Hindi News >>Home >>Odisha LifeStyle and Others

Vitamin Deficiency Signs: ଶରୀରରେ ରହିଛି କେଉଁ ଭିଟାମିନ୍ ଅଭାବ? ଆପଣ ଏହି ୫ଟି ଲକ୍ଷଣରୁ ଜାଣିପାରିବେ

Vitamin Deficiency Signs: ଆମ ଶରୀରରେ ଭିଟାମିନ୍ ଅଭାବ ଯୋଗୁଁ ସମଗ୍ର ଶରୀରର କାମକାର୍ଯ୍ୟ ଦୁର୍ବଳ ହୋଇଯାଏ। ଆସନ୍ତୁ ଜାଣିବା କେଉଁ ଭିଟାମିନର ଅଭାବରୁ କେଉଁ ରୋଗ ଦେଖାଯାଏ।  

Advertisement
Vitamin Deficiency Signs
Vitamin Deficiency Signs
Zee Odisha Desk|Updated: Mar 20, 2024, 10:44 PM IST
Share

Vitamin Deficiency Signs: ଆପଣଙ୍କ ଶରୀରର କାମକାର୍ଯ୍ୟରେ ଉନ୍ନତି ଆଣିବା ପାଇଁ କିଛି ଭିଟାମିନ୍ ଓ ମିନେରାଲ୍ସ ଆବଶ୍ୟକ। ଯଦି ସେହି ଆବଶ୍ୟକତା ପୂରଣ ନହୁଏ, ତେବେ ଏହାରର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ, ଯାହାର ପରିଣାମ ବ୍ୟକ୍ତିଠାରୁ ଭିନ୍ନ ହୋଇପାରେ। ଏଠାରେ କେତେକ ଜରୁରୀ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ସ ଅଭାବର ୫ଟି ସାଧାରଣ ଲକ୍ଷଣ ଅଛି, ଯାହା ଆପଣଙ୍କ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା କୌଣସି ଲକ୍ଷଣ ଅନୁଭବ କରନ୍ତି, ତେବେ ଆପଣଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଶରୀରରେ ପୋଷକ ତତ୍ତ୍ୱର ଅଭାବର ଲକ୍ଷଣ
1. ଶୁଷ୍କ ଚର୍ମ 

ଭିଟାମିନ୍ ଡି ସ୍ତର ଶୁଷ୍କ ଚର୍ମର ସମ୍ଭାବନା ବଢ଼ାଇଇପାରେ। ଚର୍ମରେ ସୂର୍ଯ୍ୟକିରଣ ଓ କୋଲେଷ୍ଟ୍ରଲ୍ ସଂସ୍ପର୍ଶରେ ଆସିବା କାରଣରୁ ଭିଟାମିନ୍ ଡି ଉତ୍ପନ୍ନ ହୁଏ। ଯଦି ଆପଣଙ୍କ ଚର୍ମର ହାଇଡ୍ରେସନ୍ ସ୍ତର ବଢ଼ାଇବାକୁ ଚାହାଁନ୍ତି, ତେବେ ସପ୍ଲିମେଣ୍ଟ ବିଷୟରେ ଡାକ୍ତରଙ୍କ ସହ କଥା ହୁଅନ୍ତୁ।

2. ପାଟି ଘା'
ପାଟିରେ ଘା’ ଓ ଫାଟି ଛାଲିଯିବା ଆଇରନ୍ ଅଭାବର ଲକ୍ଷଣ ହୋଇପାରେ। ଭିଟାମିନ୍‌-ବି ର ଥିବା ଖାଦ୍ୟ କମ୍ ପରିମାଣରେ ସେବନ ଯୋଗୁଁ ମଧ୍ୟ ଏହା ହୋଇପାରେ। ମନେରଖନ୍ତୁ ଯେ ଏହା ଉଭୟ ପୁଷ୍ଟିକର ଖାଦ୍ୟ ପାଇଁ ଆପଣଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ।

3. ମାଢ଼ିରୁ ରକ୍ତସ୍ରାବ
ମାଢ଼ିରୁ ରକ୍ତସ୍ରାବକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆପଣଙ୍କ ଶରୀରରେ ଭିଟାମିନ୍ ସି ର ଅଭାବ ଯୋଗୁଁ ଏହା ହୋଇପାରେ। କ୍ଷତ ଆରୋଗ୍ୟକୁ ପ୍ରୋତ୍ସାହିତ କରିବା ସହିତ ଆପଣଙ୍କ ଶରୀରରେ ସାଧାରଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ୍ ସି ଆବଶ୍ୟକ।

4. କେଶ ଝଡ଼ିବା
ଆପଣଙ୍କର ଯଦି ହଠାତ୍ ଗାଧୋଇବା ସମୟରେ କିମ୍ବା ସକାଳୁ ଉଠିବା ପରେ ଆପଣଙ୍କ ତକିଆ ଉପରେ କେଶ ଝଡ଼ିଥିବା ଦେଖନ୍ତି, ତାବେ ଏହା ପୁଷ୍ଟିକର ଖାଦ୍ୟ ଅଭାବରୁ ହୋଇପାରେ। କେଶର ଅଭିବୃଦ୍ଧି ବଜାୟ ରଖିବା ପାଇଁ, ଆପଣଙ୍କ ଖାଦ୍ୟରେ ଆଇରନ୍, ବାୟୋଟିନ୍ ଓ ଜିଙ୍କ ଅନ୍ତର୍ଭୁକ୍ତ କରନ୍ତୁ।

5. ଗଣ୍ଠି ଯନ୍ତ୍ରଣା 
ଆପଣଙ୍କ ହାଡରେ ଯନ୍ତ୍ରଣା ଅନୁଭବ କରିବା ଭିଟାମିନ୍ ଡି ଅଭାବର ଏକ ଚେତାବନୀ ସଙ୍କେତ ହୋଇପାରେ। ଆପଣଙ୍କ ଶରୀରରେ କ୍ୟାଲସିୟମ ଓ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଭିଟାମିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

(Disclaimer: ଏଠାରେ ଦିଆଯାଇଥିବା ପରାମର୍ଶ ସହିତ କେବଳ ସାଧାରଣ ସୂଚନା ଉପରେ ଆଧାରିତ। ଯୋଗ୍ୟ ଚିକିତ୍ସା ମତାମତ ପାଇଁ ଏହା କୌଣସି ପ୍ରକାରର ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହାକୁ Zee Odisha News ନିଶ୍ଚିତ କରେ ନାହିଁ)

Read More
{}{}