Hindi News >>Home >>Zee Odisha

Mahashivaratri:ବିଶ୍ୱର ସର୍ବୋଚ୍ଚ ଶିବମନ୍ଦିର କେଉଁଠାରେ ଅବସ୍ଥିତ ? ମହାଭାରତ ସହିତ ଏହାର ସମ୍ପର୍କ କ’ଣ ?

ଭଗବାନ ଶିବ ହିନ୍ଦୁ ଧର୍ମର ତ୍ରିଦେବ ମଧ୍ୟରୁ ଅନ୍ୟତମ। ଭୋଲେନାଥଙ୍କୁ ଦେବଙ୍କ ଦେବ ବୋଲି ମଧ୍ୟ କୁହାଯାଏ । ଭାରତରେ ଉତ୍ତରରୁ ଦକ୍ଷୀଣ ଭାଗରେ ପ୍ରଭୁ ଶିବଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ । ତେବେ ଆପଣ ଜାଣିଛନ୍ତି କି ଦୁନିଆର ସର୍ବୋଚ୍ଚ ଶିବ ମନ୍ଦିରର ନାମ କ’ଣ? ଏହା କେଉଁଠାରେ ଅଛି ?

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 08, 2024, 07:31 PM IST
Share

Mahashivaratri: ଭଗବାନ ଶିବ ହିନ୍ଦୁ ଧର୍ମର ତ୍ରିଦେବ ମଧ୍ୟରୁ ଅନ୍ୟତମ। ଭୋଲେନାଥଙ୍କୁ ଦେବଙ୍କ ଦେବ ବୋଲି ମଧ୍ୟ କୁହାଯାଏ । ଭାରତରେ ଉତ୍ତରରୁ ଦକ୍ଷୀଣ ଭାଗରେ ପ୍ରଭୁ ଶିବଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ । ତେବେ ଆପଣ ଜାଣିଛନ୍ତି କି ଦୁନିଆର ସର୍ବୋଚ୍ଚ ଶିବ ମନ୍ଦିରର ନାମ କ’ଣ? ଏହା କେଉଁଠାରେ ଅଛି ? ଉତ୍ତର ହେଉଛି ଦୁନିଆର ସର୍ବୋଚ୍ଚ ଶିବମନ୍ଦିରର ନାମ  ହେଉଛି ଉତ୍ତରାଖଣ୍ଡର ତୁଙ୍ଗନାଥ ମନ୍ଦିର । ଭଗବାନ ଶିବଙ୍କ ପାଞ୍ଚଟି କେଦାର ମଧ୍ୟରୁ ତୁଙ୍ଗନାଥ ଅନ୍ୟତମ । ଉତ୍ତରାଖଣ୍ଡରେ ଅବସ୍ଥିତ ଥିବା 5 ଟି ପ୍ରାଚୀନ ଏବଂ ପବିତ୍ର ମନ୍ଦିରକୁ ପଞ୍ଚ କେଦାର କୁହାଯାଏ । ମହାଶିବରାତ୍ରୀ ଅବସରରେ, ଆସନ୍ତୁ ଭଗବାନ ଶିବଙ୍କ ସର୍ବୋଚ୍ଚ ମନ୍ଦିର ସହିତ ଜଡିତ କିଛି କୌତୁହଳପୂର୍ଣ୍ଣ ତଥ୍ୟ ।

ତୁଙ୍ଗନାଥ ମନ୍ଦିର 3,680 ମିଟର (12,073 ଫୁଟ) ଉଚ୍ଚତାରେ ଚନ୍ଦ୍ରନାଥ ପର୍ବତ ଉପରେ ଅବସ୍ଥିତ । ଏହା ଉତ୍ତରପ୍ରଦେଶର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ।ମନ୍ଦିରର ଆକ୍ଷରିକ ଅର୍ଥ ହେଉଛି ପର୍ବତର ପ୍ରଭୁ । ତୁଙ୍ଗନାଥ ଦର୍ଶନ କରିବାକୁ ପ୍ରଥମେ ସୋନପ୍ରୟାଗର ପହଞ୍ଚିବାକୁ ପଡିବ । ଏହା ପରେ ଗୁପ୍ତକାଶୀ, ଉଖିମଠ, ଚୋପଟା ଦେଇ ତୁଙ୍ଗନାଥ ମନ୍ଦିରରେ ପହଞ୍ଚି ପାରିବେ । ମନ୍ଦିରର ଇତିହାସ ମହାଭାରତ ପରି ପୁରାତନ । ଶାସ୍ତ୍ର ଅନୁଯାୟୀ, ପାଣ୍ଡବ ଭାଇମାନଙ୍କ ମଧ୍ୟରେ ତୃତୀୟ ଜ୍ୟେଷ୍ଠ ଅର୍ଜୁନଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

ତୁଙ୍ଗନାଥ ମନ୍ଦିର ସହିତ ଜଡିତ ମହାଭାରତର ପୈରାଣିକ କାହାଣୀ

ତୁଙ୍ଗନାଥ ମନ୍ଦିର ନିର୍ମାଣକୁ ନେଇ ଏକ ଲୋକପ୍ରିୟ କାହାଣୀ ଅଛି । ବିଶ୍ୱାସ କରାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ପାଣ୍ଡବ ଭାଇମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ବାସ୍ତବରେ ମହାଭାରତ ଯୁଦ୍ଧରେ ପାଣ୍ଡବ ସେମାନଙ୍କ ଭାଇ ଓ ଗୁରୁମାନଙ୍କୁ ହତ୍ୟା କରିଥିଲେ। ପାଣ୍ଡବଙ୍କ ଉପରେ ସମ୍ପର୍କୀୟଙ୍କୁ ହତ୍ୟାର ପାପ ଥିଲା। ସେହି ସମୟରେ ଋଷି ବ୍ୟାସ ପାଣ୍ଡବମାନଙ୍କୁ କହିଥିଲେ ଯେ ଭଗବାନ ଶିବ ସେମାନଙ୍କୁ କ୍ଷମା କରିଲେ ହିଁ ସେମାନେ ପାପ ମୁକ୍ତ ହେବେ। ତା’ପରେ ପାଣ୍ଡବମାନେ ଶିବଙ୍କୁ ଖୋଜିବା ଆରମ୍ଭ କରି ହିମାଳୟରେ ପହଞ୍ଚିଲେ। ବହୁ ପରିଶ୍ରମ ପରେ ଭଗବାନ ଶିବ ତାଙ୍କୁ ଏକ ବୃଶଭ ରୂପରେ ଭେଟିଥିଲେ । ତେବେ ଭଗବାନ ଶିବ ସେମାନଙ୍କୁ ଏଡ଼ାଇ ଯାଇଥିଲେ କାରଣ ସେ ଜାଣିଥିଲେ ଯେ ପାଣ୍ଡବମାନେ ଦୋଷୀ। ଭଗବାନ ଶିବ ପାତାଳଗାମୀ ହୋଇଥିଲେ ।  ପରେ ତାଙ୍କ ଶରୀରର ବିଭିନ୍ନ ଅଂଶ (ବୃଶଭ) ପାଞ୍ଚଟି ଭିନ୍ନ ସ୍ଥାନରେ ଉଠିଲା ।

ଯେଉଁଠାରେ ଏହି ଅଙ୍ଗଗୁଡ଼ିକ ଦେଖାଗଲା, ପାଣ୍ଡବମାନେ ସେଠାରେ ଶିବ ମନ୍ଦିର ନିର୍ମାଣ କରିଥିଲେ ।  ଭଗବାନ ଶିବଙ୍କର ଏହି ପାଞ୍ଚଟି ମହାନ ମନ୍ଦିରକୁ 'ପଞ୍ଚ କେଦାର' କୁହାଯାଏ । ପ୍ରତ୍ୟେକ ମନ୍ଦିର ଭଗବାନ ଶିବଙ୍କ ଶରୀରର ଏକ ଅଂଶ ସହିତ ଚିହ୍ନିତ  । ତୁଙ୍ଗନାଥ ପଂଚକେଦାର  ମଧ୍ୟରୁ ତୃତୀୟ(ତୃତୀୟ କେଦାର) କେଦାର ଅଟେ ।  ତୁଙ୍ଗନାଥ ମନ୍ଦିର ସ୍ଥଳରେ ଭଗବାନ ଶିବଙ୍କ ହାତ ମିଳିଥିଲା। ଏହି ଆଧାରରେ ମନ୍ଦିରର ନାମ ମଧ୍ୟ ରଖାଯାଇଥିଲା। ତୁଙ୍ଗର ଅର୍ଥ ହେଉଛି ହାତ ଏବଂ ନାଥ ଭଗବାନ ଶିବଙ୍କୁ ବୁଝାଏ ।

ତୁଙ୍ଗନାଥ ମନ୍ଦିର ବ୍ୟତୀତ ‘ପଞ୍ଚ କେଦାର’ରେ କେଦାରନାଥ, ରୁଦ୍ରନାଥ, ମଧ୍ୟମାହେଶ୍ୱର ଏବଂ କଲପେଶ୍ୱର ଅନ୍ତର୍ଭୁକ୍ତ। ପ୍ରଭୁଙ୍କ କୂଜ କେଦାରନାଥରେ ଦେଖାଗଲା । ରୁଦ୍ରନାଥରେ ତାଙ୍କର ମୁଣ୍ଡ; କଲପେଶ୍ୱରରେ ତାଙ୍କର କେଶ; ଏବଂ ତାଙ୍କ ନାଭି ମେଡମହେଶ୍ୱରରେ ଅର୍ବିଭୂତ ହୋଇଥିଲା ।

ପୁରୋହିତମାନେ ଶୀତଦିନେ ଅନ୍ୟ ସ୍ଥାନକୁ ଯାଆନ୍ତି

ଶୀତ ଋତୁରେ, ଏହି ସ୍ଥାନ ବରଫରେ ଆଚ୍ଛାଦିତ ହୋଇଯାଏ । ସେହି ସମୟରେ ମନ୍ଦିର ବନ୍ଦ ରୁହେ ଏବଂ  ପୁରୋହିତମାନେ ଦେବତାଙ୍କର ପ୍ରତୀକାତ୍ମକ ମୂର୍ତ୍ତି ସହ ମୁକୁମଠକୁ ଚାଲି ଯାଆନ୍ତି ।  ଏହି ସ୍ଥାନ ମୁଖ୍ୟ ମନ୍ଦିରଠାରୁ 19 କିଲୋମିଟର ଦୂରରେ ଅବସ୍ଥିତ । ଏହି ସମୟରେ ଗ୍ରାମବାସୀ ଶିବଙ୍କୁ ବାଦ୍ୟ ବଜାଇ ନେଇଯାଆନ୍ତି । ସମ୍ପୂର୍ଣ୍ଣ ଗ୍ରୀଷ୍ମ ଋତୁରେ ଭଗବାନ ଶିବ ମୁକୁଟମଠରେ ରୁହନ୍ତି । ଭକ୍ତମାନେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମୁଖ୍ୟ ମନ୍ଦିର ପରିଦର୍ଶନ କରିପାରିବେ।

ପ୍ରଭୁ ରାମଙ୍କ କାହାଣୀ

ପୁରାଣରେ ଭଗବାନ ରାମଙ୍କ ସହ ତୁଗନାଥଙ୍କ ସମ୍ପର୍କ ବାବଦରେ ମଧ୍ୟ କୁହାଯାଇଛି। ଶ୍ରୀ ରାମ ତୁଙ୍ଗନାଥଠାରୁ ଦେଢ  କିଲୋମିଟର ଦୂରରେ ଥିବା ଚନ୍ଦ୍ରଶିଲାରେ ଧ୍ୟାନ କରିବାକୁ ଆସିଥିଲେ। କୁହାଯାଏ ଯେ ଲଙ୍କାର ରାଜା ରାବଣଙ୍କୁ ହତ୍ୟା କରିବା ପରେ ଶ୍ରୀରାମଙ୍କୁ ବ୍ରହ୍ମ ହତ୍ୟା ପାପ ଲାଗିଥିଲା । ଏହି ପାପରୁ ନିଜକୁ ମୁକ୍ତ କରିବା ପାଇଁ ସେ କିଛି ସମୟ ପାଇଁ ଚନ୍ଦ୍ରଶିଲାର ରହି ପାହାଡ ଉପରେ ଧ୍ୟାନ କରିଥିଲେ । ଚନ୍ଦ୍ରଶିଲାର ଶିଖର 14 ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ।

Read More
{}{}