Hindi News >>Home >>Odisha National-International

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୪ ଜୀବନ

Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। 

Advertisement
Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୪ ଜୀବନ
Narmada Behera|Updated: Aug 29, 2024, 08:57 AM IST
Share
Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୧  ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ରାଜସ୍ଥାନ ଢୋଲପୁର ଜିଲ୍ଲାରେ ଅଙ୍ଗାଇ ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।  ତେବେ, ଗୋଟେ ନୁହେଁ ରାଜସ୍ଥାନରେ ୨ଟି ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଛି।  
 
 
ସୂଚନା ଅନୁସାରେ,  ରାଜସ୍ଥାନ ଢୋଲପୁର ଜିଲ୍ଲାରେ ଅଙ୍ଗାଇ ଥାନା ଅଞ୍ଚଳରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ 
ଓଲଟି ପଡିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୧ ଜଣ ଆହତ ହୋଇଛନ୍ତି। ରାସ୍ତାରେ ଯାଉଥିବା ପଥିକ ମାନେ ମଧ୍ୟ ଏଥିରେ ଆହତ ହୋଇଛନ୍ତି। । ୨ ମୃତକ ହେଲେ, ବିରେନ୍ଦ୍ର ଠାକୁର (୫୩) ଓ କିଶୋର (୧୫) । ସେପଟେ, ରାଜସ୍ଥାନର ପାଲି ଜିଲ୍ଲାରେ ବି ଏକ ଛାତିଥରା ଦୁର୍ଘଟଣା ଘଟିଛି। ଉତ୍ତର ପ୍ରଦେଶର ଆଗ୍ରାରୁ କିଛି ଭକ୍ତ ଏକ କାର ଯୋଗ ରାଜସ୍ଥାନର  (Vishangiri temple ) ବିସ୍ନିଗିରି ମନ୍ଦିରରେ ଦର୍ଶନ ସାରି ଘରକୁ ଫେରୁଥିଲେ। ପାଲି ଜିଲ୍ଲା ଦେଇ ଆଗ୍ରା ଫେରୁଥିବା ବେଳେ ସଦର ଥାନା ଅଞ୍ଚଳରେ ସାମ୍ନାପଟୁ ଏକ ଟ୍ରକ୍ ଆସି କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ଜଣେ ଆହତ ହୋଇଥିଲେ। 
 
ଦୁର୍ଘଟଣା ଦେଖି ପୋଲିସ୍ କୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଂଚି କାର୍ ମଧ୍ୟରୁ  ୨ଟି ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ମୃତକ ୨ ଜଣ ହେଲେ ଗୋବିନ୍ଦ ସିଂ (୪୧) ଓ ତାଙ୍କ ୪ ବର୍ଷର ପୁଅ। ଏହି ଦୁର୍ଘଟଣାରୁ ଗୋବିନ୍ଦଙ୍କ ପତ୍ନୀ ବର୍ତ୍ତି ଯାଇଛନ୍ତି।  ତେବେ, ଏହି କାରରେ ତିନି ଜଣ ଯାତ୍ରା କରୁଥିବା ପୋଲିସ୍ ସ୍ପଷ୍ଟ କରିଛି।  
Read More
{}{}