Home >>Odisha National-International

ଯବାନଙ୍କ ଗୁଳିରେ ୬ ମାଓବାଦୀ ସଫା

ବୁଧବାର ସକାଳେ ଛତିଶଗଡର ବିଜାପୁର ଜିଲ୍ଲାର ଚିପୁରଭଟ୍ଟି-ପୁସବାକା ନିକଟ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପୋଲିସ ଗୁଳିରେ ଜଣେ ନକ୍ସଲ ଡେପୁଟି କମାଣ୍ଡରଙ୍କ ସମେତ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ଘଟଣାସ୍ଥଳରୁ ନକ୍ସଲମାନଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର

Advertisement
ଯବାନଙ୍କ ଗୁଳିରେ ୬ ମାଓବାଦୀ ସଫା
Zee Odisha Desk|Updated: Mar 27, 2024, 12:11 PM IST
Share

Odisha News Live: ବୁଧବାର ସକାଳେ ଛତିଶଗଡର ବିଜାପୁର ଜିଲ୍ଲାର ଚିପୁରଭଟ୍ଟି-ପୁସବାକା ନିକଟ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପୋଲିସ ଗୁଳିରେ ଜଣେ ନକ୍ସଲ ଡେପୁଟି କମାଣ୍ଡରଙ୍କ ସମେତ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ଘଟଣାସ୍ଥଳରୁ ନକ୍ସଲମାନଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ରହିଥିବା ସୂଚନା ରହିଛି। 

ମିଳିଥିବା ସୂଚନା ଆଧାରରେ ହୋଲି ଦିନ ବାସାଗୁଡ଼ା ପୁସବାକା ରାସ୍ତାରେ କୁରାଢୀରେ ତିନି ଜଣ ଗ୍ରାମବାସୀଙ୍କୁ ହତ୍ୟା କରାଯିବା ପରେ DRG, CRPF ଏବଂ କୋବ୍ରା ଯବାନଙ୍କ ମିଳିତ ପାର୍ଟି ସର୍ଚ୍ଚ ଅପରେସନରେ ବାହାରିଥିଲା। ଏହି ସମୟରେ, ବୁଧବାର ସକାଳେ ବାସାଗୁଡ଼ା ପୋଲିସ ଷ୍ଟେସନ ଅଞ୍ଚଳର ଚିପୁରଭଟ୍ଟି ନିକଟ ତାଲପେରୁ ନଦୀ କୂଳରେ ପୋଲିସ ଏବଂ ନକ୍ସଲମାନଙ୍କ ପ୍ଲାଟୁନ୍ ନମ୍ବର ୧୦ ମଧ୍ୟରେ ତୀବ୍ର ଗୁଳି ବିନିମୟ ହୋଇଥିଲା। ଏହି ମୁକାବିଲାରେ ଯବାନଙ୍କ ଗୁଳିରେ ଜଣେ ନକ୍ସଲ ଡେପୁଟି କମାଣ୍ଡରଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇତିବା ସୂଚନା ରହିଛି। ଯବାନମାନେ ଘଟଣାସ୍ଥଳରୁ ନକ୍ସଲମାନଙ୍କ ଶବ ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଛନ୍ତି। ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମଧ୍ୟ ରହିଛନ୍ତି। ଏଠାରେ ଏସପି ଜିତେନ୍ଦ୍ର କୁମାର ଯାଦବ, CRPF ଏବଂ କୋବ୍ରା ଅଧିକାରୀମାନେ ଏହି ଅପରେସନ ଉପରେ ନଜର ରଖିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

Read More
{}{}