Hindi News >>Home >>Odisha National-International

94 Broken Idols Recovered : ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା ରୁ ମିଳିଛି ୯୪ ଭଗ୍ନ ମୂର୍ତ୍ତି

Bhojshala-Kamal-Maula Mosque Complex Survey Report : ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଏଏସ୍‌ଆଇ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିଛି। ମସ୍‌ଜିଦରୁ ୯୪ରୁ ଊର୍ଦ୍ଧ୍ୱ ମୂର୍ତ୍ତି ମିଳିଥିବା ରିପୋର୍ଟରେ କୁହାଯାଇଛି।

Advertisement
Survey Report
Survey Report
Zee Odisha Desk|Updated: Jul 16, 2024, 10:09 AM IST
Share

Survey Report : ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିଛି। 

 ଭୋଜଶାଳା-କମଲ-ମୌଲା ମସ୍‌ଜିଦରୁ ୯୪ରୁ ଊର୍ଦ୍ଧ୍ୱ ମୂର୍ତ୍ତି ମିଳିଥିବା ରିପୋର୍ଟରେ କୁହାଯାଇଛି। ସେଠାରେ ହିନ୍ଦୁ ମନ୍ଦିର ଥିବା ମଧ୍ୟ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏଏସ୍‌ଆଇ ଓକିଲ ହିମାଂଶୁ ଜୋଷୀ ହାଇକୋର୍ଟ ରେଜିଷ୍ଟ୍ରିରେ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟ ଦାଖଲ ପରେ ଏହି ଅଞ୍ଚଳରେ କେବଳ ହିନ୍ଦୁମାନଙ୍କୁ ପୂଜା ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଆଇନଜୀବୀ ହରିଶଙ୍କର ଜୈନ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଗତ ୪ ତାରିଖରେ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ଫ୍ରଣ୍ଟ ଫର୍‌ ଜଷ୍ଟିସ୍‌ ପକ୍ଷରୁ ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ନିମନ୍ତେ ଆବେଦନ କରାଯାଇଥିଲା। ହିନ୍ଦୁ ସମ୍ପ୍ରଦାୟ ଭୋଜଶାଳା କମ୍ପ୍ଲେକ୍ସକୁ ବାଗଦେବୀଙ୍କ ମନ୍ଦିର ଭାବେ ଉତ୍ସର୍ଗ କରିଥିବାବେଳେ ମୁସଲମାନ ସମ୍ପ୍ରଦାୟ ଏହାକୁ କମଲ-ମୌଲା ମସ୍‌ଜିଦ ବୋଲି ଦର୍ଶାଇଥାନ୍ତି। ଏହାକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିବାବେଳେ ୨୦୦୩ରେ ଏଏସ୍‌ଆଇ ଏଥିରେ ହସ୍ତକ୍ଷେପ କରି ହିନ୍ଦୁମାନେ ମଙ୍ଗଳବାର ସେଠାରେ ପୂଜା କରିବା ସହ ଶୁକ୍ରବାର ମୁସଲମାନମାନେ ନମାଜ ପାଠ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲା। 

ଭୋଜଶାଳା କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ପାଇଁ ମାର୍ଚ୍ଚ ୧୧ରେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ମୌଲାନା କମାଲୁଦ୍ଦିନ ଓ୍ବେଲ୍‌ଫେୟାର ସୋସାଇଟି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି।

Read More
{}{}