Hindi News >>Home >>Odisha National-International

Road Accident:କାରକୁ ପିଟିଲା କାର୍, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ-ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

Advertisement
Road Accident:କାରକୁ ପିଟିଲା କାର୍, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ
Narmada Behera|Updated: Dec 04, 2024, 09:56 AM IST
Share
Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ-ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହ ଗୁଡିକୁ ପୋଲିସ୍ ପୋଷ୍ଟମଟମ୍ ପାଇଁ ହସପିଟାଲକୁ ପଠାଇଛି।  ରାଜସ୍ଥାନର ଚୁରୁ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। 
 
 
 
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ ଦୁର୍ଗଗଡର ଏକ ପରିବାରର ୬ ଜଣ ସଦସ୍ୟ କାରରେ (BukansarPhanta)ବୁକାନସର୍ ପାଣ୍ଠା ଅଭିମୁଖେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଗାଡିଟି ସର୍ଦ୍ଦାରସହର ନିକଟରେ ପହଞ୍ଚିବା ବେଳକୁ ସାମ୍ନା ପଟୁ ଆସୁଥିବା  ଆଉ ଏକ କାର୍ ଗାଡିଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର ମଧ୍ୟରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡି ମଧ୍ୟରୁ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇବା ସହିତ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ମୃତକଙ୍କ ଘର ଦୁର୍ଗଗଡରେ ହୋଇଥିବା ଜଣାପଡିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
 
 
Read More
{}{}