Hindi News >>Home >>Odisha National-International

Indian Railway: କୁହୁଡି କାରଣରୁ ୩୯ଟି ଟ୍ରେନ ବିଳମ୍ୱ, ବିମାନ ସେବା ପ୍ରଭାବିତ

Train Late News: ଦେଶର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି କାରଣରୁ ଭିଜିବିଲିଟି ହ୍ରାସ ପାଇଛି । ଯାହା ରେଳ ସେବା ଉପରେ ପ୍ରଭାବ ପକାଇଛି। ପାଣିପାଗ ଖରାପ କାରଣରୁ ଅନେକ ଟ୍ରେନ୍ ଲେଟରେ ଚାଲୁଛି । ଯେଉଁଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Advertisement
Indian Railway: କୁହୁଡି କାରଣରୁ ୩୯ଟି ଟ୍ରେନ ବିଳମ୍ୱ, ବିମାନ ସେବା ପ୍ରଭାବିତ
Soubhagya Ranjan Mishra|Updated: Jan 04, 2025, 09:06 PM IST
Share

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡାର ପ୍ରକୋପ ଲାଗି ରହିଛି । ଏଥିସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଭିଜିବିଲିଟି କମ୍ ହେବା କାରଣରୁ ଅନେକ ଟ୍ରେନ୍ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଛି । ଅନେକ ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯେଉଁଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କୁହୁଡ଼ି କାରଣରୁ ରାଜଧାନୀ ଦିଲ୍ଲୀରୁ ଯାଉଥିବା ଏବଂ ଆସୁଥିବା ଅନେକ ଟ୍ରେନ୍ ବିଳମ୍ବ ହୋଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 39 ଟି ଟ୍ରେନ୍ ବିଳମ୍ବରେ ଚାଲୁଥିବା ସମୟରେ 23ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।

22540 ANVT MAU ସୁପରଫଷ୍ଟ ଏକ୍ସପ୍ରେସର ସମୟ 4:45 PM ଥିଲା କିନ୍ତୁ ବର୍ତ୍ତମାନ ତାହାକୁ ବଦଳାଇ 7 PM ରଖାଯାଇଛି । ସେହିପରି csmt ରାଜଧାନୀର ସମୟ 4:55 pm ରହିଥିବା ସମୟରେ ତାହକୁ 8:50 pm କରାଯାଇଛି । 12394 ସମ୍ପୂର୍ଣ୍ଣକ୍ରାନ୍ତି ଏକ୍ସପ୍ରେସ 5:30 PM ସମୟରେ ଛାଡିଥାନ୍ତା କିନ୍ତୁ ତାହାକୁ ବଦଳାଇ 7:15 PM କରାଯାଇଛି । 12616 ଜିଟି ଏକ୍ସପ୍ରେସ 4:40 PM ସମୟ ଥିଲା ବର୍ତ୍ତମାୱ 9 PM । 22824 ନୂଆଦିଲ୍ଲୀ ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ 5 PM ସମୟରୁ ବର୍ତ୍ତମାନ 9:50 PM କରାଯାଇଛି । 12314 ନୂଆଦିଲ୍ଲୀ ସିଲଦାର ସମୟ 4:30 PM ଥିଲା କିନ୍ତୁ ଏହା 9:40 PMରେ ଛାଡିବ । 12310 ରାଜେନ୍ଦ୍ର ନଗର ଟର୍ମିନାଲ୍ ରାଜଧାନୀ 5:10 PM ସମୟ ଥିଲା ତାହାକୁ ବଦଳାଇ 8:15 PM କରାଯାଇଥିଲା । 12436 JYG ଗରିବ ରଥ ଏକ୍ସପ୍ରେସ 5:20 PM ସମୟ ଥିଲା କିନ୍ତୁ ତାହା 9:20 PMରେ ଛାଡିବ । 12190 ମହାକୌଶଳ ଏକ୍ସପ୍ରେସ 12:53 PMରୁ ସମୟ ବଦଳାଇ 8:10 PM ହୋଇଛି ।

ଭାରତୀୟ ପାଣିପାଗ (ଆଇଏମଡି) ଅନୁଯାୟୀ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଶୀତ ଏବଂ କୁହୁଡ଼ି ପରିସ୍ଥିତି ଆଗାମୀ 2 ଦିନ ପର୍ଯ୍ୟନ୍ତ ରହିପାରେ। ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ଏବଂ ସକାଳ ମଧ୍ୟରେ ଘନ କୁହୁଡ଼ି ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଥିଲା। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଛି ଏଥିସହ ଭିଜିବିଲିଟି ମଧ୍ୟ ବହୁତ କମ୍ ରହିଛି । ଅନେକ ସ୍ଥାନରେ ଭିଜିବିଲିଟି 50ରୁ 100 ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଶୁକ୍ରବାର ଦିନ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ କାର୍ଯ୍ୟ 100 ରୁ ଅଧିକ ବିମାନ ଉଡାଣ ବିଳମ୍ବ ହୋଇଥିଲା। ରନୱେରେ କମ୍ ଭିଜିବିଲିଟି ପ୍ରଣାଳୀ ଲାଗୁ କରାଯାଇ ବିମାନଗୁଡ଼ିକର ଗତିକୁ ସୁବିଧା କରାଯାଇଥିଲା । ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନେ ଉଡ଼ାଣ ସମ୍ବନ୍ଧୀୟ ସୂଚନା ପାଇଁ ସଂପୃକ୍ତ ବିମାନ ସହିତ ଯୋଗାଯୋଗ କରିବା ଉଚିତ ।

Also Read- Saptahik Rashifal: ୨୦୨୫ର ଦ୍ୱିତୀୟ ସପ୍ତାହରେ କେମିତି କଟିବ ଦିନ ? ପଢ଼ନ୍ତୁ ୧୨ଟି ରାଶିର ଭାଗ୍ୟଫଳ

Also Read- Jio Plan: ଆପଣ ଜିଓ ଉପଭୋକ୍ତା କି ? ତେବେ 'ସୁପରହିଟ୍ ପ୍ଲାନ'ର ନିଅନ୍ତୁ ମଜା

Read More
{}{}