Home >>Odisha LifeStyle and Others

Health Tips: ସକାଳୁ ମର୍ଣ୍ଣିଂ ୱାକ୍‌ ପରେ ପାଣି କିପରି ପିଇବେ, ଉଷୁମ ପାଣି ନା ଥଣ୍ଡା, ପାଣି ପିଇବାର ସଠିକ୍ ଉପାୟ ଜାଣନ୍ତୁ...

ବର୍ତ୍ତମାନ ସମୟରେ ଯୁବ ବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ମର୍ଣ୍ଣିଂ ୱାକ୍‌। ନିଜକୁ ଫିଟ୍‌ ଓ ଫାଇନ୍‌ ରଖିବାକୁ ସମସ୍ତେ ଚାହିଁଥାନ୍ତି।ମର୍ଣ୍ଣିଂ ୱାକ୍‌ ବହୁ ରୋଗ ପାଇଁ ଏହା ଅବ୍ୟର୍ଥ ଔଷଧ। ମର୍ଣ୍ଣିଂ ୱାକ୍‌ କରିବା ଦ୍ୱାରା ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟା

Advertisement
Health Tips: ସକାଳୁ ମର୍ଣ୍ଣିଂ ୱାକ୍‌ ପରେ ପାଣି କିପରି ପିଇବେ, ଉଷୁମ ପାଣି ନା ଥଣ୍ଡା, ପାଣି ପିଇବାର ସଠିକ୍ ଉପାୟ ଜାଣନ୍ତୁ...
Zee Odisha Desk|Updated: May 29, 2024, 08:51 AM IST
Share

Health Tips: ବର୍ତ୍ତମାନ ସମୟରେ ଯୁବ ବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ମର୍ଣ୍ଣିଂ ୱାକ୍‌। ନିଜକୁ ଫିଟ୍‌ ଓ ଫାଇନ୍‌ ରଖିବାକୁ ସମସ୍ତେ ଚାହିଁଥାନ୍ତି।ମର୍ଣ୍ଣିଂ ୱାକ୍‌ ବହୁ ରୋଗ ପାଇଁ ଏହା ଅବ୍ୟର୍ଥ ଔଷଧ। ମର୍ଣ୍ଣିଂ ୱାକ୍‌ କରିବା ଦ୍ୱାରା ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିସହ ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ। ମର୍ଣ୍ଣିଂ ୱାକ୍‌ ପରେ ଥଣ୍ଡା ନା ଉଷୁମ କିପରି ପାଣି ପିଇବା ଶରୀର ପାଇଁ ହିତକାରକ ତାକୁ ନେଇ ଚାଲିଛି ଚର୍ଚ୍ଚା।ମର୍ଣ୍ଣିଂ ୱାକ୍‌ ପରେ ଶରୀରରେ ରକ୍ତଚାପ ବଢ଼ି ଯାଇଥାଏ। ତେଣୁ ଏପରି କ୍ଷେତ୍ରରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ଲାଭଦାୟକ। କିନ୍ତୁ ଶୀତ ଦିନରେ ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ବେମାର। ଏପରି କ୍ଷେତ୍ରରେ ପ୍ରାତଃ ଭ୍ରମଣ ପରେ ଥଣ୍ଡା ପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏଥିସହ ଥଣ୍ଡା ପାଣି ପିଇବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ପ୍ରଭାବିତ ହୋଇପାରେ। ଏହାଦ୍ୱାରା ହାର୍ଟର କାର୍ଯ୍ୟ ଦକ୍ଷତା ବି ପ୍ରଭାବିତ ହୋଇଥାଏ। ତେଣୁ ଏପରି ସ୍ଥିତିରେ ଆପଣଙ୍କୁ ୱାକ୍‌ ପରେ ସମ୍ପୂର୍ଣ୍ଣ ଉଷୁମ ପାଣି ପିଇବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ।

ୱାକ୍‌ ପରେ ହାଲକା ଉଷୁମ ପାଣି ପିଇବା ଦ୍ୱାରା ଏହା ସମଗ୍ର ଶରୀରରେ ରକ୍ତ ପ୍ରବାହକୁ ଅଧିକ କାର୍ଯ୍ୟକ୍ଷମ କରିଥାଏ। ଏଥିସହ ରକ୍ତ ଚାପକୁ ବାଲାନ୍ସ କରିଥାଏ। ଏଥିସହ ହାଲକା ଉଷୁମ ପାଣି ପିଇବା ଦ୍ୱାରା ହାର୍ଟ ମଧ୍ୟ ଭଲ ଭାବେ କାର୍ଯ୍ୟକ୍ଷମ କରିପାରିଥାଏ। ପେଟ ପାଇଁ ବି ଉଷୁମ ପାଣି ଖୁବ୍‌ ଲାଭଦାୟକ। ଏହା ପେଟର ମେଟାବୋଲିଜିମ୍‌ ରେଟ୍‌କୁ ବଢ଼ାଇବା ସହ ଫ୍ୟାଟ୍‌ କମାଇବାରେ ସହାୟକ ହୋଇଥାଏ। ଏଥିସହ ଉଷୁମ ପାଣି ସେବନ ପାଚନ ତନ୍ତ୍ରକୁ ଠିକ୍‌ କରିଥାଏ । ଫଳରେ ବହୁ ପେଟ ବେମାର, ମେଟାବୋଲିଜିମ, ଫ୍ୟାଟ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।

(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)

Read More
{}{}