Hindi News >>Home >>Odisha LifeStyle and Others

Odisha News: ଶ୍ରାବଣରେ ଜଳଲାଗି କରିବାକୁ ଆଖଣ୍ଡଳମଣିଙ୍କ ପୀଠ ଯାଉଛନ୍ତି କି? ଜାଣନ୍ତୁ କାଉଡ଼ିଆଙ୍କ ପାଇଁ ହୋଇଛି କ'ଣ ସବୁ ବ୍ୟବସ୍ଥା

Odisha News: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ ଯାଏଁ ଏକ ମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisement
 Odisha News: ଶ୍ରାବଣରେ ଜଳଲାଗି କରିବାକୁ ଆଖଣ୍ଡଳମଣିଙ୍କ ପୀଠ ଯାଉଛନ୍ତି କି? ଜାଣନ୍ତୁ କାଉଡ଼ିଆଙ୍କ ପାଇଁ ହୋଇଛି କ'ଣ ସବୁ ବ୍ୟବସ୍ଥା
Abhaya mohanty|Updated: Jul 11, 2024, 10:40 AM IST
Share

Odisha News: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ ଯାଏଁ ଏକ ମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଏହି ବୈଠକରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ଜିଲା ଆରକ୍ଷିଅଧିକ୍ଷକ ବରୁଣ ଗୁଣ୍ଠପାଲି, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଜିଲାପରିଷଦ ଅଧକ୍ଷ ପ୍ରଫୁଲ ଜେନା, ଡିଆଇଭି ଡିଏସପି ପ୍ରଭାତ ବିଶ୍ବଳ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ଜିଲା ସଂସ୍କୃତି ବିଭାଗର ଅଧିକାରୀ, ଜିଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାର ଅଧିକାରୀ ଦିପକ ପାଣିଗ୍ରାହୀ, ଚାନ୍ଦବାଲି ତହସିଲିଦାର , ବିଡିଓ ଅସିତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ଯ ପ୍ରିନ୍ସରାକେଶ ନାୟକ, ରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ଟ୍ରଷ୍ଟବୋର୍ଡ ସଭ୍ଯ ସନ୍ତୋଷ ପାଢୀ, ସରୋଜ ଦାସ ପ୍ରମୁଖ ଯୋଗଦେଇଥିଲେ। 

ଉକ୍ତ ବୈଠକର ପ୍ରାରମ୍ଭରୁ ସେବାୟତ ବିଜୟ କୁମାର ଦାସ ଶ୍ରାବଣୀଯାତ୍ରା ନୀତିର ସୂଚନା ପ୍ରଦାନ କରିଥିଲେ। ସେହିପରି ପୀଠରେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ଯବସ୍ଥା, ନଦୀଘାଟର ସୁରକ୍ଷା ବ୍ଯବସ୍ଥା ଆଦି ଉପରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ବରୁଣ ଗୁଣ୍ଠପାଲି ଆଲୋଚନା କରିଥିଲେ। ବିଶେଷକରି ବୋଲବମ ଭକ୍ତଙ୍କ ଜଳଲାଗି ପାଇଁ ମନ୍ଦିର ଭିତର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯିବ। ଏଥିସହ ସ୍ବତନ୍ତ୍ର ବ୍ଯାରିକେଟ ସହିତ ଉଜ୍ବଳ ଆଲୋକ ବ୍ଯବସ୍ଥା କରାଯିବ।

ସେହିପରି ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ପୁଲିସ ମୃତ୍ଯୟନ ରହିବା ସହିତ ଜଳପଥରେ ଓଡ୍ରାଫ ଟିମ ପଇଁତରା ମାରିବେ। ପୀଠରେ ପ୍ରତି ରବିବାର ସୋମବାର ପାନୀୟଜଳ, ଆଲୋକ, ପରିମଳ ବ୍ଯବସ୍ଥା, ସ୍ବାସ୍ଥ୍ଯସେବା ୨୪ଘଣ୍ଟିଆ ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ତାହାସହ ମନ୍ଦିର ପାଖରେ ଅସ୍ଥାୟୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଆମ୍ବୁଲାନ୍ସ ବ୍ଯବସ୍ଥା କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସମସ୍ତ ସେବାୟତ ଉପସ୍ଥିତ ଥିଲେ।

ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପାଇଁ ହୋଇଛି ଏହି ସବୁ ପ୍ରସ୍ତୁତି:

- ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା
-ଜଳପଥରେ ପଇଁତରା ମାରିବେ ଓଡ୍ରାଫ ଟିମ
-ସଂଧ୍ଯାରୁ ନଦୀଘାଟରେ ଯାତ୍ରୀ ପରିବହନ ମନା
- ୨୨ରୁ ଜଳାଭିଷେକ କରିବେ ବୋଲବମ ଭକ୍ତ

Read More
{}{}