Home >>Odisha National-International

Odia News: ପ୍ରେମିକର ନିର୍ଯାତନା ସହି ନ ପାରି ଯୁବ ପାଇଲଟଙ୍କ ଆତ୍ମହତ୍ୟା

ମୁମ୍ବାଇ: ମୁମ୍ବାଇର ଏକ ଆପାର୍ଟମେଣ୍ଟର ଫ୍ଲାଟରୁ ଏୟାର ଇଣ୍ଡିଆର ଜଣେ ଯୁବ ପାଇଲଟଙ୍କ ମୃତଦେହକୁ ଆଜି ସ୍ଥାନୀୟ ପୋଲିସ ଜବତ କରିଛି। ମିଳିଥିବା ମୃତଦେହଟି ୨୫ ବର୍ଷିୟ ସୃଷ୍ଟି ତୁଲିଙ୍କର ବୋଲି ପୋଲିସ କହିଛି। ଏହି ଘଟଣାରେ ତାଙ୍କ ପ୍ରେମିକାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ତାଙ୍କ ପ

Advertisement
Odia News: ପ୍ରେମିକର ନିର୍ଯାତନା ସହି ନ ପାରି ଯୁବ ପାଇଲଟଙ୍କ ଆତ୍ମହତ୍ୟା
Prabhudatta Moharana|Updated: Nov 27, 2024, 08:56 PM IST
Share

Odia News: ମୁମ୍ବାଇ: ମୁମ୍ବାଇର ଏକ ଆପାର୍ଟମେଣ୍ଟର ଫ୍ଲାଟରୁ ଏୟାର ଇଣ୍ଡିଆର ଜଣେ ଯୁବ ପାଇଲଟଙ୍କ ମୃତଦେହକୁ ଆଜି ସ୍ଥାନୀୟ ପୋଲିସ ଜବତ କରିଛି। ମିଳିଥିବା ମୃତଦେହଟି ୨୫ ବର୍ଷିୟ ସୃଷ୍ଟି ତୁଲିଙ୍କର ବୋଲି ପୋଲିସ କହିଛି। ଏହି ଘଟଣାରେ ତାଙ୍କ ପ୍ରେମିକାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ତାଙ୍କ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କୁ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆ ପାଇଲଟ ସୃଷ୍ଟି ତୁଲିଙ୍କର ମୃତଦେହ ଅନ୍ଧେରିରେ ଥିବା ତାଙ୍କ ଫ୍ଲାଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୱାଇ ପୋଲିସ ସୃଷ୍ଟିଙ୍କର ପ୍ରେମିକ ୨୭ ବର୍ଷିୟ ଆଦିତ୍ୟ ପଣ୍ଡିତଙ୍କୁ ଆତ୍ମହତ୍ୟା ଅଭିଯୋଗରେ ଗିରଫ କରିଛି। ସୃଷ୍ଟିଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ପଣ୍ଡିତ ତାଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ଏପରିକି ଫୋନରେ ତାଙ୍କ ସହ ଝଗଡା କରୁଥିଲେ, ଯେଉଁ କାରଣରୁ ସୃଷ୍ଟି ଏପରି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଆତ୍ମହତ୍ୟା ଅଭିଯୋଗରେ ପୋଲିସ ସୃଷ୍ଟିଙ୍କ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତାଙ୍କୁ କୋର୍ଟରେ ହାଜର ହେବା ପରେ ୨୯ ତାରିଖ ପର୍ଯ୍ୟନ୍ତ ହେପାଜତକୁ ପଠାଯାଇଛି। 

Read More
{}{}