24 App Ban: ନୂଆଦିଲ୍ଲୀ: ବେଆଇନ ତଥା ନକରାତ୍ମକ କଣ୍ଟେଣ୍ଟ ପ୍ରସାରଣକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ବିଜ୍ଞପ୍ତି ଜାରି କରି ଭାରତରେ ନିଷିଦ୍ଧ ବିଷୟବସ୍ତୁ ହୋଷ୍ଟ କରୁଥିବା ୨୪ଟି ୱେବସାଇଟ ଉପରେ ବ୍ୟାନ ଲଗାଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଉଲ୍ଲୁ, ALTT, ବିଗ୍ ସଟ୍ସ ଏବଂ ମୁଡ୍ଏକ୍ସ ସମେତ 24ଟି ଆପ୍ ଏବଂ ୱେବସାଇଟ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏଗୁଡ଼ିକ 'ସଫ୍ଟ ପର୍ଣ୍ଣ' ଭଳି ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି।
ସରକାରଙ୍କ ଅନୁଯାୟୀ, ଏହି ସମସ୍ତ ପ୍ଲାଟଫର୍ମଗୁଡ଼ିକ ଅଶ୍ଳୀଳ, ଅଶାଳୀନ ଏବଂ ଭାରତୀୟ ଆଇନ ବିରୋଧୀ ବିଷୟବସ୍ତୁ ଦେଖାଉଥିଲେ। ମନ୍ତ୍ରଣାଳୟ ଦେଶର ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ (ଯେପରିକି ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ) ତୁରନ୍ତ ଏହି ପ୍ଲାଟଫର୍ମଗୁଡ଼ିକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଜାରି କରିଛି ଯାହା ଦ୍ଵାରା ଭାରତରେ କେହି ଏଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ।
ଏହି ନିଷ୍ପତ୍ତି ଅନେକ ଆଇନର ଉଲ୍ଲଂଘନ ଉପରେ ନିଆଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ:ଆଇଟି ଆଇନ, ୨୦୦୦ (ଧାରା ୬୭ ଏବଂ ୬୭କ): ଏହି ଆଇନ ଇଣ୍ଟରନେଟରେ ଅଶ୍ଳୀଳ କିମ୍ବା ଯୌନ ସ୍ପଷ୍ଟ ସାମଗ୍ରୀ ପ୍ରଦର୍ଶନ କିମ୍ବା ପ୍ରସାରଣକୁ ନିଷେଧ କରେ। ସେହିପରି ଭାରତୀୟ ନ୍ୟାୟ ସଂହିତା, ୨୦୨୩ (ଧାରା ୨୯୪): ଏହି ଆଇନ ସାର୍ବଜନୀନ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ କିମ୍ବା ଗୀତକୁ ନିଷେଧ କରେ। ମହିଳାଙ୍କ ଅଶୋଭନୀୟ ପ୍ରତିନିଧିତ୍ୱ (ନିଷେଧ) ଆଇନ, ୧୯୮୬: ଏହି ଆଇନ ବିଜ୍ଞାପନ କିମ୍ବା ଯେକୌଣସି ଗଣମାଧ୍ୟମରେ ମହିଳାମାନଙ୍କୁ ଅଶୋଭନୀୟ କିମ୍ବା ଅଶ୍ଳୀଳ ଭାବରେ ଚିତ୍ରଣ କରିବାକୁ ନିଷେଧ କରେ।
ଏହି ଆପ ଗୁଡିକ ମଧ୍ୟରେ ଅଲ୍ଟ (ALTT), ଉଲ୍ଲୁ, ବିଗ ସଟ୍ସ ଆପ, ଦେଶୀଫ୍ଲିକ୍ସ, ମୁଡଏକ୍ସ, କଙ୍ଗନ, ବୁଲ ଆପ, ଜଲୱା ଆପ, ୱାଓ ଏଣ୍ଟର୍ଟେନମେଣ୍ଟ, ଲୁକ ଏଣ୍ଟର୍ଟେନମେଣ୍ଟ, ହିଟପ୍ରାଇମ, ଫେନିଓ, ସୋଏକ୍ସ, ସୋଲ ଟକିଜ, ଅଦା ଟିଭି, ହଟଏକ୍ସ ଭିଆଇପି, ହଲଚଲ ଆପ, ନିଓନଏକ୍ସ ଭିଆଇପି, ଫୁଗି, ମୋଜଫ୍ଲିକ୍ସ, ଟ୍ରିଫ୍ଲିକ୍ସ, ବୁମେକ୍ସ, ନବରସ ଲାଇଟ, ଗୁଲାବ ଆପ ଆଦି ରହିଛି।