Home >>Odisha National-International

Accident News: ମହାକୁମ୍ଭ ଯାଉଥିଲା ଯାତ୍ରୀବାହୀ ବସ୍, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା

କେହି କିଛି ବୁଝିବା ଆଗରୁ ହଠାତ୍ ଘଟଣାସ୍ଥଳରେ ପାଟିତୁଣ୍ଡ ଏବଂ ଚିତ୍କାର ଶୁଣିବାକୁ ମିଳିଥିଲା। ତେବେ ସିଟ୍‌ରେ ବସିଥିବା କିଛି ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । କିନ୍ତୁ ଛିଡା ହୋଇଥିବା ଯାତ୍ରୀ ଏବଂ ଡ୍ରାଇଭର ବିଦ୍ୟୁତ୍ ଆଘାତର ଶିକାର ହେଲେ।

Advertisement
Accident News: ମହାକୁମ୍ଭ ଯାଉଥିଲା ଯାତ୍ରୀବାହୀ ବସ୍, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା
Soubhagya Ranjan Mishra|Updated: Jan 27, 2025, 09:41 PM IST
Share

Accident News: ମହାକୁମ୍ଭ ଯାଉଥିବା ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଗ୍ରାର ମନସୁଖପୁରା ଥାନା ଅଞ୍ଚଳର ଗଢ଼କା ପୁରା ଗାଁରେ ଏପରି ଦୁର୍ଘଟଣା ସାମ୍ନାକୁ ଆସିଛି । ମହାକୁମ୍ଭକୁ ଯାଉଥିବା ସମୟରେ ବସଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଫଳରେ ବିଦ୍ୟୁତ୍ ପ୍ରବାହ କାରଣରୁ ନିଆଁ ଲାଗିଯାଇଥିଲା । ଗାଁର ଭକ୍ତମାନେ ପ୍ରୟାଗରାଜ ମହାକୁମ୍ଭ ମେଳା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ମୁତାବକ, ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଓଭରହେଡ୍ ଲାଇନ ସଂସ୍ପର୍ଶରେ ଆସିବାରୁ ବସ୍ ଡ୍ରାଇଭର ଏବଂ ଅନ୍ୟ ଛଅ ଜଣ ଗୁରୁତର ଭାବରେ ଜଳି ପୋଡ଼ି ଆହତ ହୋଇଛନ୍ତି। କେହି କିଛି ବୁଝିବା ଆଗରୁ ହଠାତ୍ ଘଟଣାସ୍ଥଳରେ ପାଟିତୁଣ୍ଡ ଏବଂ ଚିତ୍କାର ଶୁଣିବାକୁ ମିଳିଥିଲା। ତେବେ ସିଟ୍‌ରେ ବସିଥିବା କିଛି ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । କିନ୍ତୁ ଛିଡା ହୋଇଥିବା ଯାତ୍ରୀ ଏବଂ ଡ୍ରାଇଭର ବିଦ୍ୟୁତ୍ ଆଘାତର ଶିକାର ହେଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌ଟିକୁ ହାଇଟେନ୍ସନ୍ ଲାଇନ ତଳୁ ବାହାର କରିଥିଲେ। ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ଅବସ୍ଥା ଗମ୍ଭୀର ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯଦି ସ୍ଥାନୀୟ ଲୋକମାନେ ତୁରନ୍ତ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବସ୍‌ଟିକୁ ଲାଇନରୁ ହଟାଇ ନଥାନ୍ତେ, ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥାନ୍ତା । ଏହି ଦୁର୍ଘଟଣା ପରେ ବର୍ତ୍ତମାନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଆଜି ପ୍ରୟାଗରାଜ ମହାକୁମ୍ଭମେଳାରେ ବୁଡ଼ ପକାଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ମହାକୁମ୍ଭରେ ଯୋଗଗୁରୁ ବାବା ରାମଦେବଙ୍କ ସହ ଯୋଗ ପାଇଁ ପୋଜ୍ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Also Read- Surya Gochar 2025: ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ଅସୁବିଧା ହେବ ଦୂର

Also Read- ରାତିରେ ନିଦ ହେଉନି କି? କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ

Read More
{}{}