Home >>Odisha LifeStyle and Others

Vitamin B12 ଅଭାବରୁ ଶରୀରରେ ଦେଖାଯାଏ ଏହି ସବୁ ପରିବର୍ତ୍ତନ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଅଣଦେଖା

Vitamin B12 Deficiency: ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଭିଟାମିନ୍ ବି 12 ଜରୁରୀ ଅଟେ। ସ୍ନାୟୁ ପ୍ରଣାଳୀର କାର୍ଯ୍ୟ, ଲାଲ ରକ୍ତ କଣିକା ଓ DNA ର ସିନ୍ଥେସିସ୍ ମଧ୍ୟ ଏଥିରେ ସାମିଲ ରହିଛି।  

Advertisement
Vitamin B12 Deficiency Symptoms
Vitamin B12 Deficiency Symptoms
Jagdish Barik|Updated: Jul 16, 2024, 03:57 PM IST
Share

Vitamin B12 Deficiency Symptoms: ବିଶେଷତଃ ଶାକାହାରୀ ଏବଂ ବୃଦ୍ଧମାନଙ୍କ ମଧ୍ୟରେ ଭିଟାମିନ୍ B12 ଅଭାବ ଏକ ସାଧାରଣ ସମସ୍ୟା। ଏହି ଅଭାବ ଥକାପଣ, ଦୁର୍ବଳତା, ମନୋବଳ ପରିବର୍ତ୍ତନ ଓ ସ୍ମୃତି ଶକ୍ତି ଦୁର୍ବଳ ହେବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।ଏପରି ପରିସ୍ଥିତିରେ ରାତିରେ ଭିଟାମିନ୍ B12 ଅଭାବର କିଛି ସାଧାରଣ ଲକ୍ଷଣ ଦେଖାଯାଏ।

ଭିଟାମିନ୍ B12 ଅଭାବରୁ ରାତିରେ ଦେଖାଯାଏ ଏପରି କିଛି ସାଧାରଣ ଲକ୍ଷଣ
1. ଥକ୍କାପଣ ଓ ଦୁର୍ବଳତା
ଭିଟାମିନ୍ B12 ଲାଲ ରକ୍ତ କଣିକା ଗଠନରେ ସାହାଯ୍ୟ କରେ, ଯାହା ଶରୀରକୁ ଅମ୍ଳଜାନ ବିତରଣ କରିବା ଆବଶ୍ୟକ ହୋଇଥାଏ। ଏହାର ଅଭାବରୁ ଥକାପଣ, ଦୁର୍ବଳତା ଓ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇପାରେ।

2. ଛୁଞ୍ଚି ଫୁଡିବା ପରି ଲାଗିବା କିମ୍ବା ଜଳାପୋଡା ପରି ଲାଗିବା 
ସ୍ନାୟୁ ପ୍ରଣାଳୀର ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ B12 ଅତ୍ୟନ୍ତ ଜରୁରୀ। ଏହାର ଅଭାବରୁ ଛୁଞ୍ଚିରେ ଫୁଡିବା ପରି ଅନୁଭବ ହୋବା, ହାତ, ପାଦ ଓ ଗୋଡ ଜଳିବା ପରି ଲାଗିବା କିମ୍ବା ଅସ୍ଥିରତା ସୃଷ୍ଟି କରିପାରେ।

3. ସ୍ମୃତି ଶକ୍ତି ଓ ଏକାଗ୍ରତାରେ ହ୍ରାସ
ମସ୍ତିଷ୍କ କାର୍ଯ୍ୟରେ ଭିଟାମିନ୍ B12 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ଅଭାବରେ ସ୍ମୃତି ଶକ୍ତି ହ୍ରାସ, ଏକାଗ୍ରତା କରିବାରେ ଅସୁବିଧା ଓ ଚିଡଚି଼ଡାପଣ ସୃଷ୍ଟି କରିପାରେ।

4. ମନୋବଳରେ ପରିବର୍ତ୍ତନ
ଭିଟାମିନ୍ ବି 12 ରାସାୟନିକ ପଦାର୍ଥ ଉତ୍ପାଦନରେ ସାହାଯ୍ୟ କରେ ଯାହା ମନୋବଳକୁ ନିୟନ୍ତ୍ରଣ କରିଥାଏ। ଏହାର ଅଭାବରେ ଉଦାସୀନତା, ଚିନ୍ତା ଓ ଚିଡଚିଡାପଣର କାରଣ ହୋଇପାରେ।

5. ଶୋଇବାରେ ବ୍ୟାଘାତ
ଭିଟାମିନ୍ B12 ମେଲାଟୋନିନ୍ ଉତ୍ପାଦନରେ ସାହାଯ୍ୟ କରେ,ଏହା ସେହି ହରମୋନ୍ ଯାହା ନିଦକୁ ନିୟନ୍ତ୍ରଣ କରିଥାଏ। ଏହାର ଅଭାବ ଅନିଦ୍ରା କିମ୍ବା ବାରମ୍ବାର ଜାଗ୍ରତ ହୋଇପାରେ। ଯଦି ଆପଣ ରାତିରେ ଏପରି କୌଣସି ଲକ୍ଷଣକୁ ଲକ୍ଷ୍ୟ କରନ୍ତି, ତେବେ ଭିଟାମିନ୍ B12 ଅଭାବ ପାଇଁ ଟେଷ୍ଟ କରିନେବା ଜରୁରୀ ଅଟେ।

ଭିଟାମିନ୍ B12 ରେ ଭରପୂର ରହିଥାଏ ଏହି ସବୁ ଖାଦ୍ୟ
ମାଂସ, ମାଛ ଓ ଅଣ୍ଡା: ଭିଟାମିନ୍ B12 ର ସର୍ବୋତ୍ତମ ପ୍ରାକୃତିକ ଉତ୍ସ
କ୍ଷୀର, ଦହୀ ଓ ପନିର ଭିଟାମିନ୍ B12 ର ଉତ୍ତମ ଉତ୍ସ
ସୋୟା କ୍ଷୀର, ଟୋଫୁ ଓ ଟେମ୍ପେ ଭିଟାମିନ୍ B12 ର ଉତ୍ତମ ଉତ୍ସ ହୋଇପାରେ।

(ବିଶେଷ ଦ୍ରଷ୍ଟବ୍ୟ: ଏହି ଆର୍ଟିକିଲ୍ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଏଗୁଡିକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ। ଏହିପରି କୌଣସି ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।)

Read More
{}{}