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ଅବିବାହିତ ଲୋକମାନେ ପ୍ରେମ ସମ୍ପର୍କ ସ୍ଥାପନ କରିପାରନ୍ତି । ଯେଉଁମାନେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ସେମାନେ ଏହି ସମୟରେ ନିଜ ସାଥୀ ପାଇପାରନ୍ତି। ଏହି ଅବଧି ମଧ୍ୟରେ ଅନ୍ୟାନ୍ୟ କ୍ଷେତ୍ରରୁ ଅର୍ଥପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

କନ୍ୟା:  କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଜାନୁଆରୀ ମାସ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ । ଏହି ରାଶିର ଚତୁର୍ଥ ଘରେ ଶୁକ୍ର ଚଳନ କରିଥିବାରୁ ଏହାର ପ୍ରଭାବରେ ଆର୍ଥିକ୍ ଲାଭ ମିଳିବ । ଧନ, ସମୃଦ୍ଧତା ଓ ଖ୍ୟାତି ବୃଦ୍ଧି ହେବ । ନୂତନ ଘର, ଯାନ କିମ୍ବା ସମ୍ପତ୍ତି କିଣିବା ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ଅପାର ସୁଖ ମିଳିବ । ମାନ ଓ ସମ୍ମାନର ବୃଦ୍ଧି ହେବ । ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

ବିଛା: ଆସନ୍ତା ମାସ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।  ଏହି ସମୟ ମଧ୍ୟରେ ଚାପ ଓ ସମସ୍ୟାରୁ ମୁକ୍ତି ମିଳିବ । ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । ବ୍ୟବସାୟୀ ମାନେ ଉପକୃତ ହେବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ଭାବେ ଲାଭବାନ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ । ଏବଂ ପୁରୁଣା ବିନିଯୋଗରୁ ଲାଭ ପାଇବେ।

ମକର ରାଶି: ଜାନୁଆରୀରେ ଆପଣଙ୍କର ବିଦେଶ ଯିବାର ସ୍ୱପ୍ନ ପୂରଣ ହୋଇପାରେ ।  କିନ୍ତୁ କୌଣସି ଏକ ବଡ଼ ଅଘଟଣ ଘଟିପାରେ। ଏଥିପାଇଁ ସାବଧାନ୍ ରୁହନ୍ତୁ। ନବ ବିବାହିତ ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବା ।ଚାକିରିରେ ପଦୋନ୍ନତି ଯୋଗ ରହିଛି । ଅସଂପୂର୍ଣ୍ଣ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରନ୍ତି।..

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}