Hindi News >>Home >>Zee Odisha

Budget 2024:ବଜେଟକୁ ନେଇ ମଧ୍ୟବିତ୍ତ ବର୍ଗର ଏହି ଆଶା ପୁରଣ କରିବେ କି ନିର୍ମଳା ?

ଆଉ କିଛି ଦିନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଯଦିଓ ଅନ୍ତରୀଣ ବଜେଟରେ ବଡ଼ ଧରଣର ପରିବର୍ତ୍ତନ କରିବାର କୌଣସି ପରମ୍ପରା ନାହିଁ, ତଥାପି ଏହା ସତ୍ତ୍ୱେ ଦେଶର ମଧ୍ୟବିତ୍ତବର୍ଗର ଏହି ବଜେଟରୁ ଅତିକମରେ ୪ଟି ଆଶା ରହିଛି। ଭାରତର ମଧ୍ୟବିତ୍ତ ଶ୍ରେଣୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶର ଅର୍ଥନୈତିକ ଅଭ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 26, 2024, 10:34 PM IST
Share

Budget 2024:

ଆଉ କିଛି ଦିନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଯଦିଓ ଅନ୍ତରୀଣ ବଜେଟରେ ବଡ଼ ଧରଣର ପରିବର୍ତ୍ତନ କରିବାର କୌଣସି ପରମ୍ପରା ନାହିଁ, ତଥାପି ଏହା ସତ୍ତ୍ୱେ ଦେଶର ମଧ୍ୟବିତ୍ତବର୍ଗର ଏହି ବଜେଟରୁ ଅତିକମରେ ୪ଟି ଆଶା ରହିଛି।

ଭାରତର ମଧ୍ୟବିତ୍ତ ଶ୍ରେଣୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସବୁ ପ୍ରକାର ବଜାରକୁ ଆଗେଇ ନେବାରେ ମଧ୍ୟବିତ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ଆଶା ପୂରଣ କରୁଛନ୍ତି କି ନାହିଁ ତାହା ଦେଖିବାର ଅଛି।

ବଜେଟରୁ ମଧ୍ୟବିତ୍ତଙ୍କ ୪ଟି ଆଶା

ଦେଶର ମଧ୍ୟବିତ୍ତ ବର୍ଗ ବଜେଟରେ ଟିକସ ହ୍ରାସ ଠାରୁ ଆରମ୍ଭ କରି ମୁଦ୍ରାସ୍ଫୀତିରୁ ମୁକ୍ତି ପର୍ଯ୍ୟନ୍ତ ସବୁ କିଛି ଚାହୁଁଛନ୍ତି। ଆସନ୍ତୁ ଜାଣିବା ମଧ୍ୟବିତ୍ତ ବର୍ଗର ସବୁଠାରୁ ବଡ଼ 4 ଆଶା କଣ।

ଟିକସ ହ୍ରାସ

ଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 'ନୂଆ ଟିକସ ବ୍ୟବସ୍ଥା' ଅଧୀନରେ ଟିକସ ମୁକ୍ତ ଆୟର ସୀମାକୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ପୁରୁଣା ଟିକସ ବ୍ୟବସ୍ଥାରେ ଲୋକମାନେ ଅନେକ ପ୍ରକାର ସଞ୍ଚୟ ଏବଂ ଗୃହ ଋଣ ଇତ୍ୟାଦି ଉପରେ ଟିକସ ଛାଡ଼ର ଲାଭ ନେଇଥାନ୍ତି । ଟିକସ ଛାଡ଼ ମଧ୍ୟ ମଧ୍ୟବିତ୍ତଙ୍କ ମଧ୍ୟରେ ସଞ୍ଚୟ କରିବାର ଗୋଟିଏ ବଡ଼ ବାଟ । ଏଭଳି ସ୍ଥିତିରେ ଏଥର ସରକାର ଟିକସ, ଗୃହ ଋଣ ଆଦି ଉପରେ ଛାଡ଼ ସୀମା ବୃଦ୍ଧି କରିବେ ବୋଲି ମଧ୍ୟବିତତ୍ତ ବର୍ଗ  ଆଶା କରୁଛନ୍ତି।

ଚାକିରି

ବଜେଟରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବା ଦରକାର । ସାଧାରଣତଃ ମଧ୍ୟବିତ୍ତ ବର୍ଗ ଚାକିରି ଉପରେ ନିର୍ଭରଶୀଳ ହୋଇଥାନ୍ତି। ତେଣୁ ମଧ୍ୟବିତଶ୍ରେଣୀର ଆଶା ଯେ, ନିର୍ମଳାଙ୍କ ବଜେଟରେ ନୂତନ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଦେଶ ନୂଆ ଲୋକସଭା ପାଇଁ ଭୋଟ ଦେବ। ଏଭଳି ସ୍ଥିତିରେ ସରକାର ଏହି କ୍ଷେତ୍ରରେ କାମ କରିବେ ବୋଲି ଆଶା କରାଯାଇପାରେ।

ମୁଦ୍ରାସ୍ଫୀତିରୁ ମୁକ୍ତି:

 ବଜେଟରେ ମୁଦ୍ରାସ୍ଫୀତିରୁ ମୁକ୍ତିର ଆଶା ରଖିଛନ୍ତି ମଧ୍ୟବିତ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ)ର ନିରନ୍ତର ଉଦ୍ୟମ ସତ୍ତ୍ୱେ ମୁଦ୍ରାସ୍ଫୀତି ଏବେ ବି ୫ରୁ ୬ ପ୍ରତିଶତ ମଧ୍ୟରେ ରହିଛି। ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୭ରୁ ୯ ପ୍ରତିଶତ ମଧ୍ୟରେ ରହିଛି। ଡିସେମ୍ବରରେ ମୁଦ୍ରାସ୍ଫୀତି ଗତ ୪ ମାସର ସର୍ବୋଚ୍ଚ ସ୍ତରଛୁଇଁଥିଲା। ଏଭଳି ସ୍ଥିତିରେ ମଧ୍ୟବିତ୍ତଙ୍କୁ ମୁଦ୍ରାସ୍ଫୀତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ:

ମଧ୍ୟବିତ୍ତଙ୍କୁ ଦେଶର 'ଆମ୍ ଆଦମୀ' ବୋଲି ମଧ୍ୟ କୁହାଯାଏ। ଏଭଳି ସ୍ଥିତିରେ ଏହାର ମୌଳିକ ଆବଶ୍ୟକତା ଏବେ 'ଶିକ୍ଷା, ସ୍ବାସ୍ଥ୍ୟ ଓ ଆଶ୍ରୟ'ରେ ପରିଣତ ହୋଇଛି। ମଧ୍ୟବିତ୍ତ ବର୍ଗ ବଜେଟରେ ଶିକ୍ଷା ପାଇଁ ଉନ୍ନତ ନୀତି ଏବଂ ଉନ୍ନତ ସ୍ୱାସ୍ଥ୍ୟ କଭରେଜ୍ ପାଇବେ ବୋଲି ଆଶା ରଖିଛନ୍ତି। ଦେଶରେ ଉପଲବ୍ଧ ଗୃହ ତାଲିକାରେ ସୁଲଭ ମୂଲ୍ୟର ଗୃହର ବିପୁଳ ଅଭାବ ରହିଥିବା ବେଳେ ବିଳାସପୂର୍ଣ୍ଣ ହୋମ୍ ସେଗ୍ମେଣ୍ଟ ଏହାର ସୀମା ବାହାରକୁ ଯାଉଛି। ସରକାର ସମସ୍ତଙ୍କ ପାଇଁ ଶିକ୍ଷା,ଘରର ଆବଶ୍ୟକତା ପୁରଣ ଉପରେ ଗୁରୁତ୍ୱ ଦେବେ ବୋଲି ସମସ୍ତଙ୍କ ଆଶା।

Read More
{}{}