Home >>Odisha LifeStyle and Others

Hair Spray Side Effects: ହେୟାର ସ୍ପ୍ରେ କରୁଥିଲେ ଜାଣିରଖନ୍ତୁ ଏହି କଥା, ନଚେତ୍ କମ ଦିନରେ ହୋଇଯିବେ ଚନ୍ଦା

Hair Spray Side Effects: ସାବଧାନତାର ସହ ହେୟାର ସ୍ପ୍ରେ ବ୍ୟବହାର କରିବା ଠିକ୍ । ଯେକୌଣସି ଜରୁରୀ ଦିନରେ ହେୟାର ସ୍ପ୍ରେ କମ୍ ଏବଂ ଥରେ ବ୍ୟବହାର କରନ୍ତୁ। କେଶ କେମିତି ଅଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତ୍ୟେକ ପ୍ରକାର କେଶ ପାଇଁ ଭିନ୍ନ ଭିନ୍ନ ପ୍ରକାରର ହେୟାର ସ୍ପ୍ରେ ରହିଛି। ତେଣୁ ସଠିକ୍ ହେୟାର ସ୍ପ୍ରେ ଚୟନ କରନ୍ତୁ।

Advertisement
Hair Spray Side Effects: ହେୟାର ସ୍ପ୍ରେ କରୁଥିଲେ ଜାଣିରଖନ୍ତୁ ଏହି କଥା, ନଚେତ୍ କମ ଦିନରେ ହୋଇଯିବେ ଚନ୍ଦା
Rashmita Sahoo|Updated: Sep 07, 2024, 07:26 PM IST
Share
Hair Spray Side Effects: ଅନେକ ଲୋକ ମାନେ କେଶକୁ ଷ୍ଟାଇଲ୍ କରିବା ପାଇଁ ହେୟାର ସ୍ପ୍ରେ ବ୍ୟବହାର କରିଥାନ୍ତି। ଯଦି ଆପଣ ମଧ୍ୟ ହେୟାର ସ୍ପ୍ରେ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି ତେବେ ଏହା ପୂର୍ବରୁ ନିଶ୍ଚୟ ଏହାର କ୍ଷତି ବିଷୟରେ ଜାଣି ନିଅନ୍ତୁ । ଯଦିଓ ହେୟାର ସ୍ପ୍ରେ ଲଗାଇବା ଦ୍ୱାରା କେଶକୁ ଅନେକ ଫାଇଦା ମିଳିଥାଏ, କିନ୍ତୁ ଏହା କେଶର କିଛି କ୍ଷତି ମଧ୍ୟ କରିଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବେ...
 
ପ୍ରଥମେ ଜାଣନ୍ତୁ ହେୟାର ସ୍ପ୍ରେର କିଛି ଫାଇଦା ବିଷୟରେ...
ହେୟାର ସ୍ପ୍ରେ କେଶକୁ ଷ୍ଟାଇଲିସ୍ ଲୁକ୍ ଦେଇଥାଏ।
ହେୟାର ସ୍ପ୍ରେ ସାହାଯ୍ୟରେ ଯେକୌଣସି ହେୟାରଲୁକ୍ ନିଆଯାଇପାରିବ ।
ଏହି ସ୍ପ୍ରେ ସାହାଯ୍ୟରେ ଆପଣ କେଶକୁ ଖରାପ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ଷା କରିପାରିବେ ।
ଏହା କେଶକୁ ଘନ ଦେଖାଯିବାରେ ମଧ୍ୟ ସହାୟକ ହୋଇଥାଏ।
 
ହେୟାର ସ୍ପ୍ରେ ଲଗାଇବାର କ୍ଷତି
କେଶକୁ ଭଲ ଲୁକ୍ ଦେବା ପାଇଁ ସ୍ପ୍ରେ ଲଗାଇପାରିବେ। ଯଦିଓ ସ୍ପ୍ରେ ଲଗାଇବା ଭୁଲ୍ ନୁହେଁ, ତଥାପି ଏହାର କ୍ଷତି ଜାଣିବା ମଧ୍ୟ ଜରୁରୀ ।
 
ପ୍ରତିଦିନ ହେୟାର ସ୍ପ୍ରେ ର ବ୍ୟବହାର ଦ୍ୱାରା କେଶରେ ଜମା ହୋଇଥାଏ, ଯାହା ଦ୍ୱାରା କେଶ ଶୁଷ୍କ ହୋଇଯାଏ ।
ହେୟାର ସ୍ପ୍ରେ ବ୍ୟବହାର କରିବା ଦ୍ୱାରା କେଶର ମୂଳ ଦୁର୍ବଳ ହୋଇଥାଏ। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ।
ସ୍ପ୍ରେ ବ୍ୟବହାର କରିବା ଦ୍ୱାରା ସାଧାରଣ ଦିନରେ କେଶ କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ ।
ଅନେକ ସମୟରେ ହେୟାର ସ୍ପ୍ରେ କେଶକୁ ଏତେ କଠିନ କରିଦିଏ ଯେ ଏହାକୁ କୁଣ୍ଡାଇବା କଷ୍ଟକର ହୋଇଯାଏ ।
ହେୟାର ସ୍ପ୍ରେ କେଶକୁ ଧଳା କରିପାରେ ।
ହେୟାର ସ୍ପ୍ରେ ଲଗାଇବା ଦ୍ୱାରା କେଶ ଖରାପ ହୋଇଥାଏ । ଯାହା ଫଳରେ ଉପୁଡିଥାଏ ଓ ଚନ୍ଦାପଣ ସୃଷ୍ଟି ହୋଇଥାଏ। 
 
ନିୟନ୍ତ୍ରିତ ବ୍ୟବହାର
ସାବଧାନତାର ସହ ହେୟାର ସ୍ପ୍ରେ ବ୍ୟବହାର କରିବା ଠିକ୍ । ଯେକୌଣସି ଜରୁରୀ ଦିନରେ ହେୟାର ସ୍ପ୍ରେ କମ୍ ଏବଂ ଥରେ ବ୍ୟବହାର କରନ୍ତୁ। କେଶ କେମିତି ଅଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତ୍ୟେକ ପ୍ରକାର କେଶ ପାଇଁ ଭିନ୍ନ ଭିନ୍ନ ପ୍ରକାରର ହେୟାର ସ୍ପ୍ରେ ରହିଛି। ତେଣୁ ସଠିକ୍ ହେୟାର ସ୍ପ୍ରେ ଚୟନ କରନ୍ତୁ।
 
ସଠିକ୍ ଭାବରେ ସ୍ପ୍ରେ କରନ୍ତୁ 
କେଶରେ ସ୍ପ୍ରେ ଲଗାଇବା ବେଳେ କିଛି କଥା ଧ୍ୟାନ ରଖନ୍ତୁ। ଉଦାହରଣ ସ୍ୱରୂପ କେଶକୁ ୨୫ରୁ ୩୦ ସେଣ୍ଟିମିଟର ଦୂରତାରେ ସ୍ପ୍ରେ କରନ୍ତୁ। ବାୟୁପ୍ରବାହିତ ସ୍ଥାନରେ ସ୍ପ୍ରେ କରନ୍ତୁ। କେଶ ମୂଳରେ ସ୍ପ୍ରେ କରିବାକୁ ଦିଅନ୍ତୁ ନାହିଁ।
 
ଏକ ଭଲ ସ୍ପ୍ରେ ଚୟନ କରନ୍ତୁ
ସ୍ପ୍ରେ କିଣିବା ସମୟରେ ଏଥିରେ କେଉଁ ରାସାୟନିକ ପଦାର୍ଥ ର ବ୍ୟବହାର ହୋଇଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସବୁବେଳେ ସ୍ପ୍ରେ ବୋତଲରେ ତାରିଖ ଏବଂ କେଶର ପ୍ରକାର ଯାଞ୍ଚ କରନ୍ତୁ।
 
 
 
Read More
{}{}