Home >>Odisha LifeStyle and Others

Weather Update: ଆଜି ୫ ଜିଲ୍ଲାରେ ଛେଚିବ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଏହାର ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  

Advertisement
Weather Update: ଆଜି ୫ ଜିଲ୍ଲାରେ ଛେଚିବ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
Narmada Behera|Updated: Aug 09, 2024, 06:23 AM IST
Share

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଏହାର ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା କମିଯିବ। କାଁଭାଁ ବର୍ଷା ହୋଇପାରେ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ।  ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ମୌମୁମୀ ଟ୍ରପ୍ ସକ୍ରିୟ ରହିବନି।  ଏଥିପାଇଁ ଅଧିକ ବର୍ଷା ନାହିଁ। ଅଳ୍ପ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣପାଗ ବିଭାଗ ଆକଳନ କରିଛି।  ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି।  ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଭାଗ କହିଛି। 

 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Gajalakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଗାଡି ସାଙ୍ଗକୁ...

ସେପଟେ,  ଆଜି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର ଓ କେନ୍ଦୁଝରରେ ଭାରି ବର୍ଷା ହୋଇପାରେ।  କିଛି ସ୍ଥାନରେ ୭୦ ରୁ ୧୦୦ ମିମି  ଯାଏଁ ବର୍ଷା ସମ୍ଭାବନା ଅଛି। ସେହିପରି ୧୦,୧୧ ଓ ୧୨ ତାରିଖରେ ବିଶେଷ ବର୍ଷା ନାହିଁ।  କିଛି ସ୍ଥାନରେ  ମଧ୍ୟମ ଧରଣ ବର୍ଷା ହୋଇପାରେ।  ଗୁରୁବାର ନୟାଗଡରେ ସର୍ବାଧିକ ୪୯ , ଢେଙ୍କାନାଳରେ ୪୫.୨,  ତାଳଚେରରେ,୩୫.୦, ବାରିପଦାରେ ୩୦.୨,  ନବରଙ୍ଗପୁରରେ ୧୬.୪ ବର୍ଷା ରେକର୍ଡ଼ ହୋଇଛି।

Read More
{}{}