Hindi News >>Home >>Odisha National-International

Rail Accident: ପୁଷ୍ପକ ଏକ୍ସପ୍ରେସ ଯାତ୍ରୀଙ୍କ ଉପରେ ମାଡ଼ିଗଲା କର୍ଣ୍ଣଟକା ଏକ୍ସପ୍ରେସ, ଶୋକ ଜଣାଇଲେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି ବୋଲି ଛାନିଆ ହୋଇ ଟ୍ରାକ୍‍କୁ ଡେଇଁ ପଡ଼ିବାରୁ ପୁଷ୍ପକ ଏକ୍ସପ୍ରେସ୍‍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି କର୍ଣ୍ଣାଟକ ଏକ୍ସପ୍ରେସ। ଏହାଦ୍ୱାରା ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇଠାରୁ ୪୦୦ କିଲୋମିଟର ଦୂର ଜଳଗାଓଁଠାରେ ଏହି ଦୁର୍ଘଟଣା ଘଟିଛି। 

Advertisement
Rail Accident: ପୁଷ୍ପକ ଏକ୍ସପ୍ରେସ ଯାତ୍ରୀଙ୍କ ଉପରେ ମାଡ଼ିଗଲା କର୍ଣ୍ଣଟକା ଏକ୍ସପ୍ରେସ, ଶୋକ ଜଣାଇଲେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
Prabhudatta Moharana|Updated: Jan 23, 2025, 07:59 AM IST
Share

Rail Accident: ଭୁବନେଶ୍ୱର: ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି ବୋଲି ଛାନିଆ ହୋଇ ଟ୍ରାକ୍‍କୁ ଡେଇଁ ପଡ଼ିବାରୁ ପୁଷ୍ପକ ଏକ୍ସପ୍ରେସ୍‍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି କର୍ଣ୍ଣାଟକ ଏକ୍ସପ୍ରେସ। ଏହାଦ୍ୱାରା ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇଠାରୁ ୪୦୦ କିଲୋମିଟର ଦୂର ଜଳଗାଓଁଠାରେ ଏହି ଦୁର୍ଘଟଣା ଘଟିଛି।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍‍ ଜଳଗାଓଁ ଜିଲ୍ଲା ଦେଇ ଯାଉଥିବା ସମୟରେ ଏକ ଗୁଜବ ବ୍ୟାପିଥିଲା। କୌଣସି କାରଣରୁ ଟ୍ରେନ୍‍ ଚକାରୁ ବାହାରୁଥିବା ଧୂଆଁକୁ ଅଗ୍ନିକାଣ୍ଡର ସୂଚନା ବୋଲି ଯାତ୍ରୀମାନେ ଗ୍ର୍ରହଣ କରିଥିଲେ। ଭ୍ରଭୀତ ତଥା ଛାନିଆ ହୋଇ ଜୀବନ ବଞ୍ଚାଇବା ପାଇଁ ସେମାନେ ଟ୍ରେନ୍‍ରୁ ଟ୍ରାକ୍‍କୁ କୁଦା ମାରିଥିଲେ। ଯାତ୍ରୀଙ୍କ ଏହି କାଣ୍ଡ ଏକ ମର୍ମନ୍ତୁଦ ଦୁର୍ଘଟଣାର ସାକ୍ଷା ହେବାକୁ ପ୍ରସ୍ତୁତ ହୋଇଥିଲା। ଅନ୍ୟ ଦିଗରୁ ଆସୁଥିବା ବେଙ୍ଗାଳୁରୁ ଏକ୍ସପ୍ରେସ ଟ୍ରାକରେ ଦଉଡ଼ୁଥିବା ଯାତ୍ରୀଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂନଚା ମିଳିଛି। 

 

କେନ୍ଦ୍ରୀୟ ରେଳବାଇର ମୁଖପାତ୍ର ସ୍ୱପ୍ନିଲ ନୀଳା କହିଛନ୍ତି, କିଛି ଯାତ୍ରୀ ଟ୍ରାକ୍‍କୁ କୁଦା ମାରିବାରୁ ଏପରି ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ପପ୍ରେସ୍‍ ଚକାରେ ଗରମ ଅଖ କିମ୍ବା ‘ବ୍ରେକ ବାଇଣ୍ଡିଂ ରୁ ଏହି ଧୂଆଁ ଉଠିଥିବା ସନ୍ଦେହ କରାଯାଇଚି। କିନ୍ତୁ ଏହି ଧୂଆଁ ହିଁ ଯାତ୍ରୀଙ୍କ ମନରେ ଆଶଙ୍କା  ସୃଷ୍ଟି କରିବାରୁ ସେମାନେ ଛାନିଆ ହୋଇ ଟ୍ରାକ୍‍କୁ କୁଦା ମାରିଥିବା ସୂଚନା ମିଳିଛି। ସେପଟେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ଦୁଃଖ ଏବଂ ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସେହିପରି ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସେ ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ସହ କଥା ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଭୋସରେ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ରେଳ ବୋର୍ଡର ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀଙ୍କଠାରୁ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ନେଇଥିଲେ ଏବଂ ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜଳଗାଁଓ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Read More
{}{}