Hindi News >>Home >>Zee Odisha

Milind Deora:ଗୀଟାର ସୌକିନ,ରାହୁଲଙ୍କ ପ୍ରିୟ,ଜାଣନ୍ତୁ କଂଗ୍ରେସକୁ ବାୟ ବାୟ କହିଥିବା ମିଲିନ୍ଦ ଦେଓରା କିଏ

ଆଜି ସକାଳେ ଯେତେବେଳେ କଂଗ୍ରେସ ପାର୍ଟି ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଦେଶରେ ମାହୋଲ ତିଆରି କରିବାକୁ ଚେଷ୍ଟା କରୁଥିଲା ସେତେବେଳେ ଦଳକୁ ବଡ଼ ଝଟକା ଲାଗିଥିଲା । ଝଟକା ଦେଇଥିଲେ ରାହୁଲ ଗାନ୍ଧୀଙ୍କ ପ୍ରୀୟ ମିଲନ୍ଦ ଦେଓରା । ମାଇକ୍ରୋବ୍ଲଗ୍ ସାଇଟ୍ ଟ୍ୱିଟର(ଏକ୍ସ)ରେ ମିଲିନ୍ଦଙ୍କ ଗୋଟିଏ ପୋଷ୍ଟ କଂଗ୍ରେସର ମୁଣ୍ଡବିନ୍ଧା ବଢାଇଦେଇଥିଲା । ପୋଷ୍

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 14, 2024, 08:52 PM IST
Share

Milind Deora:

ଆଜି ସକାଳେ ଯେତେବେଳେ କଂଗ୍ରେସ ପାର୍ଟି ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଦେଶରେ ମାହୋଲ ତିଆରି କରିବାକୁ ଚେଷ୍ଟା କରୁଥିଲା ସେତେବେଳେ ଦଳକୁ ବଡ଼ ଝଟକା ଲାଗିଥିଲା । ଝଟକା ଦେଇଥିଲେ ରାହୁଲ ଗାନ୍ଧୀଙ୍କ ପ୍ରୀୟ ମିଲନ୍ଦ ଦେଓରା । ମାଇକ୍ରୋବ୍ଲଗ୍ ସାଇଟ୍ ଟ୍ୱିଟର(ଏକ୍ସ)ରେ ମିଲିନ୍ଦଙ୍କ ଗୋଟିଏ ପୋଷ୍ଟ କଂଗ୍ରେସର ମୁଣ୍ଡବିନ୍ଧା ବଢାଇଦେଇଥିଲା । ପୋଷ୍ଟରେ ମିଲିନ୍ଦ କଂଗ୍ରେସକୁ ଅଲବିଦା କହିଥିଲେ । ଲେଖିଥିଲେ କଂଗ୍ରେସ ସହିତ ତାଙ୍କ ପରିବାରର ୫୫ ବର୍ଷର ସମ୍ପର୍କ ଉପରେ ପୂର୍ଣ୍ଣଛେଦ ପଡିଛି । କଂଗ୍ରେସ ଛାଡ଼ିବା ସହିତ ସେ କଂଗ୍ରେସ ନେତା ଓ କର୍ମୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବାକୁ ଭୁଲିନଥିଲେ । ତେବେ ମିଲନ୍ଦଙ୍କ କଂଗ୍ରେସରୁ ଇସ୍ତଫା ରାହୁଲଙ୍କ ନ୍ୟାୟଯାତ୍ରା ଉପରୁ ନଜର ହଟାଇ ଦେଇଛି । ରାହୁଲଙ୍କ ନ୍ୟାୟଯାତ୍ରା ଏବେ ହେଡଲାଇନରେ ନାହିଁ ହେଡ୍ ଲାଇନରେ ଅଛି ମିତ୍ର ମିଲନ୍ଦଙ୍କ ଦଳତ୍ୟାଗ ଖବର ।

କେଉଁ ଦଳକୁ ଯାଉଛନ୍ତି ମିଲନ୍ଦ ?

ମିଲିନ୍ଦ ଶିବସେନା(ସିନ୍ଦେ) ଗୋଷ୍ଠୀରେ  ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହା ପଛର ଗୋଟିଏ କାରଣ ହେଉଛି ମୁମ୍ବାଇ ସାଉଥ୍ ସିଟ୍ ଯେଉଁଠାରୁ 2004 ଏବଂ 2009 ମସିହାରେ ମିଲିନ୍ଦ ପ୍ରତିନିଧିତ୍ୱ କରିଥିଲେ । ଇଣ୍ଡିଆ ମେଣ୍ଟର ଅଂଶିଦାର କଂଗ୍ରେସ ମେଣ୍ଟ ଧର୍ମ ପାଳନ କରି ଏହି ଆସନରୁ ପ୍ରାର୍ଥୀ ଦେବ ନାହିଁ ବୋଲି ଜଣା ପଡିବା ପରେ ମିଲନ୍ଦ ନିଜ ନୂଆ ଠିକଣା ଖୋଜିଥିବା ଆଲୋଚନା ହେଉଛି । କୁହାଯାଉଛି ଯେ,ନିଜ ପାରିବାରିକ ସିଟକୁ ହରାଇବାକୁ ମିଲନ୍ଦ ପ୍ରସ୍ତୁନ ନଥିଲେ ତେଣୁ ସେ ଦଳ ଛାଡ଼ିଛନ୍ତି ।

ମିଲିନ୍ଦ ଦେଓରାଙ୍କ ରାଜନୈତିକ କ୍ୟାରିୟର

କଂଗ୍ରେସ ପାର୍ଟିରେ ମିଲିନ୍ଦ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଆସିଛନ୍ତି। ଲୋକମାନେ ତାଙ୍କୁ ମୁମ୍ବାଇ କଂଗ୍ରେସର ପୂର୍ବତନ ସଭାପତି ଭାବରେ ଜାଣନ୍ତି। ଏହା ବ୍ୟତୀତ ସେ ୟୁପିଏ ସରକାର ସମୟରେ କେନ୍ଦ୍ରରେ ଯୋଗାଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବହନ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି। କଂଗ୍ରେସ ପାର୍ଟି ଟିକେଟରେ ମୁମ୍ବାଇ ଦକ୍ଷିଣ ଆସନରୁ ନିର୍ବାଚିତ ହୋଇ ମିଲିନ୍ଦ ଦେଓରା ଲୋକସଭାରେ ପହଞ୍ଚିଥିଲେ।

2011 ରେ ମିଲିନ୍ଦ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ

15 ତମ ଲୋକସଭାର ଯୁବ ସାଂସଦମାନଙ୍କ ମଧ୍ୟରେ ଦେଓରାଥିଲେ ଅନ୍ୟତମ । ମିଲନ୍ଦ  ମାତ୍ର 27 ବର୍ଷ ବୟସରେ ସାଂସଦ ହୋଇଥିଲେ। 2004 ଲୋକସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ଜୟନ୍ତୀବନ ମେହେଟ୍ଟାଙ୍କୁ ଦଶ ହଜାର ଭୋଟରେ ପରାସ୍ତ କରିଥିଲେ। କିନ୍ତୁ 2009 ରେ ତାଙ୍କ ବିଜୟ ବ୍ୟବଧାନ ଏକ ଲକ୍ଷରୁ ଅଧିକ ଥିଲା। 2011ରେ  ମନମୋହନ ସିଂ ତାଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ  କରିଥିଲେ।

ରାହୁଲଙ୍କ ମିତ୍ର

ମିଲିନ୍ଦ ଦେଓରାଙ୍କୁ 47 ବର୍ଷ ବୟସ ।  ମୁମ୍ବାଇରେ ଜନ୍ମିତ ମିଲିନ୍ଦ ଦେଓରାଙ୍କ ପିତା ମୁର୍ଲି ଦେଓରା କେନ୍ଦ୍ର ମନ୍ତ୍ରୀ ତଥା ମୁମ୍ବାଇ କଂଗ୍ରେସ ସଭାପତି ଥିଲେ। ଦେଓରା ପରିବାର ଏବଂ ଗାନ୍ଧୀ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ । ଯେତେବେଳେ ରାହୁଲ ଗାନ୍ଧୀ ଦଳର ସଭାପତି ହୋଇଥିଲେ, ସେତେବେଳେ ମିଲିନ୍ଦ ରାହୁଲଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ।

ଗିଟାର ବଜାଇବାକୁ ଭଲ ପାଆନ୍ତି

ଭାରତୀୟ ଶିଳ୍ପ ଜଗତ ସହିତ ମିଲିନ୍ଦଙ୍କ ସମ୍ପର୍କ ବେସ  ଭଲ । ମିଲନ୍ଦ ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଅତି ନିକଟତର । 2019 ରେ ଲୋକସଭା ନିର୍ବାଚନରେ ହାରିଯିବା ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେବାକୁ ପ୍ରସ୍ତାବ ଦେବା ପରେ ମିଲିନ୍ଦ 2019 ରେ ମୁମ୍ବାଇ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ମିଲିନ୍ଦ ଗିଟାର  ବଜାଇବାକୁ ଭଲ ପାଆନ୍ତି । କେତେକ ସମୟରେ ତାଙ୍କୁ ଗିଟାର ବଜାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ମିଲିନ୍ଦଙ୍କ ପିତାଙ୍କ କ୍ୟାରିଅର

କଂଗ୍ରେସ ସହିତ ମିଲିନ୍ଦ ଦେଓରାଙ୍କର ପୁରୁଣା ସମ୍ପର୍କ ରହିଛି। ମିଲିନ୍ଦଙ୍କ ପିତା ମୁରଲୀ ଦେଓରା ଜଣେ ରାଜନେତା, ବ୍ୟବସାୟୀ ତଥା ସାମାଜିକ କର୍ମୀ ଭାବରେ ଜଣାଶୁଣା ଥିଲେ। ସେ ମୁମ୍ବାଇର ମେୟର ଥିଲେ । ଏଥିସହ ମୁରଲୀ ଦେଓରା ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରିଛନ୍ତି। ମୁରଲି ଦେଓରା କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। 2001 ରେ ମିଲିନ୍ଦ ଦେଓରାଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ କରାଯାଇଥିଲା । ଏନେଇ ସେ ଅଦାଲତକୁ ଯାଇଥିଲେ ।

Read More
{}{}