Hindi News >>Home >>Odisha LifeStyle and Others

Rekha Gupta: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପରବେଶ ବର୍ମା ହେଲେ ଉପ ମୁଖ୍ୟମନ୍ତ୍ରୀ

Rekha Gupta: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ରାମଲୀଲା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି  ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ଗୃହମନ୍ତ୍ରୀ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। 

Advertisement
Rekha Gupta: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପରବେଶ ବର୍ମା ହେଲେ ଉପ ମୁଖ୍ୟମନ୍ତ୍ରୀ
Narmada Behera|Updated: Feb 20, 2025, 01:17 PM IST
Share

Rekha Gupta: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ରାମଲୀଲା ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି  ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ଗୃହମନ୍ତ୍ରୀ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ସକସେନା ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି, ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, ଆଶିଷ ସୁଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କପିଲ ମିଶ୍ରା, ମନଜିନ୍ଦର ସିଂ ସିରସା, ପଙ୍କଜ ସିଂ, ରବିନ୍ଦର ସିଂ ଇନ୍ଦ୍ରାଜ ମଧ୍ୟ ଶପଥ ନେଇଛନ୍ତି ।

ରେଖାଙ୍କ ବିଷୟରେ ଜାଣନ୍ତୁ କିଛି ଖାସ୍ କଥା:

-ଦିଲ୍ଲୀ ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟିକା ଭାବେ ଜିତିଛନ୍ତି ରେଖା ଗୁପ୍ତା । ବିଧାୟିକା ଭାବେ ସେ ପ୍ରଥମ ଥର ଜିତିଛନ୍ତି। 

- ରେଖାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର କରିଛନ୍ତି ।

-୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । 

-୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଅଧ୍ୟକ୍ଷା ବନିଥିଲେ । 

-୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରୁ କର୍ପୋରେଟର ଭାବେ ଜିତିଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD)ର ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିଲେ ।

-ରେଖା ପେଶାରେ ଜଣେ ଓକିଲ । 

Read More
{}{}