Hindi News >>Home >>Odisha LifeStyle and Others

Maha Shivratri 2025: ମହା ଶିବରାତ୍ରୀରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !

Maha Shivratri 2025: ଲିଙ୍ଗରେ ବିଭିନ୍ନ ଫୁଲ, ବେଲପତ୍ର, ଭାଙ୍ଗ, ଦୁଦୁରା ଇତ୍ୟାଦି ଅର୍ପଣ କରନ୍ତୁ। ଏହାପରେ ଭୋଳନାଥଙ୍କ କପାଳରେ ଧଳା ଚନ୍ଦନ ଲଗାଇ ତ୍ରିମୁଖୀ ତିଆରି କରନ୍ତୁ। ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ଓ ଭୋଗ ଲଗାନ୍ତୁ। ଋଦ୍ରାକ୍ଷ ମଣି ସହିତ "ମହାମୃତ୍ୟୁଞ୍ଜୟ ମନ୍ତ୍ର" ଏବଂ ପଞ୍ଚାକ୍ଷରୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

Advertisement
Maha Shivratri 2025: ମହା ଶିବରାତ୍ରୀରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !
Rashmita Sahoo|Updated: Jan 17, 2025, 02:45 PM IST
Share

Maha Shivratri 2025: ମହାଶିବରାତ୍ରୀ ୨୬ ଫେବୃଆରୀ ୨୦୨୫ରେ ପାଳନ କରାଯିବ । ବିଶ୍ୱାସ କରାଯାଏ ଯେ ଏହି ଦିନ ପ୍ରଥମ ଥର ପାଇଁ ଭୋଳାନାଥ ଶିବଲିଙ୍ଗ ରୂପରେ ଆବିର୍ଭାବ ହୋଇଥିଲେ । କୁହାଯାଏ ମହାଶିବରାତ୍ରୀ ରାତିରେ ମହାଦେବ ଶିବଲିଙ୍ଗରେ ବାସ କରନ୍ତି । ବିଶ୍ୱାସ ରହିଛି ଯେ ମହାଶିବରାତ୍ରୀ ରାତିରେ ଯେଉଁମାନେ ଚାରି ପ୍ରହରରେ ଶିବଙ୍କ ଅଭିଷେକ କରନ୍ତି, ସେମାନେ ସମସ୍ତ ଅସୁବିଧାକୁ ବାଏଁ ବାଏଁ ଉଡାଇଦିଅନ୍ତି। ଏହି ଦିନ ଭୋର ସମୟରେ ଜଳାଭିଷେକ କରିବାର ନିୟମ ରହିଛି। ଫାଲଗୁନ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଫେବ୍ରୁଆରି ୨୬, ୨୦୨୫ ପୂର୍ବାହ୍ନ ୧୧.୦୮ରୁ ୨୭ ତାରିଖ ସକାଳ ୮.୫୪ ପର୍ଯ୍ୟନ୍ତ ରହିବ।

ମହା ଶିବରାତ୍ରୀରେ ପ୍ରଥମ ପ୍ରହର ପୂଜା ସନ୍ଧ୍ୟା ୬ଟା ୧୯ରୁ ୯ଟା ୨୬ ପର୍ଯ୍ୟନ୍ତ, ଦ୍ବିତୀୟ ପ୍ରହର ପୂଜା ରାତି ୯ଟା ୨୬ରୁ ୧୨ଟା ୩୪ ପର୍ଯ୍ୟନ୍ତ, ତୃତୀୟ ପ୍ରହର ପୂଜା ପୂର୍ବାହ୍ନ ୧୨ଟା ୩୪ରୁ ୩ଟା ୪୧ ପର୍ଯ୍ୟନ୍ତ ହୋଇଥାଏ। ଚତୁର୍ଥ ପ୍ରହର ପୂଜା ଭୋର ୩ଟା ୪୧ରୁ ୬ଟା ୪୮ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରୟାଗରାଜରେ ମହାକୁମ୍ଭ ଓ ମହା ଶିବରାତ୍ରୀର ସଂଯୋଗ ବର୍ଷ ବର୍ଷ ପରେ ଆସିଛି। ଏଭଳି ସ୍ଥିତିରେ ଏହି ଦିବସର ମହତ୍ତ୍ୱ ଆହୁରି ବଢିଯାଇଛି ।

 

ମହା ଶିବରାତ୍ରୀ ଦିନ ସକାଳୁ ଉଠି ସ୍ନାନ କରନ୍ତୁ। ଭଗବାନ ଶିବଙ୍କ ସମ୍ମୁଖରେ ବ୍ରତ ରଖନ୍ତୁ। ଶ୍ରଦ୍ଧାଳୁମାନେ ଘରେ କିମ୍ବା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିପାରିବେ। ଏହିଦିନ ଲୋକମାନେ ସାଧାରଣତଃ ଶିବ ମନ୍ଦିର ଯାଇ ରାତିରେ ଘରେ ଶିବଙ୍କୁ ପୂଜା କରିଥାନ୍ତି । ପ୍ରଥମେ ଭଗବାନ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗର ପୂଜା କରନ୍ତୁ। ଲିଙ୍ଗରେ ବିଭିନ୍ନ ଫୁଲ, ବେଲପତ୍ର, ଭାଙ୍ଗ, ଦୁଦୁରା ଇତ୍ୟାଦି ଅର୍ପଣ କରନ୍ତୁ। ଏହାପରେ ଭୋଳନାଥଙ୍କ କପାଳରେ ଧଳା ଚନ୍ଦନ ଲଗାଇ ତ୍ରିମୁଖୀ ତିଆରି କରନ୍ତୁ। ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ଓ ଭୋଗ ଲଗାନ୍ତୁ। ଋଦ୍ରାକ୍ଷ ମଣି ସହିତ "ମହାମୃତ୍ୟୁଞ୍ଜୟ ମନ୍ତ୍ର" ଏବଂ ପଞ୍ଚାକ୍ଷରୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

୨୦୨୫ ମସିହାର ମହା ଶିବରାତ୍ରୀ ପରଠୁ ଅନେକ ରାଶି ଭାଗ୍ୟଶାଳୀ ହେବାର ସମ୍ଭାବନା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଏହି ରାଶିମାନଙ୍କୁ ମିଳିପାରେ ବିଶେଷ ଫାଇଦା 

ମେଷ: ଚଳିତ ବର୍ଷ ମେଷ ରାଶିର ଲୋକମାନେ ଆତ୍ମବିଶ୍ଵାସ ହାସଲ କରିବା ସହ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବେ। 

କନ୍ୟା: ଚଳିତ ବର୍ଷ କନ୍ୟା ରାଶିର ଲୋକମାନେ ବିଗତ ବର୍ଷ ମାନଙ୍କରେ ସମ୍ମୁଖୀନ ହେଉଥିବା ଅସୁବିଧାରୁ ମୁକ୍ତି ପାଇପାରିବେ।
 
ତୂଳା: ଚଳିତ ବର୍ଷ ତୂଳା ରାଶିର ଲୋକମାନେ ଦୀର୍ଘଦିନର ସମସ୍ୟାରୁ ମୁକ୍ତି ପାଇପାରନ୍ତି। 

ମକର: ଚଳିତ ବର୍ଷ ମକର ରାଶିର ବ୍ୟକ୍ତିଙ୍କ ଉପରେ ଚାଲିଥିବା ଶନିଙ୍କ ସାଢେ ସତୀ ଶେଷ ହୋଇପାରେ। 

ବୃଷ: ଚଳିତ ବର୍ଷ ବୃଷ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ରହିପାରେ। 

ସେହିପରି ବିଛା ରାଶିରେ ଶନି ପଞ୍ଚମ ଘରେ ଯାତ୍ରା କରିବେ। ଏହା ଆପଣଙ୍କୁ ଅନେକ ଖୁସି ଖବର ଦେଇପାରେ । ଏହାବ୍ୟତୀତ ୨୦୨୫ ମସିହାରେ ଦେବ ଗୁରୁ ବୃହସ୍ପତି ବୃଷ ରାଶିରୁ ମିଥୁନ ରାଶିରେ ମଧ୍ୟ ପ୍ରବେଶ କରିବେ। ଗ୍ରହମାନଙ୍କର ଏହି ଚଳନ ଅନେକ ରାଶି ଉପରେ ଶୁଭ ପ୍ରଭାବ ପକାଇପାରେ । 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Ketu Gochar 2025: ସିଂହରାଶିରେ ପ୍ରବେଶ କରିବେ କେତୁ, ୨୦୨୫ ବର୍ଷ ସାରା ମାଲାମାଲ୍ ଏହି ୪ ରାଶି

Read More
{}{}