Home >>Odisha National-International

Cabinet Decisions: କେନ୍ଦ୍ର କ୍ୟାବିନେଟର ୩ ପ୍ରମୁଖ ନିଷ୍ପତ୍ତି: ଏଣିକି ମିଳିବ ଭିଟାମିନଯୁକ୍ତ ଚାଉଳ

କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶରେ ମହିଳା ଓ ଶିଶୁମାନଙକ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଆଣିବା ତଥା ରକ୍ତହୀନତା ଭଳି ସମସ୍ୟାକୁ ମୁକାବିଲା କରିବା ଲାଗି ଭିଟାମିନଯୁକ୍ତ ଚାଉଳ ପ୍ରଦାନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ୮୦ କୋଟି ଲୋକଙ୍କୁ ଭିଟାମିନଯୁକ୍ତ ଚାଉଳ ପ୍

Advertisement
Cabinet Decisions
Cabinet Decisions
Jagdish Barik|Updated: Oct 09, 2024, 03:49 PM IST
Share

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶରେ ମହିଳା ଓ ଶିଶୁମାନଙକ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଆଣିବା ତଥା ରକ୍ତହୀନତା ଭଳି ସମସ୍ୟାକୁ ମୁକାବିଲା କରିବା ଲାଗି ଭିଟାମିନଯୁକ୍ତ ଚାଉଳ ପ୍ରଦାନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ୮୦ କୋଟି ଲୋକଙ୍କୁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କରାଯିବ। 

ଏ ବାବଦରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ପ୍ରକାର ଯୋଜନାର ପ୍ରଭାବଶାଳୀ ଫଳାଫଳ ରହିଛି। ବିଶ୍ୱର ବିଭିନ୍ନ ଦେଶ ଏହାକୁ ଗ୍ରହଣ କରିଛନ୍ତି। ଦେଶରେ ବହୁ ପୂର୍ବରୁ ଏହି ଯୋଜନା ଲାଗୁ କରାଯିବା କଥା ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ। ସେ କହିଛନ୍ତି, "ଗରିବ ଏବଂ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ସମସ୍ୟା ଦେଖାଯାଉଥିବାରୁ ଏହି ଯୋଜନା ଦ୍ୱାରା ତାହାକୁ ହ୍ରାସ କରିବାକୁ ଚେଷ୍ଟା କରାଯିବ।   ଏଥିଲାଗି ୧୭ ହଜାର ୮୨ କୋଟି ଟଙ୍କା ଖର୍ଚ୍ଚହେବ। ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ଚାଉଳକୁ ଭିଟାମିନଯୁକ୍ତ କରି ପ୍ରଦାନ କରାଯିବ। ଡିସେମ୍ବର ୨୦୨୮ ଯାଏ ଏହି ଯୋଜନା ଲାଗୁ ହେବ। ୨୦୧୮ରେ ଏହି ଯୋଜନାର ପାଇଲଟ ଶୁଭାରମ୍ଭ କରାଯାଇଥିଲା। ୧୪୦ ଦେଶରେ ଏପରି ଭିଟାମିନ ଯୁକ୍ତ ଶସ୍ୟ ପ୍ରଦାନ ପରମ୍ପରା ଜାରି ରହିଛି। ୮୦ କୋଟି ଲୋକ ଏଥିରୁ ଲାଭ ପାଇବେ। ଏହା ସମ୍ପୂର୍ଣ୍ଣ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ହେବ।  ୯୨୫ ସଂସ୍ଥାକୁ ଭିଟାମିନ ଯୁକ୍ତ କରିବା ଲାଗି ନିୟୋଜିତ କରାଯିବ। 

ଦ୍ୱିତୀୟ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ନୌବାଣିଜ୍ୟ ଐତିହ୍ୟର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି।  ଆମର ସାଂସ୍କୃତିକ ଐତିହ୍ୟ ଉପରେ ଗର୍ବ କରିବା ଲାଗି ଏହା ଉଦ୍ଦିଷ୍ଟ। ଏହିକ୍ରମରେ ଗୁଜରାଟର ଲୋଥାଲରେ ନିର୍ମାଣ ହେବ ଜାତୀୟ ନୌବାଣିଜ୍ୟ ଐତିହ୍ୟ କେନ୍ଦ୍ର। ଭାରତର ନୌବାଣିଜ୍ୟ ଐତିହ୍ୟକୁ ଏହା ପ୍ରଦର୍ଶନ କରିବ। ବିଶ୍ୱର ସବୁଠାରୁ ବଡ଼ ନୌବାଣିଜ୍ୟ ଐତିହ୍ୟ କେନ୍ଦ୍ର ହେବ। ଏହାଦ୍ୱାରା ଦେଶର ଅନ୍ୟ ନୌବାଣିଜ୍ୟ ଐତିହ୍ୟ କେନ୍ଦ୍ରକୁ ବିକଶିତ କରିବା ଲାଗି ଏକ ମଡେଲ ବିକାଶ ହୋଇପାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

 ତୃତୀୟ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର  ରାଜସ୍ଥାନ ଓ ପଞ୍ଜାବରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। । ଏଥିଲାଗି ୪୪୦୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। । ଏହାବଳରେ ୨୨୮୦ କିଲୋମିଟର ନୂଆ ରୋଡ୍‍ ନୋଟଓ୍ୱର୍କ ନିର୍ମାଣ କରାଯିବ। ଏହାସଦ୍ୱାରା ଗ୍ରାମୀଣ ଜୀବନରେ ବିକାଶ ଆସିବ। ଯାତ୍ରା ସହଜ ଓ କମ୍‍ ସମୟ ଭିତରେ ହୋଇପାରିବ। ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସରକାର ଆଶା କରିଛନ୍ତି।

Read More
{}{}