Hindi News >>Home >>Odisha National-International

Road Accident: ଭାରସାମ୍ୟ ହରାଇ ଓଲଟିଲା ବସ୍, ଘଟଣାସ୍ଥଳରେ ତିନି ମୃତ ,୨୪ ଆହତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଡ୍ରେନ୍ କୁ ବସ୍ ଓଲଟିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । 

Advertisement
Road Accident: ଭାରସାମ୍ୟ ହରାଇ ଓଲଟିଲା ବସ୍, ଘଟଣାସ୍ଥଳରେ ତିନି ମୃତ ,୨୪ ଆହତ
Narmada Behera|Updated: Oct 19, 2024, 08:08 AM IST
Share

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଡ୍ରେନ୍ କୁ ବସ୍ ଓଲଟିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ୟୁପିର ସିଦ୍ଧାର୍ଥନଗର  ଜିଲ୍ଲାରେ ଏହି ଛାତିଥରା ଦୁର୍ଘଟଣା ଘଟିଛି । 

ALSO READ: Diwali 2024: ଦୀପାବଳିରେ ଗଜକେଶରୀ ରାଜଯୋଗ, ଧନବାନ୍ ହେବେ ଏହିସବୁ ରାଶି! କିଣିବେ ନୂଆ ଗାଡି ସହ...

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ  ଏକ ଘରୋଇ ବସ୍ ୫୩ ଜଣ ଯାତ୍ରୀଙ୍କୁ ନେଇ ୟୁପିର ବଳରାମପୁରରୁ  ସିଦ୍ଧାର୍ଥନଗରକୁ ଯାତ୍ରା କରୁଥିଲା। ବସଟି ଧେବାରୁଓ୍ବା ଅଞ୍ଚଳରେ ପହଞ୍ଚିଥିବା ବେଳେ  ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା।  ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ତିନି ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛନ୍ତି। ତେବେ, ମୃତକ ହେଲେ ମଙ୍ଗନି ରାମ୍(୫୦), ଅଜୟ ବର୍ମା (୧୪) ଗନା(୫୦) । ତେବେ, କିଭଳି  ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।  

Read More
{}{}