Guava In Pregnancy: ଗର୍ଭାବସ୍ଥା ର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଆନନ୍ଦଦାୟକ ସମୟ ଅଟେ । ପ୍ରତ୍ୟେକ ମହିଳାଙ୍କୁ ନିଜ ଗର୍ଭସ୍ଥ ଶିଶୁର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିଥାଏ । ସେମାନଙ୍କ ଖାଦ୍ୟରେ ଅନେକ ପରିବର୍ତ୍ତନ କରାଯାଇଥାଏ ଏବଂ ସେମାନଙ୍କୁ ଫଳ, ପନିପରିବା, କଞ୍ଚା ଫଳ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଜିନିଷ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ । କାରଣ ଏହି ପୁଷ୍ଟିକର ଜିନିଷ ଗୁଡ଼ିକ ସେମାନଙ୍କ ପାଇଁ ଏବଂ ସେମାନଙ୍କ ଶିଶୁ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗର୍ଭାବସ୍ଥାରେ କିଛି ଫଳ ଖାଇବାକୁ ପରାମର୍ଶ ଦିଆଯାଏ ।
ଏପରି କିଛି ଅଛି ଯାହା ନିଶ୍ଚିତ ଭାବରେ ଖାଇବାକୁ ସୁପାରିସ କରାଯାଏ । ଯଦି ଆପଣ ଗର୍ଭାବସ୍ଥାରେ ପିଜୁଳି ଖାଇବା ବିଷୟରେ ଚିନ୍ତା କରୁଛନ୍ତି ଏବଂ ଏହା ସୁରକ୍ଷିତ କି ନାହିଁ, ତେବେ ଆମେ ଆପଣଙ୍କୁ କହିପାରିବୁ ଯେ ଗର୍ଭାବସ୍ଥାରେ ପିଜୁଳି ସେବନ ସମ୍ପୂର୍ଣ୍ଣ ସୁରକ୍ଷିତ । ପିଜୁଳି ଏକ ପୋଷକ ତତ୍ତ୍ୱଯୁକ୍ତ ଫଳ । ତେଣୁ ଗର୍ଭବତୀ ମହିଳାମାନେ ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ପାଇପାରିବେ । ତେବେ ଏହାକୁ କମ୍ ମାତ୍ରାରେ ଖାଇବା ଉଚିତ୍ । ଦୈନିକ ୧୦୦-୧୨୫ ଗ୍ରାମ ପିଜୁଳି ଖାଇବା ନିରାପଦ ବୋଲି ବିବେଚନା କରାଯାଏ। ଏଠାରେ ଆମେ ଆପଣଙ୍କୁ ପିଜୁଳି ଖାଇବାର ୮ଟି ଆଶ୍ଚର୍ଯ୍ୟଜନକ ଫାଇଦା ବିଷୟରେ କହିବୁ ।
୧. ଭିଟାମିନ୍ ସିର ଉତ୍ସ - ପିଜୁଳି ଭିଟାମିନ୍ ସିର ଏକ ଉତ୍ତମ ଉତ୍ସ । ଗର୍ଭାବସ୍ଥାରେ ପିଜୁଳି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ଶିଶୁକୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ
୨. ମଧୁମେହକୁ ନିୟନ୍ତ୍ରଣ କରିଥାଏ - ଗର୍ଭାବସ୍ଥାରେ ମଧୁମେହ ପ୍ରାୟତଃ ଦେଖାଯାଏ । ଯଦି ଆପଣ ଗର୍ଭବତୀ ଏବଂ ମଧୁମେହରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ପିଜୁଳି ସେବନ କରିପାରିବେ । ଏହା ଟାଇପ ୨ ମଧୁମେହକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୩. ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ - ପିଜୁଳିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ।
୪. ଆପଣଙ୍କୁ ହାଇଡ୍ରେଟ୍ ରଖିଥାଏ- ଗର୍ଭାବସ୍ଥାରେ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅସମର୍ଥ, ତେବେ ଅଧିକ ତରଳ ପଦାର୍ଥ ଖାଇବାକୁ ଚେଷ୍ଟା କରନ୍ତୁ କିମ୍ବା ଆପଣଙ୍କ ଖାଦ୍ୟରେ ପାଣିର ମାତ୍ରା ଅଧିକ ଥିବା ଫଳକୁ ଅନ୍ତର୍ଭୁକ୍ତ କରନ୍ତୁ। ପିଜୁଳିରେ ଭଲ ମାତ୍ରାରେ ପାଣି ଥାଏ, ଯାହା ହାଇଡ୍ରେସନକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
୫. ମୁଖ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ - ପିଜୁଳି ଗଳା ସଂକ୍ରମଣ କୁ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ ମୁଖ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ । ଏଥିରେ ଗୁଣ ରହିଛି ଯାହା ପାଟିର ଅଲସର ଏବଂ ମାଢ଼ି ସମସ୍ୟାକୁ କମ୍ କରିଥାଏ।
୬. ଶରୀରକୁ ଶକ୍ତି ଯୋଗାଇଥାଏ- ଗର୍ଭାବସ୍ଥାରେ ପିଜୁଳି ଖାଇବା ଦ୍ୱାରା ମଧ୍ୟମ କ୍ୟାଲୋରୀ ଥିବାରୁ ଶକ୍ତି ମିଳିଥାଏ। ଏହା ଆପଣଙ୍କ ଥକ୍କାପଣ ଏବଂ ଦୁର୍ବଳତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
୭.ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ- ପିଜୁଳିରେ ଭିଟାମିନ୍ ଇ, ସି ଓ ବି ଭରପୂର ମାତ୍ରାରେ ରହିଥାଏ। ଗର୍ଭାବସ୍ଥାରେ ଏହି ତିନୋଟି ଭିଟାମିନ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ପିଜୁଳିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ । ତେଣୁ ମା' ହେବାକୁ ଯାଉଥିବା ପ୍ରତ୍ୟେକ ମହିଳା ନିଶ୍ଚିତ ଭାବେ ପିଜୁଳି ଖାଇବା ଉଚିତ।
୮. ରକ୍ତହୀନତାରୁ ରକ୍ଷା କରିଥାଏ - ରକ୍ତହୀନତା ଆଇରନର ଅଭାବ କାରଣରୁ ହୋଇଥାଏ ଏବଂ ଗର୍ଭବତୀ ମହିଳାଙ୍କ ଠାରେ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ । ତେଣୁ ମହିଳାମାନେ ଏହି ସମୟରେ ପିଜୁଳି ଖାଇଲେ ସେଥିରୁ ପର୍ଯ୍ୟାପ୍ତ ପରିମାଣରେ ଆଇରନ୍ ମିଳିଥାଏ, ଯାହା ଦ୍ୱାରା ସେମାନଙ୍କ ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
Also Read: Health Tips: ପୁରୁଷଙ୍କ ବୈବାହିକ ଜୀବନକୁ ଦୁଇଗୁଣ ସୁଖୀ ରଖିବ କେବଳ ହଳଦୀ, ଏମିତି କରନ୍ତୁ ବ୍ୟବହାର
Also Read: Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ