ମେଷ-ଆଜିର ଦିନଟି ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ । ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ଚାକିରିରେ ପଦୋନ୍ନତି ମିଳିବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ।
ବୃଷ-ସକାଳୁ ଦେବ ଦର୍ଶନର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ନିଜ କଥାକୁ ସଂଯମ କରନ୍ତୁ, ନଚେତ୍ ଆପଣ ବିବାଦରେ ଫସିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ପାରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ-ଦିନଟି ଶୁଭଦାୟୀ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ଆପଣ କାମରେ ସଫଳତା ପାଇବେ । ଚାକିରିରେ ପ୍ରଗତି ହେବାର ସମ୍ଭାବନା ରହିବ । ବ୍ୟବସାୟିକ କ୍ଷେତ୍ରରେ ନିବେଶ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ପାରିବାରିକ ବାତାବରଣ ଭଲ ରହିବ ଏବଂ ବୈବାହିକ ଜୀବନରେ ଖୁସି ରହିବ, କିନ୍ତୁ ମନେ ରଖନ୍ତୁ ଯେ ଆପଣଙ୍କ କଥା ଦ୍ୱାରା କେହି ଆଘାତ ନ ପାଆନ୍ତି । ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ ।ବନ୍ଧୁ ମିଳନର ଯୋଗରହିବ। ବିଦ୍ୟାର୍ଥୀ ମାନେ ପାଠ କୁ ଅଧିକ ଗୁରୁତ୍ଵ ଦେବେ।
କର୍କଟ -ଆଜି କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସଫଳତା ପାଇବେ। ମାଲିମୋକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ । ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ । କୌଣସି କାର୍ଯ୍ୟ କିମ୍ବା ବସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ। ଆୟର ଯୋଗ ଉତ୍ତମ ରହିବ ।
ସିଂହ- ଆଜି ବ୍ୟବସାୟ ସକାଶେ ଦିନଟି ଶୁଭପ୍ରଦ ହେବ । ନୂତନ ଗୃହ ବା ଭୂମି କିଣିବା ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ କରିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ଜୀବନ ସୁଖମୟ ହେବ ଏବଂ ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ । ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବିଦ୍ୟାର୍ଥୀ ମାନେ ଅଧିକ ମନୋନିବେଶ କରିବେ ।
କନ୍ୟା- ଆଜି ଦିନଟି ଆପଣଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ହସ୍ତଗତ ହେବ । ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ । ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେବ । ବ୍ୟବସାୟରେ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ପ୍ରେମ ଜୀବନରେ ଫାଟ ଦେଖାଦେବ।
ତୁଳା- ଆଜି ଦିନଟି ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ।
ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ରାଜନୀତିରେ ସଫଳତା ପ୍ରାପ୍ତି ହେବ।
ବିଛା -ଦ୍ଵାଦଶ ଚନ୍ଦ୍ର ରହିଥିବାରୁ ,ଶାରୀରିକ ସମସ୍ୟା ଦେଖା ଦେବ । ବ୍ୟବସାୟରେ ଲାଭ ମିଳିବା ସହ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ । ବିଦ୍ୟାର୍ଥୀ ଅମାନଯୋଗି ହୋଇ ପାରନ୍ତି।
ଧନୁ -ସପ୍ତମ ଚନ୍ଦ୍ର ଯୋଗୁଁ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ମକର-ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ। ସତକଥା କହି ନିଜ ପରିସରରେ ପ୍ରଶଂସିତ ହେବା ସହ କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିବ । ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବାସହ ଋଣ ଭରଣା ପାଇଁ ଚେଷ୍ଟା କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ।
କୁମ୍ଭ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟ ଭଲ ଚାଲିବ ଏବଂ ଆର୍ଥିକ ଲାଭର ପରିସ୍ଥିତି ରହିବ । ଚାକିରି କରିଥିବା ବ୍ୟକ୍ତିମାନେ ସ୍ଥାନ ପରିବର୍ତ୍ତନ ସହିତ ପଦୋନ୍ନତି ପାଇପାରିବେ । କାମରେ ସଫଳତା ପାଇବା ପରେ ଆର୍ଥିକ ସ୍ଥିତି ମଜବୁତ ହେବ, କିନ୍ତୁ ଅତ୍ୟଧିକ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ସୁସ୍ୱାଦୁ ଭୋଜନ ମିଳିବ । ଶତ୍ରୁ ଭୟ ରହିବ । ଚିନ୍ତାକୁ ଦୂରୀଭୂତ କରନ୍ତୁ ।
ମୀନ -ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ବ୍ୟବସାୟରେ ଲାଭ ମିଳିବ ଏବଂ ନୂତନ ବ୍ୟବସାୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ । ଚାକିରି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବା ସହିତ ପଦୋନ୍ନତି ମିଳିବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଦୂରସ୍ଥାନକୁ ଯାତ୍ରା କରିବେ ।