Hindi News >>Home >>Zee Odisha

Vastu:ବାସ୍ତୁ ନିୟମ ଯାହାର ଅବହେଳା କରିଦିଏ କାଙ୍ଗାଳ

ହିନ୍ଦୁ ଧର୍ମରେ ସୁଖ ସମୃଦ୍ଧି ପାଇବା ପାଇଁ ବାସ୍ତୁ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ ଘର ନିର୍ମାଣ ଓ ସଜାଇବା ସମୟରେ ପାଞ୍ଚଟି ତତ୍ତ୍ୱ କୁ ଆଧାର କରି ବାସ୍ତୁଶାସ୍ତ୍ରର ନିୟମ ପାଳନ କରାଯାଏ,ତେବେ ସେହି ଘରେ ରହୁଥିବା ଲୋକଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଥାଏ । ସେହିପରି ଯେଉଁ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 02, 2024, 05:33 PM IST
Share

Vastu:

ହିନ୍ଦୁ ଧର୍ମରେ ସୁଖ ସମୃଦ୍ଧି ପାଇବା ପାଇଁ ବାସ୍ତୁ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ ଘର ନିର୍ମାଣ ଓ ସଜାଇବା ସମୟରେ ପାଞ୍ଚଟି ତତ୍ତ୍ୱ କୁ ଆଧାର କରି ବାସ୍ତୁଶାସ୍ତ୍ରର ନିୟମ ପାଳନ କରାଯାଏ,ତେବେ ସେହି ଘରେ ରହୁଥିବା ଲୋକଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଥାଏ । ସେହିପରି ଯେଉଁ ଘରେ ଏହି ନିୟମକୁ ଅଣଦେଖା କରାଯାଏ ସେଠାରେ ରହୁଥିବା ଲୋକର ସବୁବେଳେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  ଏବଂ ସେମାନଙ୍କ ଘରେ ଧନଧାନ୍ୟର ଅଭାବ ଦେଖାଦେଇଥାଏ । ଯଦି ଅନେକ ଚେଷ୍ଟା ପରେ ମଧ୍ୟ କାହା ଘରେ ଟଙ୍କା ରହିନଥାଏ ତେବେ ସେହି ଘରେ ନିଶ୍ଚିତ ଭାବେ ବାସ୍ତୁ ଦୋଷ ରହିଥାଏ।  ଆସନ୍ତୁ ଜାଣିବା ସେହି ବାସ୍ତୁ ଦୋଷ ବିଷୟରେ  ଯାହା କାରଣରୁ ମଣିଷ ସର୍ବଦା ଅଭାବ ଅନାଟନର ସମ୍ମୁଖୀନ ହୋଇଥାଏ।

ଧନ ସମ୍ବନ୍ଧୀୟ ବଡ଼ ବାସ୍ତୁ ଦୋଷ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରିବା ପରେ ମଧ୍ୟ   ଆଦୌ ଟଙ୍କା ସଂଚୟ କରି ପାରି ନଥାନ୍ତି, ସେହି ଘରର ଦକ୍ଷିଣ-ପଶ୍ଚିମ ଦିଗରେ ବାସ୍ତୁ ଦୋଷ ରହିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ଘରେ ଦକ୍ଷିଣ-ପଶ୍ଚିମ ଦିଗରେ ଝରକା ଥାଏ, ସେମାନଙ୍କ ଘରେ ଆଦୌ ଟଙ୍କା ରହି ନଥାଏ। ଏଭଳି ପରିସ୍ଥିତିରେ ଧନ ଓ ଶସ୍ୟ ଚାହୁଁଥିବା ବ୍ୟକ୍ତି ଏହି ଦିଗର ବାସ୍ତୁ ଦୋଷକୁ ଶୀଘ୍ର ଦୂର କରିବା ଉଚିତ।

ଟଙ୍କା ପାଣି ପରି ଖର୍ଚ୍ଚ ହୁଏ

ବାସ୍ତୁଶାସ୍ତ୍ରରେ ଜଳକୁ ଧନର ଏକ ରୂପ ବୋଲି ବିବେଚନା କରାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କ ଘରେ ଟଙ୍କା ନଥିବା ନେଇ ବାରମ୍ବାର ଅଭିଯୋଗ ଆସିଥାଏ, ସେମାନେ ପ୍ରଥମେ ନିଜ ଘରେ ପାଣି ଲିକ୍ ଉପରେ ଧ୍ୟାନ ଦେବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ପାଣି ଲିକ୍ ହୁଏ ,  ସେମାନଙ୍କ ଟଙ୍କା ଅନାବଶ୍ୟକ ଜିନିଷରେ ଖର୍ଚ୍ଚ ହୋଇଯାଏ।

ଏହି ବାସ୍ତୁ ଦୋଷ ଯୋଗୁଁ ଦାରିଦ୍ର୍ୟ ମଧ୍ୟ ଆସିଥାଏ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ମାନେ ଅଇଣ୍ଠା ହାତରେ ପଇସା ସ୍ପର୍ଶ କରିଥାନ୍ତି, ବିଛଣାରେ ବସି ଖାଆନ୍ତି କିମ୍ବା ଜୋତା ପିନ୍ଧି ଖାଦ୍ୟ ଖାଆନ୍ତି, ସେହି ଘରେ ସବୁବେଳେ ଧନ ଓ ଖାଦ୍ୟର ଅଭାବ ରହିଥାଏ।

ବାସ୍ତୁ ନିୟମ ଅନୁଯାୟୀ, ଯେଉଁ ଘରେ  ଭୁଲ ଦିଗରେ ଟ୍ରେଜେରି  ତିଆରି ହୋଇଥାଏ କିମ୍ବା ଟ୍ରେଜେରି ପାଖରେ ମଇଳା ଅବର୍ଜନା  ଥାଏ କିମ୍ବା ଝାଡ଼ୁ ରହିଥାଏ ,ସେହି ଘରେ  ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଅନେକ ସମୟରେ ଧନହାନୀର କାରଣ ହୋଇଥାନ୍ତି। ତାଙ୍କ ପାଖରେ କେବେ ମଧ୍ୟ ଟଙ୍କା ରୁହେ ନାହିଁ। 

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କର ବାଥରୁମର କବାଟ ସବୁବେଳେ ଖୋଲା ରୁହେ  ଓ ଘର ଭିତର ଫିମ୍ପି ମାରିଥାଏ,ସେହି ଘରେ କେବେ ମଧ୍ୟ ଟଙ୍କା ରୁହେନାହିଁ।  ଏଭଳି ଘରେ ରହୁଥିବା ଲୋକମାନେ ଅନେକ ସମୟରେ ଆର୍ଥିକ ଅନଟନର ସମ୍ମୁଖୀନ ହୁଅନ୍ତି

Read More
{}{}