Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ୯ ଜଣ। ଏହାସହ ୨ ଜଣ ଗୁରୁତର ହୋଇଛନ୍ତି। ଏକ ସିମେଣ୍ଟ ବୋଝେଇ ଟ୍ରକ ଏକ କାର ଉପରେ ଓଲଟି ପଡିବାରୁ ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ମଧ୍ୟପ୍ରଦେଶ ଝାବୁଆ ମେଘନଗର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ALSO READ: Gold Rate Today: ସୁନା-ରୂପା ଦରରେ ବଡ଼ ପରିବର୍ତ୍ତନ,ଜାଣନ୍ତୁ କେତେ ବଢିଲା ରେଟ୍
ଅନୁସାରେ, ରାଜସ୍ଥାନରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଆସୁଥିଲା। ଝାବୁଆ ମେଘନଗର ଠାରେ ଟ୍ରକଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡ଼ିଥିଲା। ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ହୋଇଛନ୍ତି। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତୀ କରିଥିଲା।
ରାତି ୩ଟାରୁ ୪ଟା ମଧ୍ୟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଏହାସହ ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୩ ମହିଳା ଏବଂ ୪ ପିଲା ରହିଛନ୍ତି । କାରରେ ଥିବା ଲୋକ ମାନପୁରର ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।