Home >>Odisha LifeStyle and Others

Hair transplants risks and side effects:ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ପାଗଳ ହୋଇଯାଏ କି ମଣିଷ! ଜାଣନ୍ତୁ କେଉଁ ଜିନିଷ ପ୍ରତି ରହିଥାଏ ବିପଦ

Side Effects of Hair Transplant : ଚନ୍ଦାପଣରୁ ରକ୍ଷା ପାଇବା ପାଇଁ ଆଜିକାଲି ହେୟାର ଟ୍ରାନ୍ସପ୍ଲାଣ୍ଟର ଟ୍ରେଣ୍ଡ ବଢୁଛି।  ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇଯାଏକି? ମୁଣ୍ଡ ଜନିତ ସମସ୍ୟା ଦେଖାଦିଏ କି? ଜାଣନ୍ତୁ....

Advertisement
Health tips
Health tips
Zee Odisha Desk|Updated: Jul 07, 2024, 01:54 PM IST
Share

health tips : ଫ୍ୟାସନ ଆଉ ସୋସିଆଲ ମିଡ଼ିଆ ଜମାନାରେ ସମସ୍ତେ ନିଜକୁ ସୁନ୍ଦର ଆଉ ଆଟ୍ରାକ୍ଟଭ କରିବାକୁ ଚାହାଁନ୍ତି।ହେଲେ ବର୍ତ୍ତମାନ୍ ଚନ୍ଦାପଣ,ଚୁଟି ଝଡ଼ିବା ସାଧାରଣ ହୋଇଗଲାଣି।ଯୁବପିଢି ମଧ୍ୟ ଏଥିରେ ବିଶେଷ ଭାବରେ ଅନ୍ତର୍ଭୁକ୍ତ। ଚନ୍ଦାପଣରୁ ରକ୍ଷା ପାଇବା ପାଇଁ ଆଜିକାଲି ହେୟାର ଟ୍ରାନ୍ସପ୍ଲାଣ୍ଟର ଟ୍ରେଣ୍ଡ ବଢୁଛି। ୧ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକେ କେଶ ରୋପଣ କରୁଛନ୍ତି । ଏହାକୁ ନେଇ କେତେକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇଯାଏକି? ମୁଣ୍ଡ ଜନିତ ସମସ୍ୟା ଦେଖାଦିଏ କି? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏକ୍ସପର୍ଟସଙ୍କ କହିବାନୁଯାୟୀ, ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିବାରେ ମଣିଷ ପାଗଳ ହୋଇନଥାଏ । ହେୟାର ଟ୍ରାନ୍ସପ୍ଲାଣ୍ଟର ବ୍ରେନ ଉପରେ କୌଣସି ନେଗେଟିଭ ପ୍ରଭାବ ପକାଇ ନଥାଏ । ଏହି ପ୍ରକ୍ରିୟାରେ ଖପୁରିର ଉପର ଅଂଶରେ କାମ କରାଯାଇଥାଏ । ଯାହାଦ୍ୱାରା ଏହାର ନିମ୍ନ ଅଂଶର ତ୍ୱଚା ପ୍ରଭାବିତ ହୋଇନଥାଏ ।

କସମେଟିକ ସର୍ଜନଙ୍କ କହିବାନୁଯାୟୀ, ବ୍ରେନର ଉପରି ଭାଗ ଏବଂ ମାଂସପେଶୀର ସ୍କିନରେ ହେୟାର ଟ୍ରାନ୍ସପ୍ଲାଣ୍ଟ ହେବାରେ ବ୍ରେନରେ ଏହାର ପ୍ରଭାବ ପଡିନଥାଏ । ଅର୍ଥାତ ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇନଥାଏ ।

କସମେଟିକ ସର୍ଜନଙ୍କ କହିବାନୁଯାୟୀ, ବ୍ରେନର ଉପରି ଭାଗ ଏବଂ ମାଂସପେଶୀର ସ୍କିନରେ ହେୟାର ଟ୍ରାନ୍ସପ୍ଲାଣ୍ଟ ହେବାରେ ବ୍ରେନରେ ଏହାର ପ୍ରଭାବ ପଡିନଥାଏ । ଅର୍ଥାତ ହେୟାର ଟ୍ରାନ୍ସପ୍ଲାଣ୍ଟରେ ମଣିଷ ପାଗଳ ହୋଇନଥାଏ ।

ଏକ୍ସପର୍ଟସଙ୍କ କହିବାନୁଯାୟୀ, ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ କେଶ ବହୁତ ଝଡିଥାଏ । ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହି ଟ୍ରିଟମେଣ୍ଟ କାହା କାହା ମଧ୍ୟରେ ସୁଟ କରିଥାଏ କାହାକୁ ସୁଟ କରି ବି ନଥାଏ ।ତେବେ କେତେକାଂଶରେ ଏହି ଟ୍ରିଟମେଣ୍ଟ କରିବା ପରେ ମୁଣ୍ଡ ଜନିତ ସମସ୍ୟା ମଧ୍ୟ ଦେଖାଦିଏ। ଯଦିଓ ସମସ୍ତଙ୍କ କ୍ଷେତ୍ରରେ ନୁହଁ କିନ୍ତୁ ସମସ୍ୟା ହୋଇଥାଏ।

ତେବେ ସାଧାରଣ କିଛି ସମସ୍ୟା ରହିଛି ଜାହା ଅନେକଙ୍କ କ୍ଷେତ୍ରରେ ଦେଖାଦେଇଥାଏ ଆସନ୍ତୁ ଜାଣିବା -

 ୧-ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ହାକୁଟି ଦେଇପାରେ ।
୨-ତ୍ୱାଚା ଖରାପ ହେବାରେ ବେଳେ-ବେଳେ ହେୟାର ଟ୍ରାନ୍ସପ୍ଲାଣ୍ଟ ଠିକଭାବେ ହୋଇପାରିନଥାଏ । ଯାହା ପ୍ରଭାବରେ ଏହା ମୁଣ୍ଡ ଏବଂ ଆଖିରେ ପଡିପାରେ ।
୩-ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାରେ କୁଣ୍ଡାଇ ହେବା ସମସ୍ୟା ମଧ୍ୟ ଦେଖାଦେଇପାରେ । ଏହା ହେବା ଦ୍ୱାରା ସ୍କାଲ୍ପରେ ପରିବର୍ତ୍ତନ ଆସିପାରେ ।
୪-ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାରେ ଇନଫେକ୍ସନ ହୋଇପାରେ ।

Read More
{}{}