Hindi News >>Home >>Odisha National-International

ଲୋକସଭା ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହେଲେ ଅଧୀର ରଂଜନ ଚୌଧୁରୀଙ୍କ ସମେତ ଅନେକ ବିରୋଧୀଦଳ ସାଂସଦ

Parliament Security Breach: ସଂସଦରେ ସୁରକ୍ଷା ତ୍ରୁଟି ଉପରେ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିୟାନ ରଖିବାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କ୍ରମାଗତ ଦାବି କରି ଆସୁଛନ୍ତି ।  

Advertisement
Parliament Winter Session 2023
Parliament Winter Session 2023
Jagdish Barik|Updated: Dec 18, 2023, 03:56 PM IST
Share

Parliament Winter Session: ସୋମବାର ଦିନ (୧୮ ଡିସେମ୍ବର) ମଧ୍ୟ ବିରୋଧୀ ଦଳର ସାଂସଦ ମାନେ ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ସେମାନଙ୍କ ଦାବି ଉପରେ ଜିଦ୍ ଧରି ରହିଛନ୍ତି । ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଏକ ଅନେକ ଉତ୍ତେଜନା ଦେଖାଦେଇଥିଲା । ଏହି ସମୟରେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଂଜନ ଚୌଧରୀ ଓ ଅନ୍ୟାନ୍ୟ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି ।

ଅଧୀର ରଂଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟ କୁମାର, ଅପୂର୍ବା ପୋଦ୍ଦାର, ପ୍ରସନ୍ନ ବାନାର୍ଜୀ, ମହମ୍ମଦ ୱାସିର, ଜି ସେଲବମ, ସିଏ ଅନ୍ନଦୁରାଇ, ଡ଼ ଟି ସୁମତି, କେ ନାବାସ୍କାନି, କେ ବୀରସ୍ୱାମୀ, ଏନ.କେ ପ୍ରେମଚନ୍ଦ୍ରନ, ସୌଗତ ରୟ, ଶତାବ୍ଦି ରୟ, ଆଶିତ କୁମାର ମଲ, କୌଶଲେନ୍ଦ୍ର କୁମାର, ଏନଟି ଆଣ୍ଟୋନି, ଏସ୍ ଏସ୍ ପାଲାନାମ୍ନିକ୍କମ, ଅବ୍ଦୁଲ ଖାଲିଦ୍, ଥିରୁ ଭାସ୍କର, ବିଜୟ ବସନ୍ତ, ପ୍ରତୀମା ମଣ୍ଡଳ, କାକୋଳି ଘୋଷ, କେ ମୁରଲୀଧରନ୍, ସୁନୀଲ କୁମାର ମଣ୍ଡଳ, ଏସ୍ ରାମା ଲିଙ୍ଗମ୍, କେ ସୁରେଶ, ଅମର ସିଂ, ରାଜମୋହନ ଅନ୍ନିଥାନ, ଗୌରବ ଗୋଗୋଇ ଓ ଟି.ଆର ବାଲୁଙ୍କୁ ଗୃହର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ କରାଯାଇଛି । ବାସ୍ତବରେ ବିରୋଧୀ ଦଳମାନେ ଲୋକସଭାର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ରଖିବାକୁ ଦାବି କରି ଆସୁଛନ୍ତି ।

ପ୍ରଥମେ ନିଲମ୍ବିତ ହୋଇସାରଛନ୍ତି ଏସବୁ ସାଂସଦ
ଏହାପୂର୍ବରୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ଲୋକସଭାର ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ କଂଗ୍ରେସର ଟିଏନ୍ ପ୍ରତାପନ୍, ହିବି ଇଡେନ୍, ଜ୍ୟୋତିମଣି, ରମ୍ୟା ହରିଦାସ, ଡିନ୍ କୁରିଆକୋଜ୍, ବି.କେ ଶ୍ରୀକନ୍ଦନ, ବେନି ବେହାନନ୍, ମହମ୍ମଦ ଜାଭେଦ୍ ଓ ମାଣିକୋମ୍ ଟାଗୋର ଅନ୍ତର୍ଭୁକ୍ତ । ଡିଏମକେର କାନିମୋଜି, ସିପିଆଇ (ଏମ୍) ର ଏସ ଭେକଟେସନ ଓ ସିପିଆଇର କେ ସୁବ୍ବାରାୟଣ ଅଛନ୍ତି । ଏହା ସମେତ ଟିଏମସି ସଦସ୍ୟ ଡେରେକ ଓ’ବ୍ରାଇନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା ।

Read More
{}{}