Home >>Odisha National-International

Plane Accident: ଆଫଗାନିସ୍ତାନ ସୀମାରେ ବିମାନ ଦୁର୍ଘଟଣା, ଭାରତୀୟ ବିମାନ ନେଇ ଆଶଙ୍କା

ଡିଜିସିଏ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ଏହି ରୁଟରେ ଯାଉଥିବା ସମସ୍ତ ବିମାନ ମଧ୍ୟରୁ କୌଣସିଟି ଭାରତୀୟ ବିମାନ ନଥିଲା। ଭାରତରୁ ଉଡ଼ାଣ ଭରୁଥିବା ସମସ୍ତ ବିମାନ କମ୍ପାନୀ ଗୁଡ଼ିକର ବିମାନ ସୁରକ୍ଷିତ ରହିଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି। 

Advertisement
Plane Accident: ଆଫଗାନିସ୍ତାନ ସୀମାରେ ବିମାନ ଦୁର୍ଘଟଣା, ଭାରତୀୟ ବିମାନ ନେଇ ଆଶଙ୍କା
Zee Odisha Desk|Updated: Jan 21, 2024, 02:29 PM IST
Share

Plane Accident: ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମସ୍କୋ ଯାଉଥିବା ଏକ ବିମାନ ଆଫଗାନିସ୍ତାନର ଉଚ୍ଚା ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ପ୍ରାଥମିକ ସୂଚନାରୁ କୁହାଯାଇଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ ଭରିଥିଲା। ଋଷ ମିଡ଼ିଆ ସୂଚନା ଦେଇ କହିଛି କି ମସ୍କୋ ଅଭିମୁଖେ ଯାଉଥିବା ଏହି ବିମାନ ହଟାତ ରାଡାରରୁ ଉଭାନ ହୋଇଯାଇଥିଲା। ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି। ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ମୃତାହତଙ୍କ ସମ୍ପର୍କରେ ସୂଚନା ସାମ୍ନାକୁ ଆସିପାରିନାହିଁ। 

ସେପଟେ ଆଫଗାନିସ୍ତାନର ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ବାଦାଖଶାନ ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲା ଆମିରି କହିଛନ୍ତି ଯେ ବାଦାଖଶାନ ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲା କୂଳରେ ଥିବା ଏକ ଭାରତୀୟ ଯାତ୍ରୀବାହୀ ବିମାନ ତୋପଖାନା ଅଞ୍ଚଳରେ ଥିବା ଉଚ୍ଚ ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେପଟେ ଡିଜିସିଏ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦିଆଯାଇଛି କି ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ। କିନ୍ତୁ ତାହା ଭାରତରୁ ଉଡ଼ାଣ ଭରିଥିଲା କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। 

Read More
{}{}