Home >>Odisha LifeStyle and Others

Dengue Vaccine: ଆସିଲା ଡେଙ୍ଗୁ ଟିକା, ବିଶ୍ବ ସ୍ବାସ୍ଥ୍ଯ ସଂଗଠନ କଲା ଅନୁମୋଦନ

Dengue Vaccine: ଜାପାନର ଫାର୍ମାସ୍ଯୁଟିକାଲ କମ୍ପାନି ତାକେଡା ଫାର୍ମାସ୍ଯୁଟିକାଲ କମ୍ପାନୀର ଟିକାକୁ ଅନୁମୋଦନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ଏହି ଟିକା ଡେଙ୍ଗୁ ଭୂତାଣୁର ଚାରିଟି ଷ୍ଟେରିଓଟାଇପ କବଳରୁ ରକ୍ଷା କରିପାରିବ।   

Advertisement
Dengue Vaccine
Dengue Vaccine
Zee Odisha Desk|Updated: May 30, 2024, 10:44 PM IST
Share

Dengue Vaccine: ଡେଙ୍ଗୁ ଜ୍ବରର ଟିକାକୁ ଗ୍ରୀନ ସିଗନାଲ। ଖୁବ ଶୀଘ୍ର ଆସିବ ଡେଙ୍ଗୁ ପ୍ରତିଷେଧକ ଟିକା। ଜାପାନର ଫାର୍ମାସ୍ଯୁଟିକାଲ କମ୍ପାନି ତାକେଡା ଫାର୍ମାସ୍ଯୁଟିକାଲ କମ୍ପାନୀର ଟିକାକୁ ଅନୁମୋଦନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ଏହି ଟିକା ଡେଙ୍ଗୁ ଭୂତାଣୁର ଚାରିଟି ଷ୍ଟେରିଓଟାଇପ କବଳରୁ ରକ୍ଷା କରିପାରିବ। ବିଶେଷ କରି ୬ରୁ ୧୬ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଇପାରିବ। ସାଧାରଣତଃ ମଶା କାମୁଡାରୁ ଡେଙ୍ଗୁ ଜ୍ବର ହୋଇଥାଏ। ପ୍ରବଳ ଜ୍ବର, ମୁଣ୍ଡବ୍ୟଥା,ବାନ୍ତି, ଘୋଳାବିନ୍ଧା  ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ। ତାକେଡା ଦ୍ବାରା ପ୍ରସ୍ତୁତ ଟିକା କିଦେଙ୍ଗା ବ୍ରାଣ୍ଡ ନାମରେ ନାମିତ କରାଯାଇଛି। ଭାରତୀୟ ଟିକା କମ୍ପାନି ବାୟୋଲୋଜିକାଲ- ଇ ସହ ଏହାର ଉତ୍ପାଦନ ଲାଗି ଏକ ରାଜିନାମା ସ୍ବାକ୍ଷରିତ କରିଛି କିଦେଙ୍ଗା। ବାର୍ଷିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବ ବୋଲି ଲକ୍ଷ୍ଯ ରଖାଯାଇଛି। ତେବେ ଖୁବ ଶୀଘ୍ର ଆସିବ ଡେଙ୍ଗୁ ପ୍ରତିଷେଧକ ଟିକା।

ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆର, ପୁଣେସ୍ଥିତ ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି ଓ ଅନ୍ଯାନ୍ଯ ପ୍ରତିଷ୍ଠାନ ପକ୍ଷରୁ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ଅପୂର୍ବ ଚନ୍ଦ୍ର। ଜେନେଭାରେ ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ୭୭ତମି ବିଶ୍ବ ସ୍ବାସ୍ଥ୍ୟ ଆସେମ୍ୱଲି ବା ଏମଏଚଏ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ବ୍ରିକସ ରାଷ୍ଟ୍ରଗୋଷ୍ଠୀ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ଏହି ସୂଚନା ଦେଇଛନ୍ତି ଅପୂର୍ବ। 

କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଗତ ମାର୍ଚ୍ଚ ୨୦୨୨ରେ ଭାରତର ସଭାପତିତ୍ବ କାଳରେ ବ୍ରିକସ ଭାକସିନ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ସେଣ୍ଟର ପ୍ରତିଷ୍ଠା ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି- କେବଳ ଡେଙ୍ଗୁ ଲାଗି ନୁହଁ, କାଇସାନୁର ଫରେଷ୍ଟ ଡିଜିଜ ବା କେଏଫଡି, ନିପା ଭାଇରସ, ହ୍ଯୁମାନ ପାପିଲୋମାଭାଇରସ, ମାଇକୋବ୍ଯାକ୍ଟେରିଅମ ଟ୍ଯୁବରକୁଲେସିସ ଭାକ୍ସିନ ବା ଏମଟିବିଭିଏସିର ମୁକାବିଲା ଲାଗି ଗବେଷଣା ଓ ଟ୍ରାଏଲ ଲାଗି ମିଳିତ ଭାବେ କାର୍ଯ୍ୟ କରାଯାଉଛି।  ସେହିପରି ନ୍ୟୁକ୍ଲିଅର ମେଡିସିନ ଓ ରେଡିଓଆକ୍ଟିଭ ଫାର୍ମାସ୍ଯୁଟିକାଲ ସାଇନସ କ୍ଷେତ୍ରରେ ବ୍ରିକସ ରାଷ୍ଟ୍ରଗୋଷ୍ଠୀ ସହ ଭାରତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

(Written By-Tapasa Gyanadarshini)

Read More
{}{}