Home >>Odisha LifeStyle and Others

Surya Gochar 2024: ୨୧ ଦିନ ଧରି ଘାଣ୍ଟି ହେବେ ଏହି ୫ ରାଶି, ରୋଜଗାର ଉପରେ ପଡ଼ିବ ବଡ଼ ପ୍ରଭାବ !

Surya Gochar 2024: ଶୁକ୍ରବାର ଅପରାହ୍ନ ୩ଟା ୫୫ରେ ସୂର୍ଯ୍ୟଦେବ ପୁ ଫାଲଗୁନି ନକ୍ଷତ୍ରରେ ଅବତରଣ କରିବେ। ଏଭଳି ସ୍ଥିତିରେ ଅଗଷ୍ଟ ମାସରେ ଦୁଇଥର ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ କଲେ ୧୨ଟି ରାଶି ମଧ୍ୟରୁ ୫ଟି ରାଶିର ଲୋକଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ, ଯାହା ଆଗାମୀ ୨୧ ଦିନ ଧରି କଷ୍ଟଦାୟକ ହେବାକୁ ଯାଉଛି ।  

Advertisement
Surya Gochar 2024: ୨୧ ଦିନ ଧରି ଘାଣ୍ଟି ହେବେ ଏହି ୫ ରାଶି, ରୋଜଗାର ଉପରେ ପଡ଼ିବ ବଡ଼ ପ୍ରଭାବ !
Rashmita Sahoo|Updated: Aug 10, 2024, 07:15 PM IST
Share

Surya Gochar 2024: ନବଗ୍ରହ ମାନଙ୍କ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ସମସ୍ତ ଗ୍ରହର ରାଜା ଭାବରେ ବିବେଚନା କରାଯାଏ, ଯାହା ଆତ୍ମାର କାରକ ଅଟନ୍ତି । କୁଣ୍ଡଳୀରେ ସୂର୍ଯ୍ୟଙ୍କ ମଜଭୁତ ହେବା କାରଣରୁ ବ୍ୟକ୍ତି ସମାଜରେ କ୍ୟାରିୟର, ସମ୍ମାନ ଓ ସମ୍ପତ୍ତି କ୍ଷେତ୍ରରେ ପ୍ରଚୁର ସଫଳତା ପାଇଥାଏ। ଏଥିସହିତ ସୂର୍ଯ୍ୟ ଦୁର୍ବଳ ହେବା କାରଣରୁ ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଏ। ଅଗଷ୍ଟ ମାସରେ ସୂର୍ଯ୍ୟ ଦେବତା ତିନି ଥର ନିଜର ବେଗ ପରିବର୍ତ୍ତନ କରିବେ। ଏଥିସହିତ ଆଗାମୀ ଦିନରେ ସୂର୍ଯ୍ୟଙ୍କ ଦ୍ୱିଗୁଣିତ ପରିକ୍ରମା ହେବ।

ବୈଦିକ ପଞ୍ଚାଙ୍ଗ (Vedic Panchang) ଅନୁଯାୟୀ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୭ଟା ୫୩ମିନିଟରେ ସୂର୍ଯ୍ୟ ସିଂହ ରାଶିରେ ଅବତରଣ କରିବେ। ସେହିପରି ମାସ ଶେଷ ହେବା ପୂର୍ବରୁ ଅଗଷ୍ଟ ୩୦ ତାରିଖରେ ସୂର୍ଯ୍ୟଦେବ ପୁଣି ଥରେ ଚଳନ କରିବେ। ଶୁକ୍ରବାର ଅପରାହ୍ନ ୩ଟା ୫୫ରେ ସୂର୍ଯ୍ୟଦେବ ପୁ ଫାଲଗୁନି ନକ୍ଷତ୍ରରେ ଅବତରଣ କରିବେ। ଏଭଳି ସ୍ଥିତିରେ ଅଗଷ୍ଟ ମାସରେ ଦୁଇଥର ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ କଲେ ୧୨ଟି ରାଶି ମଧ୍ୟରୁ ୫ଟି ରାଶିର ଲୋକଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ, ଯାହା ଆଗାମୀ ୨୧ ଦିନ ଧରି କଷ୍ଟଦାୟକ ହେବାକୁ ଯାଉଛି ।

ମେଷ ରାଶି
ବ୍ୟବସାୟୀମାନେ ଦିନସାରା ମା'ଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ରାଜନୀତି ସହ ଜଡ଼ିତ ଲୋକଙ୍କ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ। ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି। ମେଷ ରାଶିର ଲୋକମାନେ ଏହି ସମୟରେ କାରବାରରେ ସତର୍କ ରୁହନ୍ତୁ, ନଚେତ୍ ବଡ଼ କ୍ଷତି ହୋଇପାରେ।

ଧନୁ ରାଶି
ଅଫିସରେ ମାଲିକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ନଚେତ୍ ସେମାନେ କ୍ରୋଧିତ ହୋଇ ଆପଣଙ୍କୁ ଚାକିରିରୁ ବହିଷ୍କାର କରିପାରନ୍ତି। କାର୍ଯ୍ୟ ପ୍ରତି ଅବହେଳା ବ୍ୟବସାୟୀଙ୍କ ପାଇଁ ଭାରି ହୋଇପାରେ, ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ ସମନ୍ୱୟ ରକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ, ନଚେତ୍ ଧୀରେ ଧୀରେ ଆପଣଙ୍କ ସମ୍ପର୍କ ଖରାପ ହେବାକୁ ଲାଗିବ।

ମକର ରାଶି
ଆସନ୍ତାକାଲି ମକର ରାଶିର ଲୋକମାନେ କୌଣସି କଥାକୁ ନେଇ ଟେନସନରେ ରହିବେ, ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି ସମୟରେ ନୂଆ ସମ୍ପତ୍ତି କିମ୍ବା ଗାଡି କିଣିବା କାରଣରୁ ଭବିଷ୍ୟତରେ ଆପଣଙ୍କୁ ଧନର ଅଭାବର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଚାକିରି କରୁଥିବା ଲୋକମାନେ ଟଙ୍କା କାରବାର ସମୟରେ ସତର୍କତା ଅବଲମ୍ବନ ନକରନ୍ତି, ତେବେ ଆର୍ଥିକ କ୍ଷତି ନିଶ୍ଚିତ।

କୁମ୍ଭ ରାଶି
ଭାଗ୍ୟ ଅଭାବରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ମୁଣ୍ଡବିନ୍ଧା କାରଣରୁ ବିବାହିତ ବ୍ୟକ୍ତିମାନେ ଦିନସାରା ଅଶାନ୍ତିରେ ରହିବେ। ଅବିବାହିତ ବ୍ୟକ୍ତିଙ୍କ ପିତାମାତାଙ୍କ ସହ ମତଭେଦ ହୋଇପାରେ। ଏହି କାରଣରୁ ଦିନସାରା ଘରେ ଉତ୍ତେଜନାର ବାତାବରଣ ରହିବ।

ମୀନ ରାଶି
ବ୍ୟବସାୟୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ବିରୋଧୀ ଯଥାସମ୍ଭବ ଚେଷ୍ଟା କରିବେ। ସରକାରୀ ଚାକିରି କରୁଥିବା ଲୋକମାନେ ଅଫିସ କାମ କୁ ନେଇ ମାଲିକ କିମ୍ବା ସହକର୍ମୀଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ଏତଦ୍ ବ୍ୟତୀତ ବ୍ୟବସାୟ ସମ୍ବନ୍ଧୀୟ ତରବରିଆ ଭାବେ ନିଆଯାଇଥିବା କୌଣସି ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଦୁଃଖର କାରଣ ହୋଇପାରେ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Airtel Monthly Plan: ଏୟାରଟେଲ ଆଣିଲା ଜବରଦସ୍ତ ପ୍ଲାନ୍, ଗୋଟିଏ ରିଚାର୍ଜରେ ସବୁକିଛି Unlimited

Also Read: Budhaditya Rajayog: ଘଟୁଛି ମହାସଂଯୋଗ, ୧୬ ଅଗଷ୍ଟରୁ ୩ରାଶି ଉପରେ ଟଙ୍କା ବର୍ଷା !

Read More
{}{}