Hindi News >>Home >>Odisha National-International

Manmohan Singh Last Rites: ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ସହ ଜାତୀୟ ପତାକା ହେଲା ଅର୍ଦ୍ଧ ନମିତ, ଶନିବାର ଶେଷକୃତ୍ୟ

Former PM Manmohan Singh Death: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ଗତକାଲି ରାତିରେ ସେ ଦିଲ୍ଲୀରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। 

Advertisement
Manmohan Singh Last Rites: ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ସହ ଜାତୀୟ ପତାକା ହେଲା ଅର୍ଦ୍ଧ ନମିତ, ଶନିବାର ଶେଷକୃତ୍ୟ
Narmada Behera|Updated: Dec 28, 2024, 01:53 PM IST
Share
Former PM Manmohan Singh Death: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା  ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ଗତକାଲି ରାତିରେ ସେ ଦିଲ୍ଲୀରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବିରିଷ୍ଠ ରାଜନେତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଲହରୀ ଖେଳି ଯାଇଛି। ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ,କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ନେତା ଶୋକବ୍ୟକ୍ତ କରିଛନ୍ତି । କେବଳ ସେତିକୁ ନୁହେଁ,ମାଳଦ୍ୱୀପ , ଆଫଗାନିସ୍ତାନ ସମେତ ପଡ଼ୋଶୀ ଦେଶର ନେତା ମଧ୍ୟ ମନମୋହନ ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ୭ ଦିନିଆ ଶୋକ ଘୋଷଣା କରିଛନ୍ତି। ଡିସେମ୍ୱର ୨୬ ରୁ  ୨୦୨୫ ଜାନୁୟାରୀ ୧ ପର୍ଯ୍ୟନ୍ତ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏହାସହ ମନେମାହନ ସିଂହଙ୍କ ବିୟୋଗରେ ସମସ୍ତ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧ ନମିତ କରାଯାଇଛି ।
 
 
 
ସେପଟେ, ଏନେଇ ଆଜି ଦିନ ୧୧ ଟାରେ କ୍ୟାବିନେଟ୍ ବୈଠକ ହେବ। ସେଥିପାଇଁ ଆଜି ଧାର୍ଯ୍ୟ ହୋଇଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି।  କଂଗ୍ରେସ ଦଳ ୭ ଦିନ ପର୍ଯ୍ୟନ୍ତ ଶୋକ ପାଳନ କରିବ ବୋଲି ସୂଚନା ମିଳିଛି। ୭ ଦିନ ପର୍ଯ୍ୟନ୍ତ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି ଦଳ । ଅନ୍ୟପଟେ, ଗତକାଲି ବିଳମ୍ବିତ ରାତିରେ ତାଙ୍କର  ପାର୍ଥିବ ଶରୀରକୁ ଦିଲ୍ଲୀ ଏମ୍ସରୁ ତାଙ୍କ ବାସଭବନ( ମୋତିଲାଲ ନେହେରୁ ମାର୍ଗସ୍ଥିତ ତାଙ୍କ ବାସଭବନ) କୁ ଅଣାଯାଇଥିଲା । ଏହି ସମୟରେ  କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ  ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ମନୋମହନ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ।  
 
ତେବେ, ଆଜି ନୁହେଁ ବରଂ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯିବ । ତେବେ, ସୂଚନା ଅନୁସାରେ,ମନମୋହନ ସିଂ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ, ଦିର୍ଘ ୧୦ ବର୍ଷ ଧରି ୟୁପିଏ ସରକାର ସମୟରେ ସେ ପ୍ରଧାନମନ୍ତ୍ରୀ ଥିଲେ ।  ୧୯୭୧ ମସିହାରେ ବାଣିଜ୍ୟ-ମନ୍ତ୍ରଣାଳୟର ଆର୍ଥିକ -ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ସେହିପରି  ୧୯୯୧-୧୯୯୬ ମସିହା ପର୍ଯ୍ୟନ୍ତ ସେ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 
 
Read More
{}{}