Hindi News >>Home >>Odisha LifeStyle and Others

Mangal Gochar: ବୃଷ ରାଶିକୁ ଚଳନ କରିବେ ମଙ୍ଗଳ; ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଧନଲାଭ ସହ କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଭାବରେ ବିବେଚନା କରାଯାଉଥିବା ମଙ୍ଗଳ ଜୁଲାଇରେ ଏହାର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରାଶି ପରିବର୍ତ୍ତନ କରିବା ସହିତ ବୃଷ ରାଶିରେ ପ୍ରବେଶ କରିବେ ମଙ୍ଗଳ। ସେମାନଙ୍କର ରାଶି ଚିହ୍ନର ଏହି ପରିବର୍ତ୍ତନ ସମସ୍ତ ରାଶି ଚିହ୍ନକୁ ପ୍ରଭାବିତ କରିବ। କିନ୍ତୁ ୫ଟି ରାଶି ଉପରେ ଏହି ଚଳନର ବିଶେ

Advertisement
Mangal Gochar: ବୃଷ ରାଶିକୁ ଚଳନ କରିବେ ମଙ୍ଗଳ; ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଧନଲାଭ ସହ କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!
Prabhudatta Moharana|Updated: Jul 03, 2024, 03:52 PM IST
Share

Mangal Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଭାବରେ ବିବେଚନା କରାଯାଉଥିବା ମଙ୍ଗଳ ଜୁଲାଇରେ ଏହାର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରାଶି ପରିବର୍ତ୍ତନ କରିବା ସହିତ ବୃଷ ରାଶିରେ ପ୍ରବେଶ କରିବେ ମଙ୍ଗଳ। ସେମାନଙ୍କର ରାଶି ଚିହ୍ନର ଏହି ପରିବର୍ତ୍ତନ ସମସ୍ତ ରାଶି ଚିହ୍ନକୁ ପ୍ରଭାବିତ କରିବ। କିନ୍ତୁ ୫ଟି ରାଶି ଉପରେ ଏହି ଚଳନର ବିଶେଷ ଭାବରେ ପ୍ରଭାବ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା, ଏହି ୫ଟି ରାଶିର ଚିହ୍ନ ଏବଂ ଏହି ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା କ’ଣ?

ମେଷ ରାଶି
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳ ଗୋଚର ବେଶ ଫଳପ୍ରଦ ରହିବ। ଜୀବନରେ ଆସୁଥିବା ସମସ୍ତ ପ୍ରକାରର ସଂକଟ ଦୂର ହେବ। ଆୟର ମାତ୍ରା ବଢିବ। ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। କାର୍ଯ୍ୟାଳୟରେ ସମସ୍ୟା ଦୂର ହେବ। ଉପରିସ୍ଥ କର୍ମଚାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ। ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ଲାଭର ପରିମାଣ ବଢିପାରେ। 

କନ୍ୟା ରାଶି
କନ୍ୟା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳ ଗୋଚର ବେଶ ଅନୁକୂଳ ରହିବ। ଏହି ରାଶିର ଲୋକମାନେ ମାନସିକ ଚିନ୍ତାରୁ ମୁକ୍ତି ପାଇବେ। ଆପଣ ବେଶ ସକରାତ୍ମକ ନିର୍ଣ୍ଣୟ ନେଇ ପାରନ୍ତି। ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବଢିବ। ଆପଣଙ୍କ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ। ଆୟରେ ବୃଦ୍ଧି ଘଟିବ। ଅଟକି ଥିବା କାର୍ଯ୍ୟ ଶେଷ ହେବ। ଋଣବୋଝରୁ ମୁକ୍ତି ମିଳିବ। ବୈବାହିକ ଜୀବନରେ ଥିବା ବିବାଦର ଅନ୍ତ ଘଟିବ। ସ୍ୱାସ୍ଥ୍ୟ ବେଶ ଉନ୍ନତ ରହିବ। 

ବିଛା ରାଶି
ବିଛା ରାଶିର ଲୋକମାନଙ୍କ ପାଇଁ ଏହି ମଙ୍ଗଳ ଗୋଚର ଆଶିର୍ବାଦ ପାଲଟିବ। ବିଛା ରାଶିର ଲୋକମାନଙ୍କ ଜୀବନ ସୁଖଦ ସମୟରେ ଅତିବାହିତ ହେବ। ସଂକଟପୂର୍ଣ୍ଣ ସମୟକୁ ସକରାତ୍ମକ ଢଙ୍ଗରେ ସାମ୍ନା କରିବେ। ଏହା ସହିତ ସଫଳ ମଧ୍ୟ ହେବେ। ଆୟର ନୂଆ ପନ୍ଥା ମିଳିପାରେ। ବୃତ୍ତିଗତ ଜୀବନରେ ସ୍ଥିରତା ଆସିବ। ଚାକିରିଆଙ୍କୁ କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ଦରମାରେ ବୃଦ୍ଧି ଘଟିପାରେ। ଗାଡ଼ି ବ୍ୟବସାୟରେ ଜଡ଼ିତ ଥିବା ବ୍ୟକ୍ତିବିଶେଷ ବହୁମାତ୍ରା ଲାଭାନ୍ୱିତ ହେବେ। 

ମକର ରାଶି
ମକର ରାଶିର ଲୋକମାନଙ୍କର ଭାଗ୍ୟ ଉଦୟ ହୋଇପାରେ। ପୈତୃକ ସମ୍ପତିକୁ ଲାଗି ରହିଥିବା ବିବାଦ ଶେଷ ହୋଇପାରେ। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିପାରେ। ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ଅଧିକ ଆୟ ମଧ୍ୟ ବଢିପାରେ। ଜୀବନଶୈଳୀରେ ମଧ୍ୟ ଉନ୍ନତି ଆସିପାରେ। ନୂତନ ଗାଡି ମଧ୍ୟ କିଣିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଉପରିସ୍ଥ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିପାରେ। 

ମୀନ ରାଶି
ଏହି ମଙ୍ଗଳ ଗୋଚର ମୀନ ରାଶିର ଲୋକଙ୍କ ପାଇଁ ବେଶ ଶୁଭପ୍ରଦ ରହିବାକୁ ଯାଉଛି। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଦାନ କରି ପୂଣ୍ୟ ଅର୍ଜନ କରିପାରନ୍ତି। ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ଘଟିବ। ବ୍ୟବସାୟରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ବହୁ ମାତ୍ରା ଲାଭ ମିଳିବ। ଟ୍ରାନ୍ସପୋର୍ଟ ବ୍ୟବସାୟରେ ଜଡ଼଼ିତ ଥିବା ବ୍ୟକ୍ତିବିଶେଷ ଲାଭରେ ରହିବେ। ବେରୋଜଗାର ମାନେ ନୂଆ ଚାକିରିର ଯୋଗ ଦେଇପାରନ୍ତି। ବଡ଼ ଭାଇଙ୍କ ସହଯୋଗ ମିଳିବ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। 

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Read More
{}{}