Hindi News >>Home >>Odisha LifeStyle and Others

Health Tips: ସକାଳେ ଖାଲିପେଟରେ ପିଅନ୍ତୁ ଏହି ୫ଟି ସୁପର-ଡ୍ରିଙ୍କସ୍, ଦିନସାରା ରହିବେ ଫିଟ୍

Jeera For Weight Loss: ରୋଷେଇ ଘରେ ଥିବା ଏକ  ଏକ ମସଲା ଖାଦ୍ୟ ପଦାର୍ଥ ହେଉଛି ଜିରା। ଯାହା ଶରୀର ପାଇଁ ବେଶ ହିତକର ହୋଇଥାଏ। ଜିରା ସାଧାରଣତଃ ଓଜନ ହ୍ରାସ କରିବାରେ ସହାୟକ ହେବା ସହିତ ହରମୋନ୍ କୁ ସନ୍ତୁଳନ ରଖିବାରେ ସାହାର୍ଯ୍ୟ କରିଥାଏ। ଏବଂ ପେଟରୁ ଚର୍ବି ହରାଇବାରେ ସାହାର୍ଯ୍ୟ କରିଥାଏ।  ତେବେ, ଆସନ୍ତୁ ଜାଣିବା  ପ୍ରତିଦିନ ସକାଳେ ଜିରା ପାଣି ସେବନ କରିବା ଦ୍ବାରା କଣସବୁ ଫାଇଦା ମିଳିଥାଏ। 

Advertisement
Health Tips: ସକାଳେ ଖାଲିପେଟରେ ପିଅନ୍ତୁ ଏହି ୫ଟି ସୁପର-ଡ୍ରିଙ୍କସ୍, ଦିନସାରା ରହିବେ ଫିଟ୍
Narmada Behera|Updated: Nov 06, 2024, 06:43 AM IST
Share

Jeera For Weight Loss: ରୋଷେଇ ଘରେ ଥିବା ଏକ  ଏକ ମସଲା ଖାଦ୍ୟ ପଦାର୍ଥ ହେଉଛି ଜିରା। ଯାହା ଶରୀର ପାଇଁ ବେଶ ହିତକର ହୋଇଥାଏ। ଜିରା ସାଧାରଣତଃ ଓଜନ ହ୍ରାସ କରିବାରେ ସହାୟକ ହେବା ସହିତ ହରମୋନ୍ କୁ ସନ୍ତୁଳନ ରଖିବାରେ ସାହାର୍ଯ୍ୟ କରିଥାଏ। ଏବଂ ପେଟରୁ ଚର୍ବି ହରାଇବାରେ ସାହାର୍ଯ୍ୟ କରିଥାଏ। ବିଶେଷକରି ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ବେଶ୍ ହିତକର ହୋଇଥାଏ। ଏଥିରେ ଥିବା ଥର୍ମୋଜେନିକ୍ ଗୁଣ ମେଟାବୋଲିଜିମ୍ ବୃଦ୍ଧି କରିଥାଏ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ତେବେ, ଆସନ୍ତୁ ଜାଣିବା  ପ୍ରତିଦିନ ସକାଳେ ଜିରା ପାଣି ସେବନ କରିବା ଦ୍ବାରା କଣସବୁ ଫାଇଦା ମିଳିଥାଏ। 

ALSO READ: Weather Update: ରାଜ୍ୟରେ କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ

ALSO READ: Healthy Breakfast: ସକାଳକୁ ଆହୁରି ତାଜା ବନାଏ ଏହି ୫ଟି ସୁପରଫୁଡ୍, ନିଜ ବ୍ରେକଫାଷ୍ଟରେ କରନ୍ତୁ ସାମିଲ୍

ପେଟର ଚର୍ବି କମାଇବା ପାଇଁ ଜିରା ରାମବାଣ ପରି କାର୍ଯ୍ୟ କରେ:

ସକାଳେ ଖାଲି ପେଟରେ ଜିରା ପାଣି ପିଅନ୍ତୁ: - ସକାଳେ ଖାଲି ପେଟରେ ଜିରା ପାଣି ପିଇବା ଦ୍ବାରା ମେଟାବୋଲିଜିମ୍ ବୃଦ୍ଧି ହୋଇଥାଏ। ଯାହା ପେଟରେ ଥିବା ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଏକ ଚାମଚ ଜିରା ରାତିରେ ଏକ ଗ୍ଲାସ୍ ପାଣିରେ ଭିଜାନ୍ତୁ । ଏବଂ ସକାଳେ ଏହାକୁ ଫୁଟାନ୍ତୁ, ଏବଂ ଖାଲି ପେଟରେ ଏହାକୁ  ପିଅନ୍ତୁ ।

ଲେମ୍ବୁ ଜିରା ପାଣି: - ଜିରା ଏବଂ ଲେମ୍ବୁ ପାଣି ପ୍ରତିଦିନ ସକାଳେ ପିଇବା ଦ୍ବାରା ଶରୀରରେ ଥିବା  ବିଷାକ୍ତ ପଦାର୍ଥ ବାହାରି ଥାଏ। ଚର୍ବି ହ୍ରାସ ହେବା ସହିତ ପାଦଫୁଲା ଓ ଥଣ୍ତା ଜନିତ ରୋଗ କମିଥାଏ। ତେଣୁ ଅଧା ଲେମ୍ବୁ ରସ ସହିତ ନଖଉସୁମ୍ ଜିରା ପାଣି ପିଅନ୍ତୁ। 

ଅଦା ଜିରା ପାଣି: - ଅଦା ମିଶ୍ରଣ ଜିରା ପାଣି ଆମ ହଜମରେ ଉନ୍ନତ ଆଣିଥାଏ।  ଏବଂ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସହାୟକ ହୋଇଥାଏ।  ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ତେଣୁ ଦୌନିକ ସକାଳେ ଅଦା ମିଶ୍ରିତ ଜିରା ଉସୁମ୍ ପାଣି ପିଇବା ଦ୍ବାରା ଶରୀରରେ ଇମ୍ୟୁନିଟି ବୁଷ୍ଟ ମଧ୍ୟ ହୋଇଥାଏ। 

ଜିରା ଏବଂ ଦହି: -ଜିରା ଓ ହଦିକୁ ମିଶ୍ରିତ ଖାଦ୍ୟ ସକାଳେ ଖାଇବା ଦ୍ବାରା ପେଟରେ ଥିବା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ପେଟଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ। 

ଜିରା ଓ ପାନମଧୁରୀ: - ଜିରା ଓ ପାନମଧୁରୀ ମିଶ୍ରିତ ନଖ ଉସୁମ୍ ପାଣି ସକାଳେ ପିଇବା ଦ୍ବାରା ଚର୍ବି ହ୍ରାସ ହେବା ସହିତ ପତଳା ମଧ୍ୟ ହୋଇଥାନ୍ତି। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

 

Read More
{}{}