Home >>Odisha LifeStyle and Others

Pataka Yog 2025:୬ଟି ବଡ଼ ଗ୍ରହ ମିଶି ସଂଯୋଗ ହେଉଛି ପତାକା ଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କଣ ପଡ଼ିବ ପ୍ରଭାବ?

Pataka Yog 2025: ଏହି ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । କ୍ୟାରିୟର, ଚାକିରି, ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ଧନ ବୃଦ୍ଧିର ସମ୍ଭାବନା ରହିବ ଯାହା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରିବ । ସେଠାରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ। ଗୃହ ସମ୍ପତ୍ତିରେ ବୃଦ୍ଧି ହୋଇପାରେ।  

Advertisement
Pataka Yog 2025:୬ଟି ବଡ଼ ଗ୍ରହ ମିଶି ସଂଯୋଗ ହେଉଛି ପତାକା ଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କଣ ପଡ଼ିବ ପ୍ରଭାବ?
Rashmita Sahoo|Updated: Jan 24, 2025, 04:54 PM IST
Share

Pataka Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ଟି ଗ୍ରହ ଓ ୧୨ଟି ରାଶି ରହିଛି । ଦୁହିଁଙ୍କର ପରସ୍ପର ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଯଦି ଗ୍ରହମାନଙ୍କ ଦ୍ୱାରା ଚଳନ ପରିବର୍ତ୍ତନ ହୁଏ, ତେବେ ଏହାର ପ୍ରଭାବ ସମସ୍ତ ରାଶି ଉପରେ ଭଲ ଓ ଖରାପ ହୋଇଥାଏ । ଯେ କୌଣସି ଗ୍ରହ କୌଣସି ରାଶିରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରହିଥାଏ। ଅନେକ ସମୟରେ ଗୋଟିଏରୁ ଅଧିକ ଗ୍ରହ ସମାନ ରେଖାରେ ଆସିଲେ ଏଭଳି ପରିସ୍ଥିତି ଉପୁଜିଥାଏ। ଜାନୁଆରୀ ୨୬ ସୁଦ୍ଧା ସୌରମଣ୍ଡଳର ୬ଟି ଗ୍ରହ କ୍ରମାଗତ ଭାବେ ଦେଖାଯିବା ପରେ ଏଭଳି ଯୋଗ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ପତାକା ଯୋଗ ସୃଷ୍ଟି ହେବ।

୬ଟି ଗ୍ରହଙ୍କୁ ନେଇ ଗଠିତ ହେବ ପତାକା ଯୋଗ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି, ମଙ୍ଗଳ, ବୃହସ୍ପତି ଓ ଶୁକ୍ରଙ୍କ ବ୍ୟତୀତ ୟୁରେନ୍ସ ଓ ନେପଚୁନ ପତାକା ଯୋଗ ସୃଷ୍ଟି କରୁଛନ୍ତି। ପ୍ରାୟ ୧୦୦ ବର୍ଷ ପରେ ଆକାଶରେ ମଙ୍ଗଳ, ବୃହସ୍ପତି, ଶୁକ୍ର ଓ ଶନିଙ୍କୁ ଦେଖିବାକୁ ମିଳୁଥିବା ବେଳେ ନେପଚୁନ୍ ଓ ୟୁରେନ୍ସ କୁ ଦେଖିବା ପାଇଁ ଟେଲିସ୍କୋପ୍ ବ୍ୟବହାର କରିବାକୁ ପଡ଼ିବ। ୧୨ଟି ରାଶି ମଧ୍ୟରୁ କେଉଁ ରାଶି ଶୁଭ ଓ କେଉଁ ରାଶି ଅଶୁଭ? ଆସନ୍ତୁ ଜାଣିବା।

ମିଶ୍ରିତ ପ୍ରଭାବ ଦେଖିବେ ଏହି ୪ଟି ରାଶି
ତୁଳା ରାଶି
ଧନୁ ରାଶି
ସିଂହ ରାଶି
ମୀନ ରାଶି
ଏହି ଚାରି ଟି ରାଶି ପାଇଁ ପତାକା ଯୋଗ ମିଶ୍ରିତ ରହିବାକୁ ଯାଉଛି । ଯଦି ଆପଣ ଚାକିରି କରୁଛନ୍ତି, ତେବେ ନୂତନ ଦାୟିତ୍ୱ ଦିଆଯାଇପାରେ, ଯାହା ଆପଣଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ହେବ ନାହିଁ । ଯଦି ଆପଣ ଟଙ୍କା ଋଣ ଦିଅନ୍ତି, ତେବେ ସେହି ଟଙ୍କା ଫେରସ୍ତ ପାଇବାକୁ ଅଧିକ ସମୟ ଲାଗିବ। ପ୍ରଥମେ ଖର୍ଚ୍ଚ ଅଧିକ ବୃଦ୍ଧି ପାଇବ। ଲାଭ ହେବ, କିନ୍ତୁ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

ଏହି ୪ ଟି ରାଶି ପାଇଁ ଶୁଭ ହେବ ପତାକା ଯୋଗ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ମଧ୍ୟରୁ ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ପତାକା ଯୋଗର ଶୁଭ ପ୍ରଭାବ ପଡିବ । ଏହି ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । କ୍ୟାରିୟର, ଚାକିରି, ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ଧନ ବୃଦ୍ଧିର ସମ୍ଭାବନା ରହିବ ଯାହା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରିବ । ସେଠାରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ। ଗୃହ ସମ୍ପତ୍ତିରେ ବୃଦ୍ଧି ହୋଇପାରେ।

ଏମାନେ ସେହି ଭାଗ୍ୟଶାଳୀ ରାଶି 
ମେଷ ରାଶି
ବୃଷ ରାଶି
ମକର ରାଶି
କୁମ୍ଭ ରାଶି

ଅଶୁଭ ରହିବେ ଏହି ୪ ଟି ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପତାକା ଯୋଗ ସୃଷ୍ଟି ଦ୍ୱାରା ଏହି ୪ଟି ରାଶିର ଅଯଥା ବ୍ୟୟ ବୃଦ୍ଧି ହୋଇପାରେ। କାମ ବନ୍ଦ ହୋଇପାରେ। ବ୍ୟବସାୟୀଙ୍କ ବ୍ୟବସାୟରେ ବାଧା ଉପୁଜିପାରେ। ଧନ ସମ୍ବନ୍ଧୀୟ କ୍ଷତି ହୋଇପାରେ। ପୁଞ୍ଜି ନିବେଶ କଲେ ବିପୁଳ କ୍ଷତି ହୋଇପାରେ।

କର୍କଟ ରାଶି
ବିଛା ରାଶି
କନ୍ୟା ରାଶି
ମିଥୁନ ରାଶି

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Chandra Gochar 2025: ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ରର ପ୍ରବେଶ!ଆଜିରାତିରୁ ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ !

Also Read: Trikon Yog 2025: ଆସନ୍ତାକାଲି ଘଟୁଛି ତ୍ରିକୋଣ ଯୋଗ, ସବୁ କ୍ଷେତ୍ରରେ ଫିଟିବ ଏହି ୫ ରାଶିର ଭାଗ୍ୟ

Read More
{}{}