Hindi News >>Home >>Odisha LifeStyle and Others

High Blood Pressure Symptoms: ରାତିରେ ଏହି ଲକ୍ଷଣ ଦେଖିବାକୁ ପାଉଥିଲେ ଜାଣନ୍ତୁ ଆପଣଙ୍କର ଅଛି High BP, କେବେବି କରନ୍ତୁ ନାହିଁ ଅଣଦେଖା!

High Blood Pressure Symptoms: ଉଚ୍ଚ ରକ୍ତଚାପ ଯୋଗୁଁ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ। ରାତିରେ ଉଚ୍ଚ ରକ୍ତଚାପ ବା ହାଇ ବିପି ର ଲକ୍ଷଣ ଅଧିକ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ । ଯାହାଫଳରେ ଏହାକୁ ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ।  

Advertisement
High Blood Pressure Symptoms
High Blood Pressure Symptoms
Jagdish Barik|Updated: Dec 20, 2024, 08:06 PM IST
Share

High Blood Pressure Symptoms: ଆଜିକାଲି ଉଚ୍ଚ ରକ୍ତଚାପର (High BP) ସମସ୍ୟା ବଢିବାରେ ଲାଗିଛି। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ପଛରେ ଅନେକ କାରଣ ରହିଛି। ଏଥିରେ ବୟସ, ଚାପ, ଖରାପ ଖାଦ୍ୟ ଏବଂ ଜେନେଟିକ ସମସ୍ୟା ସାମିଲ ଥାଇପାରେ। ଉଚ୍ଚ ରକ୍ତଚାପ ଯୋଗୁଁ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ। ରାତିରେ ହାଇ ବିପି ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକୁ କେବେବି ଅଣଦେଖା କରିବା ଉଚିତ୍ ନୁହେଁ। ଯାହାଫଳରେ ଏହାକୁ ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ। ତେବେ ଜାଣନ୍ତୁ ରାତିରେ ଉଚ୍ଚ ରକ୍ତଚାପର ଲକ୍ଷଣ କିପରି ଦେଖାଇଥାଏ।

ଛାତି ଯନ୍ତ୍ରଣା (Chest Pain) :
ଆପଣଙ୍କର ଯଦି ରାତିରେ ଛାତିରେ ପ୍ରବଳ ଯନ୍ତ୍ରଣା ହୁଏ କିମ୍ବା ଯନ୍ତ୍ରଣା ବାରମ୍ବାର ଜାରି ରହେ, ତେବେ ଆପଣ ସତର୍କ ରହିବା ଉଚିତ। କାରଣ ଏହା ମଧ୍ୟ ଉଚ୍ଚ ରକ୍ତଚାପର ସଙ୍କେତ ହୋଇପାରେ। ଛାତି ଯନ୍ତ୍ରଣା ସମସ୍ୟା ପ୍ରାୟତଃ କେବଳ ଗୋଟିଏ ପାର୍ଶ୍ୱରେ ଦେଖାଯାଏ। ଏପରି ପରିସ୍ଥିତିରେ ଏହି ଲକ୍ଷଣକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

ବାରମ୍ବାର ପରିସ୍ରା ଲାଗିବା (Frequent Urination):
ଉଚ୍ଚ ରକ୍ତଚାପ ଯୋଗୁଁ ରାତିରେ ବାରମ୍ବାର ପରିସ୍ରା  ଲାଗିପାରେ। ବାସ୍ତବରେ ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତବାହୀ ଉପରେ ଚାପ ରହିଥାଏ, ଯାହା କିଡନୀ ଉପରେ ପ୍ରଭାବ ପକାଇପାରେ ଓ ଶରୀରର ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇପାରେ।

ନିଶ୍ୱାସ ପ୍ରଶ୍ୱାସ ବଢ଼ିଯିବା (Shortness Of Breath): 
ଯଦି କୌଣସି କାରଣ ବିନା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦିଏ, ତେବେ ଏହା ଉଚ୍ଚ ରକ୍ତଚାପର ସଙ୍କେତ ହୋଇପାରେ। ଶାରୀରିକ ଭାବରେ ସକ୍ରିୟ ଥିବା ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ।

ନିଦ ନ ଆସିବା (Insomnia Problem):
ଆପଣ ଯଦି ରାତିରେ ଭଲ ଏବଂ ଗଭୀର ନିଦରେ ଶୋଇ ପାରୁ ନାହାଁନ୍ତି ଏବଂ ପୂରା ସମୟ କଡ ଲେଉଟାଉଛନ୍ତି, ତେବେ ଏହା ମଧ୍ୟ ଉଚ୍ଚ ରକ୍ତଚାପର ସଙ୍କେତ ଅଟେ। ତେଣୁ ଏହି ସମସ୍ୟାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

ଅତ୍ୟଧିକ ଥକ୍କା (Exhaustion):
ଯଦି ଆପଣ କୌଣସି କାରଣରୁ କିମ୍ବା ହାଲୁକା କାର୍ଯ୍ୟ ଯୋଗୁଁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହା ଉଚ୍ଚ ରକ୍ତଚାପର ସଙ୍କେତ ହୋଇପାରେ। ଏହି କାରଣରୁ ହାର୍ଟ ନଷ୍ଟ ହୋଇପାରେ। ଏହା ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ।

(Disclaimer: ଉପରୋକ୍ତ ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ, ଦୟାକରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। Zee Odisha News ଦ୍ୱାରା ଏହି ସୂଚନାକୁ ନିଶ୍ଚିତ କରେନାହିଁ।)

Also Read: Kidney Damage Symptoms: କିଡନୀ ଖରାପ ହେବାର ଏହା ହେଉଛି ପ୍ରାରମ୍ଭିକ ଲକ୍ଷଣ, କେବେବି କରନ୍ତୁ ନାହିଁ ଅଣଦେଖା!

Read More
{}{}