Hindi News >>Home >>Odisha LifeStyle and Others

Sharidiye Navratri 2024: ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ, ଜାଣନ୍ତୁ, ୯ ଦିନରେ ମାଆଙ୍କୁ କେଉଁ ରୂପରେ ପୂଜା କଲେ କ'ଣ ପୁଣ୍ୟ ମିଳେ ?

Sharidiye Navratri 2024: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି।  ଯାହା  ୧୨ ତାରିଖରେ ଶେଷ ହେବ। ପ୍ରତିବର୍ଷ ଆଶ୍ୱିନ ମାସରେ ଶୁକ୍ଲ ପକ୍ଷର ପ୍ରତିପଦା ତିଥିରେ ଆରମ୍ଭ ହୋଇ ନବରାତ୍ରୀ ଦଶମୀ ତିଥିରେ ସମ୍ପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କଲେ କ’ଣ ଫଳ ପ୍ରାପ୍ତି ହୋଇଥାଏ।...

Advertisement
Sharidiye Navratri 2024: ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ,  ଜାଣନ୍ତୁ, ୯ ଦିନରେ ମାଆଙ୍କୁ କେଉଁ ରୂପରେ ପୂଜା କଲେ କ'ଣ ପୁଣ୍ୟ ମିଳେ  ?
Narmada Behera|Updated: Oct 03, 2024, 09:01 AM IST
Share
Sharidiye Navratri 2024: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି।  ଯାହା  ୧୨ ତାରିଖରେ ଶେଷ ହେବ। ଏହି ୯ ଦିନ ମା ଦୁର୍ଗାଙ୍କୁ ପୂଜା କରାଯାଏ। ଶକ୍ତି ସ୍ୱରୂପା ଦେବୀ ଦୁର୍ଗାଙ୍କର ୯ଟି ରୂପ ରହିଛି । ଏହି ୯-ରୂପଙ୍କ ଆରାଧନା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ଆରମ୍ଭ ହୋଇଥାଏ ଶାରଦୀୟ ନବରାତ୍ରୀ । ପ୍ରତିବର୍ଷ ଆଶ୍ୱିନ ମାସରେ ଶୁକ୍ଲ ପକ୍ଷର ପ୍ରତିପଦା ତିଥିରେ ଆରମ୍ଭ ହୋଇ ନବରାତ୍ରୀ ଦଶମୀ ତିଥିରେ ସମ୍ପୂର୍ଣ୍ଣ ହୋଇଥାଏ । ଦଶମୀ ତିଥିରେ ମାଆ ଙ୍କ ବିସର୍ଜନ ହୋଇଥାଏ । ୯ ଦିନରେ ୯ ଦେବୀଙ୍କ ସ୍ୱରୂପ ପୂଜା କରିବା ଦ୍ୱାରା ଅଲଗା ଫଳ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କଲେ କ’ଣ ଫଳ ପ୍ରାପ୍ତି ହୋଇଥାଏ।...
 
 
 
ଶୈଳପୂତ୍ରୀଙ୍କ ପୂଜା :
 
ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୂତ୍ରୀଙ୍କ ପୂଜା କରାଯାଇଥାଏ ।ଶୈଳପୂତ୍ରୀଙ୍କ ପୂଜା ଦ୍ୱାରା ଚନ୍ଦ୍ର ସମ୍ବନ୍ଧିତ ସବୁ ଦୋଶ ଦୁର ହୋଇଥାଏ ।  ଏହି ଦେବୀଙ୍କ ବାହାନ ହେଉଛନ୍ତି ବୃଶଭ । ପୂଜା ପୂର୍ବରୁ କଳଶ ସ୍ଥାପନ କରାଯାଇଥାଏ । ମା’ଙ୍କ ଡାହାଣ ହାତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମଫୁଲ ଥାଏ । ମା’ ଶୈଳପୂତ୍ରୀ ହେଉଛନ୍ତି ପର୍ବତ ରାଜା ହିମାଳୟଙ୍କ କନ୍ୟା । ମା’ଙ୍କ ପାଖରେ ବିଶୁଦ୍ଧ ଘିଅ ଅର୍ପଣ କରିବା ଦ୍ୱାରା ରୋଗ ବ୍ୟାଧି ଦୂର ହୋଇଥାଏ ।
 
ବ୍ରହ୍ମଚାରିଣୀଙ୍କ ପୂଜା:
 
ନବରାତ୍ରୀର ଦ୍ୱିତୀୟ ଦିନ ଅର୍ଥାତ ଦ୍ୱିତୀୟା ତିଥିରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା ହୋଇଥାଏ । ଏଠାରେ ବ୍ରହ୍ମା,ତପସ୍ୟାକୁ ବୁଝାଇଥାଏ । ମା’ଙ୍କ ଦକ୍ଷୀଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳ ଥାଏ । ମହାଦେବଙ୍କୁ ପତି ରୂପେ ପାଇବା ପାଇଁ ଦେବୀ ତପସ୍ୟା କରିଥିବାରୁ ତାଙ୍କୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଥାଏ ।  ବ୍ରହ୍ମଚାରିଣୀଙ୍କ ପୂଜା ଦ୍ୱାରା ଜାତକରେ ଥିବା ମଙ୍ଗଳ ଗ୍ରହ ସମ୍ବନ୍ଧିତ ଦୋଷ ଦୁର ହୋଇଥାଏ । ବ୍ରହ୍ମଚାରିଣୀଙ୍କ ନିକଟରେ ଚିନି ନୈବେଦ୍ୟ ଅର୍ପଣ ଦ୍ୱାରା ପରିବାର ସଦସ୍ୟଙ୍କ ଆୟୁଶ ବୃଦ୍ଧି ପାଇଥାଏ ।
 
 
ଚନ୍ଦ୍ରଘଣ୍ଟାଙ୍କ ପୂଜା:
 
ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ହୋଇଥାଏ । ଏହାଦ୍ୱାରା ଜାତକରେ ଶୁକ୍ରଗହ ଶକ୍ତିଶାଳୀ ହୋଇଥାନ୍ତି । ଶୁକ୍ରଗହ ସମ୍ବନ୍ଧିତ ସବୁ ଦୋଷ ଦୁର ହୋଇଥାଏ । ମା’ଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କର ଏପରି ନାମକରଣ ହୋଇଛି । ସେ ଶାନ୍ତି ପ୍ରଦାୟିନି ଓ କଲ୍ୟାଣକାରୀ । ମା’ଙ୍କ ଦଶ ହସ୍ତରେ ଖଡ୍ଗ ସହିତ ପଦ୍ମ ଫୁଲ ରହିଥାଏ । ମା’ଙ୍କୁ ଖିର ଭୋଗ ଭାବେ ସମର୍ପଣ କରାଯିବା ଦ୍ୱାରା ସବୁ ପୀଡା଼ ଦୁର ହୋଇଥାଏ ।
 
 କୁଷ୍ମାଣ୍ଡାଙ୍କ ପୂଜା:
 
ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମଣ୍ଡାଙ୍କ ପୂଜା କରାଯାଏ । ସୂର୍ଯ୍ୟ ସମ୍ବନ୍ଧିତ ସମସ୍ତ ଦୋଷରୁ ମା’ଙ୍କ ଆରାଧନା ଦ୍ୱାରା ମୁକ୍ତି ମିଳିଥାଏ । ନିଜ ସ୍ମିତହାସ୍ୟ ଦ୍ୱାରା ଅଣ୍ଡ ଅର୍ଥାତ ବ୍ରହ୍ମାଣ୍ଡର ଉତ୍ପନ କରିଥିବାରୁ ତାଙ୍କୁ ମା’ କୁଷ୍ମାଣ୍ଡ କୁହାଯାଏ ।କୁହାଯାଏ ଯେତେବେଳେ ବ୍ରହ୍ମାଣ୍ଡ ବୋଲି କିଛି ନଥିଲା ,ଚାରିଆଡେ ଅନ୍ଧକାର ହିଁ ଅନ୍ଧକାର ଥିଲା ସେତେବେଳ ମା’ ନିଜ ସ୍ମିତହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡକୁ ଗଢିଥିଲେ ।ତେଣୁ ସେ ସୃଷ୍ଟିର ଆଦି ସ୍ୱରୂପା ଆଦି ଶକ୍ତି ଭାବେ ପରିଚିତ । ନିଜ ବୁଦ୍ଧି ଓ ନିର୍ଣ୍ଣୟ ନେବା କ୍ଷମତା ବିକଶିତ କରିବା ପାଇଁ ଭକ୍ତ ମା’ଙ୍କୁ ମାଲପୁଅ ଭୋଗ ଭାବେ ଅର୍ପମ କରିଥାନ୍ତି ।
 
ସ୍କନ୍ଧମାତାଙ୍କ ପୂଜା :
 
ନବରାତ୍ରୀର ପଂଚମ ଦିନରେ ମା’ ସ୍କନ୍ଧମାତାଙ୍କ ପୂଜା ହୋଇଥାଏ । ସ୍କନ୍ଧମାତାଙ୍କ ଆରାଧନା ଦ୍ୱାରା ଜାତକରେ ବୁଧ ଗ୍ରହ ସମନ୍ଧିତ ଦୋଶ ଦୁର ହୋଇଥାଏ । ଭଗବାନ ସ୍କନ୍ଧଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା କୁହାଯାଏ । ମାଆଙ୍କର ଏହା ହେଉଛି ଉଦାର ଓ ସ୍ନେହଶୀଳ ରୂପ । ମା’ଙ୍କ ପ୍ରିୟ ଭୋଗ ହେଉଛି କଦଳି ।
 
କାତ୍ୟାୟନୀଙ୍କ ପୂଜା :
 
ନବରାତ୍ରୀର ଷଷ୍ଠଦିନରେ ମା’ କାତ୍ୟାୟନୀଙ୍କ ପୂଜା ହୋଇଥାଏ । ମା’ କାତ୍ୟାୟନୀ ଗୁରୁ ଦୋଷ ପ୍ରଭାବକୁ ଦୁର କରିଥାନ୍ତି । ଋଶି କାତ୍ୟାୟନଙ୍କ ଆଶ୍ରମରେ ପ୍ରଥମ ଥର ପାଇଁ ଦର୍ଶନ ଦେଇଥିବାରୁ ମା’ଙ୍କର ଏଭଳି ନାମ । ମା’ ଫଳଦାୟିନୀ । ଦ୍ୱାପର ଯୁଗରେ ଗୋପି ମାନେ ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ମା’ କାତ୍ୟାୟନୀଙ୍କ ଆରାଧନା କରିଥିଲେ । ମାଙ୍କୁ ଭୋଗ ଭାବେ ମହୁ ଅର୍ପଣ କରାଯାଏ ।
 
କାଳରାତ୍ରୀଙ୍କ ପୂଜା :
 
ମା’କାଳରାତ୍ରୀଙ୍କ ପୂଜା ସପ୍ତମୀ ତିଥିରେ ହୋଇଥାଏ । ମା’ କାଳରାତ୍ରୀଙ୍କ ପୂଜା ଦ୍ୱାରା ଶନି ଗ୍ରହ ଶାନ୍ତ ହୋଇଥାଏ । ମା’ କାଳରାତ୍ରୀଙ୍କୁ ଭୋଗ ଭାବେ ଗୁଡ ଅର୍ପଣ କରାଯାଇଥାଏ । ମା’ କାଳରାତ୍ରୀଙ୍କର ତିନି ଚକ୍ଷୁ ଓ ତାଙ୍କ କେଶ ମୁକୁଳା ରହିଥାଏ । ତାଙ୍କ ଶରିର ରଙ୍ଗ ଘନ କଳା ଅନ୍ଧକାର ସଦୃଶ ।
 
ମହାଗୌରୀଙ୍କ ପୂଜା :
 
ନବରାତ୍ରୀର ଅଷ୍ଟମ ଦିନରେ ମା’ମହାଗୌରୀଙ୍କ ପୂଜା ହୋଇଥାଏ । ଏହାଙ୍କ ପୂଜା ଦ୍ୱାରା ମଧ୍ୟ ରାହୁ ପ୍ରଭାବ କ୍ଷୁର୍ଣ୍ଣ ହୋଇଥାଏ । ଏହାଙ୍କ ପୂଜା ଦ୍ୱାରା ଭକ୍ତଙ୍କୁ ଅଭୟ ଓ ସୌନ୍ଦର୍ଯ୍ୟ ବରଦାନ ମିଳିଥାଏ । ଜୀବନରେ ସୁଖ,ସମୃଦ୍ଧି ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ମା ମହାଗୌରୀଙ୍କୁ ନାରିକେଳ ବା ନଡ଼ିଆ ଅର୍ପଣ କରାଯାଇଥାଏ ।
 
ସିଦ୍ଧିଦାତ୍ରୀଙ୍କ ପୂଜା :
 
ନବରାତ୍ରୀର ଅନ୍ତିମ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ହୋଇଥାଏ । ମା’ ହେଉଛନ୍ତି ସବୁ ପ୍ରକାରର ସିଦ୍ଧିର ଦାତ୍ରୀ । ମା’ ସିଂହବାହିନୀ ଓ ତାଙ୍କର ୪ ହସ୍ତ । ମା’ ସିଦ୍ଧିଦାତ୍ରୀଙ୍କ ପୂଜା ଦ୍ୱାରା କେତୁ ସମ୍ବନ୍ଧିତ ସବୁ ଦୋଷ ଦୁର ହୋଇଥାଏ । ମା’ଙ୍କ ଆରାଧନା ଦ୍ୱାର ସବୁ କଷ୍ଟ ଦୁଃଖ ଦୁର ହୋଇଥାଏ ଓ ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହୋଇଥାଏ । ବାଧା ଦୁର ହୁଏ ଓ ସୁଖ ତଥା ମୋକ୍ଷ ପ୍ରାପ୍ତିହୁଏ । ଅପ୍ରାକୃତିକ ଘଟଣାରୁ ସୁରକ୍ଷା ପାଇଁ ମା’ଙ୍କୁ ଭୋଗରେ ରାଶି ଅର୍ପଣ କରାଯାଏ ।
Read More
{}{}