Hindi News >>Home >>Odisha National-International

ରଥଯାତ୍ରାରେ ପୋଖରୀରେ ବୁଡି ୪ ମୃତ

ପ୍ରବଳ ବର୍ଷା କାରଣରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପୋଖରୀ ଠାରୁ ଆରମ୍ଭ କରି ନଦୀନାଳରେ ବର୍ଷା ପାଣି ଭରି ରହିଛି। ଏଭଳି ପରିସ୍ଥିତିରେ ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ହୃଦୟ ବିଦାର ଖବର ସାମ୍ନାକୁ ଆସିଛି। ପୋଖରିରେ ବୁଡି ପ୍ରୟା ୪ ନାବାଳିକାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଖେଳୁଥିବା ସମୟରେ ୪ ଜଣ ନାବାଳିକା ପୋଖରିର

Advertisement
ରଥଯାତ୍ରାରେ ପୋଖରୀରେ ବୁଡି ୪ ମୃତ
Prabhudatta Moharana|Updated: Jul 07, 2024, 01:42 PM IST
Share

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପୋଖରୀ ଠାରୁ ଆରମ୍ଭ କରି ନଦୀନାଳରେ ବର୍ଷା ପାଣି ଭରି ରହିଛି। ଏଭଳି ପରିସ୍ଥିତିରେ ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ହୃଦୟ ବିଦାର ଖବର ସାମ୍ନାକୁ ଆସିଛି। ପୋଖରିରେ ବୁଡି ପ୍ରୟା ୪ ନାବାଳିକାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଖେଳୁଥିବା ସମୟରେ ୪ ଜଣ ନାବାଳିକା ପୋଖରିରେ ବୁଡି ଯାଇଥିଲେ। ଏହି ସମୟରେ ସେମାନଙ୍କ ଚିତ୍କାର ଶୁଣି ଜଣେ ମହିଳା ହୋମଗାର୍ଡ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ନେବା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। 

ମିଳିଥିବା ଖବର ମୁତାବକ ଏହି ଘଟଣା ପରେ ଯମୁନା ଏକ୍ସପ୍ରେସ ରାସ୍ତା କଡ଼ରେ ଥିବା ଖନ୍ଦୌଲୀ ଗ୍ରାମରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ମୃତକଙ୍କ ବୟସ ୮ ରୁ ୧୨ ବର୍ଷ ବୟସ ମଧ୍ୟରେ ରହିଛି। ତେବେ ପୋଲିସ ସେମାନଙ୍କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ମୃତକଙ୍କ ନାଁ ହେଉଛି ଶିନାଖତ ହିନା, ମୁନ୍ନୀ, ଚାନ୍ଦନୀ ଓ ମୁନିୟା। କୁହାଯାଉଛି ଏମାନେ ବୁଡି ଯାଇଥିବା ପୋଖରିଟିକୁ ବର୍ଷା ପାଣି ସଞ୍ଚୟ କରିବା ଲକ୍ଷ୍ୟରେ ଖୋଳାଯାଇଥିଲା। ଏହି ପୋଖରି ନିକଟରେ ପ୍ରାୟ ୧୦ରୁ ଅଧିକ ନାବାଳିକାମାନେ ଖେଳୁଥିଲେ। ତେବେ ଏହି ସମୟରେ ସେମାନେ ସେଠାରେ ଗାଧୋଇବା ଲକ୍ଷ୍ୟରେ ପହଞ୍ଚିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବୁଡିଯାଇଥିଲେ। ସେମାନଙ୍କର ଚିତ୍କାର ଶୁଣି ନିକଟରେ ଥିବା ଜଣେ ମହିଳା ହୋମଗାର୍ଡ ଦେଖି ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ କରିଥିଲେ। ସଙ୍ଗେ ସଙ୍ଗେ ପୋଲିସ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। 

Read More
{}{}