Home >>Odisha State

Odisha News: ନୂଆବର୍ଷରେ କଟିକିଆ ପିଇଗଲେ ଏତିକି କୋଟିର ମଦ, ଜାଣନ୍ତୁ ଭୁବନେଶ୍ବରରେ କେତେ ହୋଇଛି ବ୍ୟବସାୟ ?

Odisha News: ସମସ୍ତଙ୍କ ଠାରୁ ବିଦାୟ ନେଇଛି ପୁରୁଣା ବର୍ଷ। ନୂଆ ଆଶା ,ଉଦ୍ଦିପନାକୁ ନେଇ ଆସିଛି ନୂଆବର୍ଷ (new year 2024 )। ନୂଆବର୍ଷକୁ ସମସ୍ତ ଧୁମଧାମର ସହକାରେ ସେଲିବ୍ରସନ୍ କରିଛନ୍ତି। ଆଉ ସେଲିବ୍ରେସନର ମଜକୁ ଆଉ ଟିକେ ବଢାଇଦେଇଥିଲା ମଦ (alcohol)। ଏଥର ନୂଆବର୍ଷରେ ଓଡି଼ଶାରେ କୋଟି କୋଟି ଟଙ୍କାର ମଦ ବ୍ୟବସାୟ ହୋଇଛି।  ନୂଆବର୍ଷରେ ପବ୍ ଓ ବାରରେ ଲୋକେ ଖୁସିରେ ପିଇଥିଲେ ୬୦ କୋଟିରୁ ଅଧିକ ମଦ। 

Advertisement
Odisha News: ନୂଆବର୍ଷରେ କଟିକିଆ ପିଇଗଲେ ଏତିକି କୋଟିର ମଦ, ଜାଣନ୍ତୁ ଭୁବନେଶ୍ବରରେ କେତେ ହୋଇଛି ବ୍ୟବସାୟ ?
Zee Odisha Desk|Updated: Jan 04, 2024, 07:55 AM IST
Share

Odisha News: ସମସ୍ତଙ୍କ ଠାରୁ ବିଦାୟ ନେଇଛି ପୁରୁଣା ବର୍ଷ। ନୂଆ ଆଶା ,ଉଦ୍ଦିପନାକୁ ନେଇ ଆସିଛି ନୂଆବର୍ଷ (new year 2024 )। ନୂଆବର୍ଷକୁ ସମସ୍ତ ଧୁମଧାମର ସହକାରେ ସେଲିବ୍ରସନ୍ କରିଛନ୍ତି। ଆଉ ସେଲିବ୍ରେସନର ମଜକୁ ଆଉ ଟିକେ ବଢାଇଦେଇଥିଲା ମଦ (alcohol)। ଏଥର ନୂଆବର୍ଷରେ ଓଡି଼ଶାରେ କୋଟି କୋଟି ଟଙ୍କାର ମଦ ବ୍ୟବସାୟ ହୋଇଛି।  ନୂଆବର୍ଷରେ ପବ୍ ଓ ବାରରେ ଲୋକେ ଖୁସିରେ ପିଇଥିଲେ ୬୦ କୋଟିରୁ ଅଧିକ ମଦ। 

ALSO READ : Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା!

ଓଡିଶା ବିଭିରେଜ୍ କର୍ପୋରେସନ୍ ଲିମିଟେଡ୍ (Odisha State Beverage Corporation) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ପାଖାପାଖି ୨୦ କୋଟି ଟଙ୍କାର ମଦ ବିକ୍ରି  କରିଥାଏ (OSBC)। କିନ୍ତୁ ଡିସେମ୍ବର ୩୦ରେ ଓଡିଶା ବିଭିରେଜ୍ କର୍ପୋରେସନ୍ ଲିମିଟେଡ୍ ଅଧିନରେ ଥିବା ୯ଟି ସରକାରୀ ଡିପୋରୁ ଉଠିଥିଲା ପ୍ରାୟ ୧୧ ଲକ୍ଷ ଲିଟର ମଦ। ଆଉ ଯାହାର ମୂଲ୍ୟ ଥିଲା ୬୦ କୋଟି ୭୩ ଲକ୍ଷ ଟଙ୍କା। ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ ୩୦ ଡିସେମ୍ବରରୁ (Dec 30) ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ଲୋକେ । ଆଉ ନୂଆବର୍ଷକୁ ଧୁମଧାମରେ ପାଳନ କରିଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା ଓଡିଶା ବିଭିରେଜ୍ କର୍ପୋରେସନ୍ ଲିମିଟେଡ୍ ର ବ୍ୟବସାୟ ସେହି ଦିନ  ୩ ଗୁଣ ବଢ଼ିଯାଇଥିଲା।

କେଉଁ ବ୍ରାଣ୍ତର ମଦ ଅଧିକ ବିକ୍ରି ହୋଇଥିଲା:

ଓଡିଶା ବିଭିରେଜ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଓଡି଼ଶାରେ ଦେଶୀଠୁ ଅଧିକ ବିଦେଶୀ ମଦ (Indian-made foreign liquor) ଭାରତରେ ତିଆରି ବିଦେଶୀ ମଦ ଅଧିକ ବିକ୍ରି ହୋଇଥିଲା। ଶନିବାର ଦିନ (ଡିସେମ୍ବର ୩୦)ରେ ୬୦ କୋଟି ୭୩ ଲକ୍ଷର ବ୍ୟବସାୟ ହୋଇଥିବା ବେଳେ ୫୦ କୋଟି ୮୪ ଟଙ୍କା କେବଳ ବିଦେଶୀ ଓ ଆଇଏମଏଫଲ୍( IMFL)ରୁ ଆସିଛି । ସେହିପରି, ବିୟରରୁ ୮ କୋଟି ୪ ଲକ୍ଷ ଟଙ୍କା ଆସିଥିବା ବେଳେ ଦେଶୀରୁ ୧ କୋଟି ୮୩ ଲକ୍ଷ ବେପାର ହୋଇଛି। ତେବେ, ମଦ ବିକ୍ରିରେ ରାଜଧାନୀ ଭୁବନେଶ୍ବରକୁ ପଛରେ ପକାଇ ଦେଇଛି ସିଲଭର ସିଟି କଟକ।  ଭୁବନେଶ୍ବରରେ ୬୩,୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ କଟକରେ ୬୮,୫୯୧ ଲିଟର ମଦ ବିକ୍ରି ହୋଇଛି। 

ମଦ୍ୟପାନରେ ଜାତୀୟ ହାରକୁ ବି ପଛରେ ପକାଇଛି ଓଡି଼ଶା। ତେବେ, ଆମେ ଏଠାରେ ଆପଣଙ୍କୁ ଆଉ ଏକ ସୂଚନା ପ୍ରଦାନ କରିବାକୁ ଚାହୁଁଛୁ ଯେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ତଥ୍ୟ ଅନୁସାରେ,ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି।  ଓଡ଼ିଶାରେ କିନ୍ତୁ ଏହି ହାର ୨୮.୮ ପ୍ରତିଶତ ରହିଛି। ଅନ୍ୟପଟେ, ଜାତୀୟ ସ୍ତରରେ ମଦ୍ୟପାନ କରୁଥିବା ମହିଳାଙ୍କ ହାର ୧.୩ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହି ହାର ୪.୩ ପ୍ରତିଶତ ଅଟେ । 

Read More
{}{}