Hindi News >>Home >>Odisha National-International

Accident News: ଖାଇକୁ ଖସିଲା ଯାତ୍ରୀବାହୀ ବସ, ଉଦ୍ଧାର ହେଲାଣି ୨୦ ମୃତଦେହ

ନୂଆଦିଲ୍ଲୀ: ସୋମବାର ସକାଳୁ ଆଜି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋଙ୍କ ପ୍ରାଣହାନୀ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଢୱାଲ-ରାମନଗର ରୁଟରେ ସଲ୍ଟ ତହସିଲ ଅନ୍ତର୍ଗତ ମାରଚୁଲା ନିକଟବର୍

Advertisement
Accident News: ଖାଇକୁ ଖସିଲା ଯାତ୍ରୀବାହୀ ବସ, ଉଦ୍ଧାର ହେଲାଣି ୨୦ ମୃତଦେହ
Prabhudatta Moharana|Updated: Nov 04, 2024, 11:24 AM IST
Share

Accident News: ନୂଆଦିଲ୍ଲୀ: ସୋମବାର ସକାଳୁ ଆଜି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋଙ୍କ ପ୍ରାଣହାନୀ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଢୱାଲ-ରାମନଗର ରୁଟରେ ସଲ୍ଟ ତହସିଲ ଅନ୍ତର୍ଗତ ମାରଚୁଲା ନିକଟବର୍ତ୍ତି କୁପି ଗ୍ରାମରେ ଏହି ବସଟି ଖାଇକୁ ଖସି ପଡ଼ିଥିଲା। ବସଟି ସୋମବାର ସକାଳୁ ନୈନୀକାଣ୍ଡାରୁ ବାହାରି ରାମନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଘାଟି ରାସ୍ତା ଉପରେ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ଘାଟିରୁ ଖସି ପଡ଼ିଥିଲା। ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୨୦ ଜଣଙ୍କ ପ୍ରାଣହାନୀ ଘଟିଛି। ସେପଟେ ସୂଚନା ପାଇ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚିଛି। 

ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖବ୍ୟକ୍ତ କରିଛନ୍ତି। ଶୋକ ବ୍ୟକ୍ତ କରି ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ଅଲମୋଡ଼ା ଜିଲ୍ଲାରେ ମରଚୁଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ସୂଚନା ପାଇଛୁ। ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ ମଧ୍ୟ ଘଟଣାସ୍ଥଳରେ ରହିଛି। ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଯିବ। ତେବେ ଏହି ବସରେ ପାଖାପାଖି ୧୦୦ ଫୁଟରୁ ଅଧିକ ଗଭୀରକୁ ଖସି ପଡ଼ିଛି। ବସରେ ୪୦ ରୁ ୫୦ ଯାତ୍ରୀ ରହିଥିଲେ। ତେବେ ପ୍ରଶାସନ ପହଞ୍ଚିବା ଆଗରୁ କିଛି ଯାତ୍ରୀ ବସରୁ ବାହାରି ରାସ୍ତାକୁ ଆସିଥିଲେ। 

Read More
{}{}