Hindi News >>Home >>Odisha National-International

Ram Temple: ପ୍ରଥମ ଦିନରେ ରାମମନ୍ଦିରରେ ଲାଗିଲା ଭୟଙ୍କର ଭିଡ଼, ଏତିକି ଲକ୍ଷ ଭକ୍ତ କଲେ ଦର୍ଶନ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି। ୨୩ ଜାନୁଆରୀ ଅର୍ଥାତ୍ ମଙ୍ଗଳବାର ଦିନ ରାମଲାଲାଙ୍କ ଦର୍ଶନ ପାଇଁ ଏହି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଅନୁମାନ କରାଯାଉଥିଲା ଯେ ପ୍ରଥମ ଦିନରେ ଦେଢ଼ ଲକ୍ଷ ଲୋକ ପ୍ରତିଦିନ ଦର୍ଶନ ପାଇଁ ଆସିବେ। ପ୍ରଥମ ଦିନରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ରାମଲା

Advertisement
Ram Temple: ପ୍ରଥମ ଦିନରେ ରାମମନ୍ଦିରରେ ଲାଗିଲା ଭୟଙ୍କର ଭିଡ଼, ଏତିକି ଲକ୍ଷ ଭକ୍ତ କଲେ ଦର୍ଶନ
Zee Odisha Desk|Updated: Jan 24, 2024, 07:57 AM IST
Share

Ram Temple: ନୂଆଦିଲ୍ଲୀ: ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି। ୨୩ ଜାନୁଆରୀ ଅର୍ଥାତ୍ ମଙ୍ଗଳବାର ଦିନ ରାମଲାଲାଙ୍କ ଦର୍ଶନ ପାଇଁ ଏହି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଅନୁମାନ କରାଯାଉଥିଲା ଯେ ପ୍ରଥମ ଦିନରେ ଦେଢ଼ ଲକ୍ଷ ଲୋକ ପ୍ରତିଦିନ ଦର୍ଶନ ପାଇଁ ଆସିବେ। ପ୍ରଥମ ଦିନରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ରାମଲାଲାଙ୍କ ପରିଦର୍ଶନ କରିଥିବା ରେକର୍ଡ ହୋଇଛି। ଏତେ ସଂଖ୍ୟକ ଭକ୍ତଙ୍କ ଆଗମନ ହେତୁ ସରକାର ଏବଂ ପ୍ରଶାସନର ମଧ୍ୟ ମୁଣ୍ଡ ବିନ୍ଧା ବଢିଯାଇଥିଲା। ଏପରି ଏକ ସମୟ ଆସିଥିଲା ଯେତେବେଳେ ରାମ ମନ୍ଦିରରେ ପ୍ରବେଶ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ତେବେ ଭକ୍ତଙ୍କ ଦର୍ଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରବଳ ଭିଡ଼ କାରଣରୁ ଜଣେ ଭକ୍ତ ଅଚେତ ହୋଇପଡିଥିଲେ। ସୋମବାର ବିଳମ୍ବିତ ରାତିରୁ ଅନେକ ଭକ୍ତ ଧାଡିରେ ଠିଆ ହୋଇ ରହିଥଇଲେ। ବା ମଙ୍ଗଳବାର ସକାଳେ ସାଧାରଣ ଲୋକଙ୍କ ପାଇଁ ରାମ ମନ୍ଦିରର କବାଟ ଖୋଲିଥିଲା। 

ସେପଟେ ଭକ୍ତଙ୍କ ଏହି ଭିଡ଼ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ପହଞ୍ଚିଥିଲା। ଫଳରେ ଘଟଣାସମ୍ପର୍କରେ ଅବଗତ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଅଯୋଧ୍ୟାରେ ପହଞ୍ଚିଥିଲେ। ତେବେ ସ୍ଥିତି ସମ୍ପର୍କରେ ସିସିଟିଭି ଫୁଟେଜ ଅବଗତ କରିଥିଲେ। ହେଲିକପ୍ଟର ଯୋଗେ ସେ ଅଯୋଧ୍ୟାରେ ପହଞ୍ଚିଥିଲେ। ଆକାଶମାର୍ଗରୁ ସ୍ଥିତି ପରଖିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ମନ୍ଦିର ମଧ୍ୟରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ତେବେ ରାମଭକ୍ତମାନଙ୍କୁ ଧୈର୍ଯ୍ୟର ସହ ଦର୍ଶନ କରିବାକୁ ଯୋଗୀ ଆଦିତ୍ୟନାଥ ନିବେଦନ କରିଥିଲେ। 

ପରିସ୍ଥିତିରେ ଆସିବ ସୁଧାର
ଅଯୋଧ୍ୟାରେ ଭକ୍ତଙ୍କ ଭିଡକୁ ଦେଖି ସହର ମଧ୍ୟକୁ ଗାଡ଼ିର ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି। ପୋଲିସ ମଧ୍ୟ ଲୋକମାନଙ୍କୁ ଭିଡ଼ ନିୟନ୍ତ୍ରଣ କରିବାରେ ସହଯୋଗ କରିବାକୁ ପୋଲିସ ପ୍ରଶାସନ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାଅଧିକାରୀ ସହରରେ ମାଜିଷ୍ଟ୍ରେଟମାନଙ୍କୁ ନିୟୋଜିତ କରାଯାଇଛି। ସହରରେ ବ୍ୟାରିକେଡ଼ିଂ କରାଯାଇଛି। ସେହିପରି ରାମ ମନ୍ଦିରରେ ରାମ ଜନ୍ମଭୂମି ଉଫରେ ଲାଇନରେ ଦର୍ଶନର ବ୍ୟବସ୍ଥା କରାଯାଉଛି। 

ଏଠାରେ କହି ରଖୁ କି ସୋମବାର ଦିନ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହିଁ ଲକ୍ଷାଧିକ ଲୋକ ଅଯୋଧ୍ୟାରେ ପହଞ୍ଚିଥିଲେ। ଅଯୋଧ୍ୟାବାସୀ ସବୁଠାରୁ ଅଧିକ ମାତ୍ରାରେ ଉପସ୍ଥିତ ରହିଥିଲେ। ରାମଲଲ୍ଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାବାସୀ ଅପେକ୍ଷା କରି ରହିଛନ୍ତି। 

Read More
{}{}