Hindi News >>Home >>Odisha National-International

Accident News: ଅଶୁଭ ସୋମବାର, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ

ଉଭୟ ନିଜର ବେଗ ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରିଥିଲେ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଉଭୟ ଗାଡ଼ି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଉଭୟ ଗାଡ଼ି ଛିଟିକି ପଡ଼ିଥିଲେ। 

Advertisement
Accident News: ଅଶୁଭ ସୋମବାର, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ
Zee Odisha Desk|Updated: Mar 18, 2024, 10:02 AM IST
Share

Accident News: ପାଟନା: ବିହାର ପାଇଁ ଆଜି ଅଶୁଭ ସୋମବାର। ସୋମବାର ସକାଳ ପ୍ରାୟ ସାଢେ ୬ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଶିଶୁଙ୍କ ସମେତ ୭ ଜଣଙ୍କ ପ୍ରାଣହାନୀ ଘଟିଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଖାଗରିଆ ଜିଲ୍ଲାର ଜାତୀୟ ରାଜପଥ-୩୧ରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀମାନେ ଉଦ୍ଧାର କାର୍ଯ୍ୟ କରି କ୍ଷତିଗ୍ରସ୍ତ କାରରୁ ଆହତମାନଙ୍କୁ ନେଇ ଡାକ୍ତରଖାନା ନେଇଥିଲେ। ପୋଲିସ ମୃତଦେହକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।

ପେଟ୍ରୋଲ ପମ୍ପ ନିକଟରେ ଟ୍ରାକ୍ଟର-କାର ଧକ୍କା
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାଗ୍ରସ୍ତ କାର ଚୌଥମ ଠୁଠ୍ଠୀ ମୋହନପୁରର ଧମହାରାଠାରେ ଆୟୋଜିତ ଏକ ବିବାହ ଉତ୍ସବରୁ ଫେରୁଥିଲା। ଏହି କାରଟିରେ ବରଯାତ୍ରୀ ଦଳ ରହିଥିଲେ। କିନ୍ତୁ ଏହା ପାସରା ପୋଲିସ ଷ୍ଟେସନ ପରିସରରେ ବିଦ୍ୟାତ୍ନା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପରବତ୍ତା ଅଞ୍ଚଳର ବେସା ଗାଁର ବାସିନ୍ଦା ଇନ୍ଦ୍ରଦେବ ଠାକୁରଙ୍କ ପୁଅ ବାହାଘରରେ ଯୋଗଦେଇ ଫେରୁଥିଲେ। 

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥାନା ଅଧିକାରୀ ସଞ୍ଜୟ ବିଶ୍ୱାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତାହତମାନେ ନିକଟସ୍ଥ ମରୟା ବିଚଲା ଟୋଲା ଗ୍ରାମର ବୋଲି ପ୍ରାଥମିକ ସୂଚନାରେ ଜଣାପଡ଼ିଛି। ସେହିପରି ଧକ୍କା ଦେଇଥିବା ଟ୍ରାକ୍ଟରଟି ସିମେଣ୍ଟରେ ବୋଝେଇ ହୋଇ ରହିଥିଲା। କାର ଓ ଟ୍ରାକ୍ଟର ଦୃତବେଗରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲେ। ତେବେ ଉଭୟ ନିଜର ବେଗ ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରିଥିଲେ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଉଭୟ ଗାଡ଼ି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଉଭୟ ଗାଡ଼ି ଛିଟିକି ପଡ଼ିଥିଲେ। 

ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି କାରରେ ଦୁଇ ଶିଶୁଙ୍କ ସମେତ ୧୧ ଜଣ ଲୋକ ରହିଥିଲେ। ଏମାନେ ସମସ୍ତେ ବରଯାତ୍ରୀ ରହିଥିଲେ। ମଡୈୟା ଥାନା ଅନ୍ତର୍ଗତ ବିଠଲା ଗ୍ରାମର ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମୋହନପୁରରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। 

Read More
{}{}