Home >>Odisha LifeStyle and Others

Potato Benefits: ପ୍ରତିଦିନ ଆଳୁ ଖାଇଲେ ମିଳିଥାଏ ଏହି ୪ ଫାଇଦା

Potato Benefits: ଆଳୁ ପରିବା ଗୁଡିକ ମଧ୍ୟରେ ଆଳୁକୁ (Potato) ରାଜା ବୋଲି କୁହାଯାଏ।  ତରକାରୀ ହେଉ କି ଭଜା ସବୁଥିରେ ଆଳୁ ବ୍ୟବହାର କରାଯାଏ। ଆଳୁ ଏପରି ଏକ ପନିପରିବା ଯାହାକି ବିଭିନ୍ନ ସ୍ଥାନରେ ଅତି ସହଜରେ ମିଳିଥାଏ। କିନ୍ତୁ ଅଧିକାଂଶ ଲୋକେ ଆଳୁକୁ ଡାଇବେଟିସ୍ ଭୟରେ ଖାଆନ୍ତି ନାହିଁ। ତେବେ, ଆସନ୍ତୁ ଜାଣିବା ଆଳୁ ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ (Potato Benefits)। ... 

Advertisement
Potato Benefits: ପ୍ରତିଦିନ ଆଳୁ ଖାଇଲେ ମିଳିଥାଏ ଏହି ୪ ଫାଇଦା
Zee Odisha Desk|Updated: Dec 17, 2023, 02:30 PM IST
Share

Potato Benefits: ଆଳୁ ପରିବା ଗୁଡିକ ମଧ୍ୟରେ ଆଳୁକୁ (Potato) ରାଜା ବୋଲି କୁହାଯାଏ।  ତରକାରୀ ହେଉ କି ଭଜା ସବୁଥିରେ ଆଳୁ ବ୍ୟବହାର କରାଯାଏ। ଆଳୁ ଏପରି ଏକ ପନିପରିବା ଯାହାକି ବିଭିନ୍ନ ସ୍ଥାନରେ ଅତି ସହଜରେ ମିଳିଥାଏ। କିନ୍ତୁ ଅଧିକାଂଶ ଲୋକେ ଆଳୁକୁ ଡାଇବେଟିସ୍ ଭୟରେ ଖାଆନ୍ତି ନାହିଁ। ତେବେ, ଆସନ୍ତୁ ଜାଣିବା ଆଳୁ ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ (Potato Benefits)। ... 

କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ :
ଆଳୁରେ ଅଧିକ ପରିମାଣର ଫାଇବର ଥାଏ। ଯାହା ଆମ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଫାଇବର ଯୁକ୍ତ ପରିବା ଅର୍ଥାତ୍ ଆଳୁ ନିୟମିତ ବ୍ୟବହାର ଆମ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳେ। 

ଓଜନ ନିୟନ୍ତ୍ରଣ କରେ :
ଓଜନ ହ୍ରାସ ପାଇଁ ଆଳୁ ରାମବାଣ ପରି କାର୍ଯ୍ୟକରେ। ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ତେଣୁ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହା ଆପଣଙ୍କୁ ସାହାଯ୍ୟ କରିବ।  

ହାର୍ଟକୁ ସୁସ୍ଥ ରଖେ :
ଆଳୁରେ ଥିବା ଫାଇବର ଆମ ରକ୍ତରେ ଖରାପ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଆମ ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ଫାଇବର ସହିତ ଏଥିରେ ପୋଟାସିୟମ, ଭିଟାମିନ୍ ସି ଏବଂ ଭିଟାମିନ୍ ବି-୬ ମଧ୍ୟ ଥାଏ । ଫଳରେ ଆଳୁକୁ ନିୟମିତ ଭାବେ ସେବନ କଲେ ହାର୍ଟ ଆଟାର୍କ ଆଶଙ୍କା କମିଥାଏ।

କିଡନୀ ଷ୍ଟୋନ୍ ଆଶଙ୍କା କମିଥାଏ:
ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କେବଳ ଏତିକି ନୁହେଁ, ଆଳୁରେ ଥିବା ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ,ଯାହା କିଡନୀ ଷ୍ଟୋନକୁ ରୋକିବାରେ ସାହାଯ୍ୟ କରିଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

Read More
{}{}