Hindi News >>Home >>Odisha LifeStyle and Others

Bharat Bandh 2024: ଆଜି ୧୦ଟା ନୁହେଁ ଏହି ସମୟ ମଧ୍ୟରେ ଅଫିସ୍ ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

Bharat Bandh 2024: ଆଜି ଭାରତ ବନ୍ଦ । ବିଭିନ୍ନ ଦଳିତ ସଂଗଠନ  ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି  ରାଜ୍ୟ ସଚିବାଳୟ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଧା  ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisement
Bharat Bandh 2024: ଆଜି ୧୦ଟା  ନୁହେଁ ଏହି ସମୟ ମଧ୍ୟରେ ଅଫିସ୍ ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ
Narmada Behera|Updated: Aug 21, 2024, 08:22 AM IST
Share

Bharat Bandh 2024: ଆଜି ଭାରତ ବନ୍ଦ । ବିଭିନ୍ନ ଦଳିତ ସଂଗଠନ  ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି  ରାଜ୍ୟ ସଚିବାଳୟ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଧା  ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ମୁଖ୍ୟ ଫାଟକ ୧୦ଟା ୧୫ ମିନିଟ୍ ସମୟରେ  ବନ୍ଦ ହୋଇଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି  ମଙ୍ଗଳବାର ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ  ସଚିବମାନଙ୍କୁ ଲୋକସେବା ଭବନ ଓ ରାଜୀବ ଭବନ ସମେତ  ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାରୁ ଲୋକସେବା ଭବନ ,ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତର ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିବେଶୀରେ ସକାଳ ସାଢେ ୯ଟା ସୁଧା ଅଫିସ୍ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ALSO READ: Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

ସେହିପରି ଆଜି ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ ମିନିଟ୍ ରେ ବନ୍ଦ ହୋଇଯିବ।  ଏହି ଅବଧି ମଧ୍ୟରେ ପଛପଟ ଗେଟ୍ ଦେଇ ଯାତାୟତ କରିହେବ।  କର୍ମଚାରୀ ଓ ଭିଜିଟରସ୍ ଙ୍କ ପାସ୍ କୁ କଡାକଡି ଯାଂଚ କରାଯିବ। କାର୍ ପାସ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ବିନା ଅନିମତିରେ କାର୍ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ବନ୍ଦକୁ ଦୃଷ୍ଟିରେ ରଖି ସାଧାରଣ ଭିଜିଟରଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି।  ସେପଟେ, ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରିବାସହ ଦୋକାନ ବଜାର ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ସମ୍ବଲପୁରରେ ସମ୍ବଲପୁରରେ ପୁରୀ ଇଣ୍ଟରସିଟି ଏବଂ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଟ୍ରେନ୍ ଅଟକ ରଖାଯାଇଛି । ଟ୍ରେନ୍ ଅଟକିଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ୧୨ ଘଣ୍ଟିଆ ବନ୍ଦରୁ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି।

Read More
{}{}