Crime News: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପପୁଅଙ୍କୁ ହତ୍ୟା ଘଟଣାରେ ଏସଟିଏଫକୁ ବଡ଼ ସଫଳତା ମିଳିଛି । ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ କରିଛି ପଶ୍ଚିମବଙ୍ଗ ଏସଟିଏଫ ।
ଗିରଫ ଅଭିଯୁକ୍ତଙ୍କ ନାମ ବାନି ଇସ୍ରାଏଲ ଏବଂ ସେଫାଉଲ୍ ହକ୍ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ସହ ଖୋକା ଜବତ କରାଯାଇଛି । ବନହରପାଲି ପୋଲିସ ସହାୟତାରେ ୨ଜଣଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ STF । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଏସଟିଏଫ୍ । ମୁର୍ଶିଦାବାଦରେ ଦଙ୍ଗା କରିବା ପରେ ସେମାନେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିବା କୁହାଯାଉଛି ।
ଆଜି ସକାଳୁ ଝାରସୁଗୁଡ଼ାରେ ପଶ୍ଚିମବଙ୍ଗ STF ପହଞ୍ଚି ତନାଘନା କରିଥିଲା । ମୁର୍ଶିଦାବାଦ ଦଙ୍ଗା ଘଟଣାରେ ଛାନଭିନ୍ କରି ୧୫ରୁ ଊର୍ଦ୍ଧ୍ବ ଜଣଙ୍କୁ ବନହରପାଲି ଥାନାରେ ପଚରାଉଚରା କରିଥିଲା STF । ଦଙ୍ଗାଜନିତ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ସେମାନଙ୍କୁ ଜେରା କରୁଛି ଏସଟିଏଫ୍ ।
Also Read- Heat Wave: ୪୪.୮ ଡିଗ୍ରୀ ତାତିରେ ସିଝିଲା ଝାରସୁଗୁଡ଼ା, ୪୯ ଜଣ ହସ୍ପିଟାଲ୍ରେ ଭର୍ତ୍ତି !
Also Read- Video: ଯାତ୍ରା ମଞ୍ଚରେ ଜଳିଲା ନିଆଁ, ଦେଖନ୍ତୁ କ'ଣ କଲେ ନୃତ୍ୟଶିଳ୍ପୀ