ସୁକମା: ଶୁକ୍ରବାର ସକାଳେ ୨୨ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଛତିଶଗଡ଼ ସରକାରଙ୍କ ପୁନର୍ବାସ ତଥା ଥଇଥାନ ନୀତି ଯୋଜନା ଦ୍ୱାରା ପ୍ରଭାବିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ କାହା ନାମରେ୮ ଲକ୍ଷ ଟଙ୍କା ତ ପୁଣି କାହା ନାମରେ ୫ ଲକ୍ଷ, ୨ ଲକ୍ଷ ଏବଂ ୫୦ ହଜାର ଟଙ୍କା ପରି ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସମୁଦାୟ ପୁରସ୍କାର ରାଶିକୁ ମିଶେଇଲେ ପ୍ରାୟ ୪୦ ଲକ୍ଷ ୫୦ ହଜାର ଟଙ୍କା ।
ନକ୍ସଲ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ନକ୍ସଲ ସଂଗଠନରେ ସକ୍ରିୟ ୯ ଜଣ ମହିଳା ସମେତ ୨୨ ଜଣ ନକ୍ସଲ ଆଜି ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ବିନା ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ଆତ୍ମସମର୍ପଣ ପୁନର୍ବାସ ନୀତି-୨୦୨୫ ଅଧୀନରେ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ପୋଷାକ ପ୍ରଦାନ କରାଯାଇଥିଲା । ଏଥିସହ ଅନ୍ୟାନ୍ୟ ସୁବିଧାସୁଯୋଗ ମଧ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ।
ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି ୩୩ ବର୍ଷୀୟ ମୁଚାକି ଜୋଗା, ଯିଏକି ସୁକମା ଜିଲ୍ଲାର ରେଗଡଗାଟାର ବାସିନ୍ଦା । ସେ ପ୍ୟାଡ୍ ମ୍ୟାଡ୍ ଡିଭିଜନ ଅଧୀନରେ PLGA ପ୍ଲାଟୁନ୍ ନମ୍ବର ୧ ର ଡେପୁଟି କମାଣ୍ଡର/CYPCM ଥିଲେ । ତାଙ୍କ ନାମରେ ୮ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।
Also Read- Rahu Gochar 2025: ୧୮ ମଇରେ କୁମ୍ଭ ରାଶିରେ ରାହୁ ଚଳନ, ସୁନା ପରି ଚମକିବ ୪ ରାଶିର ଭାଗ୍ୟ
Also Read- ୧ କୋଟି ଟଙ୍କାର ବୀମା ଦେବେ ଏହି ସରକାର, SBI ସହ ହେଲା MOU