Hindi News >>Home >>Odisha National-International

Road Accident: ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ , ଘଟଣାସ୍ଥଳରେ ୬ ମୃତ, ୪ ଆହତ

Road Accident: ଏ-ମିତିବି ଆସେ ମୃତ୍ୟୁ , କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Advertisement
Road Accident: ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ , ଘଟଣାସ୍ଥଳରେ ୬ ମୃତ, ୪ ଆହତ
Narmada Behera|Updated: Jun 06, 2024, 07:33 AM IST
Share

Road Accident: ଏ-ମିତିବି ଆସେ ମୃତ୍ୟୁ , କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଏକ କାର୍ ଟି ଭାରସାମ୍ୟ ହରାଇ ଗାତ (ଖାଇ) କୁ ଖସି ଯିବାରୁ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ଡର ନୈନିତାଲର ପୋଟଲଟର ଓଖଲାଖଣ୍ତାରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 

ALSO READ: Weather Update: ବଦଳିବ ରାଜ୍ୟର ପାଣିପାଗ, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ALSO READ: Road Accident: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ସୂଚନା ଅନୁସାରେ, ବୁଧବାର ଦିନ ରାତିରେ କୌଣସି ଏକ କାମରେ ୧୦ ଜଣ ଲୋକେ ଏକ କାରରେ କାଂଶ୍ୟୁର ରୁ ପୋଟଲଟ୍ ଯାତ୍ରା କରୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ  ହଠାତ୍ ଭାରସାମ୍ୟ ହରାଇ କାରଟି ପୋଟଲଟର ଓଖଲାଖଣ୍ତାରେ ରାସ୍ତାରେ ଥିବା ରାସ୍ତାର ଗାତ (ଖାଇ) କୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛି।

ତେବେ, ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ରାମ ସିଂ କାଇରା (MLA Ram Singh Kaira) ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ଦୁର୍ଘଟଣାଟି ନୈନିତାଲ ସହର ଠାରୁ ୮୦ କିଲୋମଟିରର ଦୂରରେ ଘଟିଛି। ମୃତକମାନେ ହେଲେ ଗାଡି଼ ଚାଳକ,ଭୁବନ ଚନ୍ଦ୍ର ଭଟ୍ଟ(୪୦), ଉମେଶପରଗାନି(୩୮), କବିତା ପରଗାନି(୧୩) ପାର୍ବତୀ ଦେବୀ(୩୩), ମହେଶ ଚନ୍ଦ୍ର ପାରଗାନାଇ(୩୬) ଓ ରମେଶଙ୍କ ଝିଅ (୨୫)।  ଅଧିକାଂଶ ମୃତକଙ୍କ ଘର ଭଦ୍ରୋକଟରେ ହୋଇଥିବା ସୂଚନା ମିଳିଛି।

Read More
{}{}