Hindi News >>Home >>Odisha National-International

Sukma News: ସୁକମାରେ ଆଇଇଡି ବିସ୍ଫୋରଣ: ଅତିରିକ୍ତ ଏସ୍ପି୍ ନିହତ

Sukma: ଛତିଶଗଡ଼ର ସୁକ୍ମାଧ ଜିଲ୍ଲାରେ ଏକ ଅଘଟଣ ଘଟିଛି। ନକ୍ସଲଙ୍କ ବିସ୍ଫୋରଣରେ ଏଏସ୍ପିଡ ଆକାଶ ରାଓ ଗିରିପୁଞ୍ଜେ ନିହତ ହୋଇଛନ୍ତି।  ଆଜି ସକାଳୁ ନକ୍ସଲ ବିରୋଧୀ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପାଦ ତଳେ ପ୍ରେସର୍‍ ବୋମା ବା ଆଇଇଡି ଫୁଟିଯାଇଥିଲା। 

Advertisement
Sukma News: ସୁକମାରେ ଆଇଇଡି ବିସ୍ଫୋରଣ: ଅତିରିକ୍ତ ଏସ୍ପି୍ ନିହତ
Narmada Behera|Updated: Jun 09, 2025, 11:32 AM IST
Share

Sukma: ଛତିଶଗଡ଼ର ସୁକ୍ମାଧ ଜିଲ୍ଲାରେ ଏକ ଅଘଟଣ ଘଟିଛି। ନକ୍ସଲଙ୍କ ବିସ୍ଫୋରଣରେ ଏଏସ୍ପିଡ ଆକାଶ ରାଓ ଗିରିପୁଞ୍ଜେ ନିହତ ହୋଇଛନ୍ତି।  ଆଜି ସକାଳୁ ନକ୍ସଲ ବିରୋଧୀ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପାଦ ତଳେ ପ୍ରେସର୍‍ ବୋମା ବା ଆଇଇଡି ଫୁଟିଯାଇଥିଲା। ଫଳରେ ସେ ଏବଂ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଗୁରୁତର ଭାବେ ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକାତ୍ସାଧୀନ ଅବସ୍ଥାରେ ଶ୍ରୀ ରାଓଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଦୁଜଣଙ୍କ ଅବସ୍ଥା ଏବେ ସାଧାରଣ ରହିଛି। ସେମାନେ  କୋଣ୍ଟା ଥାନା ଅଧିକାରୀ ଏବଂ ଏସ୍ଡି ପିଓ ବୋଲି ଜଣାପଡ଼ିଛି। 

ଜାତୀୟ ରାଜପଥ ୩୦ ନିକଟରେ ଥିବା କୋଣ୍ଟା ଏରାବୋରେ ରାସ୍ତାର ଡୋଣ୍ଡ୍ରାଠାରେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ତିନି ଅଧିକାରୀ ଏବଂ ଅନ୍ୟମାନେ ପାଟ୍ରୋଲିଂରେ ଯାଉଥିଲେ। ଏହା ପାଦ ଚଲା ପାଟ୍ରୋଲିଂ ଥିଲା। ଏହି ସମୟରେ ବୋମା ବିସ୍ଫୋରଣ ଘଟିଥିଲା। 

ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି ନକ୍ସଲଙ୍କ ପକ୍ଷରୁ ଛତିଶଗଡ଼ରେ ଭାରତବନ୍ଦ ଡାକରା ଦେଇଛନ୍ତି ନକ୍ସଲ। ଏହି ସମୟରେ ପୁଲିସର ସମସ୍ତ ସର୍ଚ୍ଚ ଅପରେସନ୍କୁକ ବାଜ୍ୟାପ୍ତ କରିବା ପାଇଁ ନକ୍ସଲଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ଅବରୋଧ କରାଯିବା ସହ ଆଇଇଡି ଖଞ୍ଜା ଯାଇଛି। ଗତ କିଛିଦିନ ହେଲା ଭାରତରୁ ନକ୍ସଲ ନିପାତ ଅଭିଯାନକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅଭିଯାନ କରାଯାଇଛି। ଏଥିରେ ଅନେକ ସଫଳତା ମଧ୍ ପୁଲିସ ପ୍ରାପ୍ତ କରିଛି। ବିଭିନ୍ନ ସ୍ଥାନରେ ଆତ୍ମ ସମର୍ପଣ ସହ  ରାଜ୍ୟର ବିଶିଷ୍ଟ ନକ୍ସଲ ନେତାଙ୍କୁ ନିପାତ କରିବାରେ ପୁଲିସ ସକ୍ଷମ ହେଉଛି। ଏହିକ୍ରମରେ ନକ୍ସଲ ନେତା ବାସବରାଙ୍କ ମୃତ୍ୟୁ ହୋଇଛି। ଏହାରି ବିରୋଧରେ ନକ୍ସଲମାନେ ଆସନ୍ତାକାଲି ବନ୍ଦ ଡାକରା ଦେଇଛନ୍ତି।

Read More
{}{}